ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗୋଟିଏ ୱେଲମାର୍କ ଲୋକେସେନ ଅଞ୍ଚଳ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ୨୨ ତାରିଖ ସକାଳ ସୁଦ୍ଧା ଏହା ଅବପାତରେ ପରିଣତ ହେବ। ୨୩ ତାରିଖ  ସକାଳୁ ଘୂର୍ଣ୍ଣିବାତ୍ୟା ଓ ୨୪ ତାରିଖ ସକାଳୁ ଏହା ପ୍ରବଳ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଧୀରେଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ପ୍ରବଳ ଘୂର୍ଣ୍ଣିବାତ୍ୟା ହିସାବରେ ଓଡ଼ିଶା-ପଶ୍ଚିମବଙ୍ଗର ଉପୂକଳ ଦେଇ ଏହା ଅତିକ୍ରମ କରିବାର ପୂର୍ବାନୁମାନ କରାଯାଇଛି। ୨୪ ତାରିଖ ରାତି ଓ ୨୫ ତାରିଖ ସକାଳ ମଧ୍ୟରେ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।

Advertisment

ଶ୍ରୀ ମହାପାତ୍ର କହିଛନ୍ତି, ବାତ୍ୟା ଯେତବେଳେ ଉପକୂଳ ଅତିକ୍ରମ କରିବ, ସେହି ସମୟରେ ପବନର ବେଗ ଘଣ୍ଟା ପିଛା ୧୦୦ରୁ ୧୨୦ କିମି ରହିବ। ଓଡ଼ିଶାର ଉପକୂଳରେ ୨୩ତାରିଖ ସନ୍ଧ୍ୟା ପରଠାରୁ ପବନର ବେଗ ଘଣ୍ଟା ପିଛା ୪୦ରୁ ୫୦ କିମି ରହିବ। ଏହା ଧୀରେଧୀରେ ବଢ଼ି ୨୪ ତାରିଖ ସକାଳ ଠାରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ୧୨୦ କିମି ପର୍ଯ୍ୟନ୍ତ ହୋଇପାରେ। ୨୩ ତାରିଖରେ ସାମାନ୍ୟ ବର୍ଷା ହୋଇପାରେ। କିନ୍ତୁ ୨୪ ଓ ୨୫ ତାରିଖରେ ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ରହିଛି। ଏହି ସମୟରେ ରାଜ୍ୟର କିଛି ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ବର୍ଷା ହେବାର ଆଶଙ୍କା ରହିଛି।

imd

ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ବାତ୍ୟା ଅତିକ୍ରମ ପରେ ସାମୁଦ୍ରିକ ଜୁଆର ଆସିବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଯୋଗୁଁ ଖାଲୁଆ ଅଞ୍ଚଳରେ ଜଳଭର୍ତ୍ତି ହୋଇପାରେ। ନଦୀର ଜଳସ୍ତର ବୃଦ୍ଧି ହୋଇପାରେ। ଗଛ ପଡ଼ି ରାସ୍ତା ଅବରୋଧ ହୋଇପାରେ। ଗଛ ଉପୁଡ଼ିପାରେ। ସହରାଞ୍ଚଳରେ ହୋର୍ଡିଂ ଭାଙ୍ଗିପାରେ। ବର୍ଷା ଓ ପବନ ଯୋଗୁଁ  ଧାନ ଓ ପନିପରିବା ଫସଲ ନଷ୍ଟ ହୋଇପାରେ। କଚ୍ଚା ଘର ପ୍ରଭାବିତ ହୋଇପାରେ। ତେଣୁ ଲୋକେ ୨୪ ଓ ୨୫ ତାରିଖରେ ଲେକେ ସତର୍କ ରହିବା ଉଚିତ। ଆସନ୍ତାକାଲି ବାତ୍ୟା ସଂପର୍କିତ ଅଧିତ ତଥ୍ୟ ମିଳିବ।

ବାତ୍ୟାର ଲ୍ୟାଣ୍ଡଫଲ ନେଇ ଏବେ ଲେକେସନ ଜଣାପଡ଼ି ନାହିଁ। କିନ୍ତୁ ପୁରୀରୁ ସାଗର ଦ୍ବୀପ ମଧ୍ୟରେ ବେଶୀ ପ୍ରଭାବ ପଡ଼ିବ। ତେଣୁ ଲୋକେ ଏହି ଅଞ୍ଚଳରେ ସତର୍କ ରହିବାର ଅଛି। ସରକାର ଓ ବେସରକାରୀ ସଂସ୍ଥା ଏଥି ପ୍ରତି ଅଧିକ ସତର୍କ ରହିବାର ଅଛି। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ସହିତ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ଓ ପବନ ହେବ। ଉତ୍ତର ଓଡ଼ିଶାରେ ଅଧିକ କ୍ଷୟକ୍ଷତି ହେବାର ଆକଳନ କରାଯାଉଛି।

ମୃତ୍ୟୁଞ୍ଜୟ ମହାପାତ୍ର, ମହାନିର୍ଦ୍ଦେଶ, ଭାରତୀୟ ପାଣିପାଗ ବିଭାଗ

 

ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ, ଫାଇଲିନ୍‌, ହୁଡୁହୁଡ ଓ ଫନି ସମୟରେ ପବନର ବେଗ ଘଣ୍ଟା ପିଛା ୧୫୦ରୁ କିମି ଅଧିକ ଥିଲା। ଏଥର ସେହିଭଳି ସ୍ଥିତି ହେବାର ଆଶଙ୍କା ନାହିଁ। ସାଧାରଣତଃ ପବନର ବେଗ ୬୦ରୁ ୯୦କିମି ଥିଲେ ସାଧାରଣ ବାତ୍ୟା କୁହାଯାଇଥାଏ। ଏହାର ବେଗ ଯଦି ଘଣ୍ଟା ପିଛା ୯୦ରୁ ୧୨୦ କିମି ହୁଏ, ତାକୁ ପ୍ରବଳ ବାତ୍ୟା କୁହାଯାଏ। ପବନର ବେଗ ଘଣ୍ଟା ପିଛା ୧୨୦ରୁ ୧୬୦ କିମି ହେଲେ ଅତି ପ୍ରବଳ ବାତ୍ୟା ଓ୧୬୦ରୁ ୨୨୦କିମି ପବନ ବେଗ ହେଲେ ଅତ୍ୟନ୍ତ ପ୍ରବଳ ବାତ୍ୟା ହିସାବରେ ଗଣତି କରାଯାଏ। ସେହିଭଳି ପବନର ବେଗ ଘଣ୍ଟା ପିଛା ୨୨୦ରୁ ଅଧିକ ‌ହେଲେ ତାକୁ ମହାବାତ୍ୟା କୁହାଯାଏ। ତେଣୁ ବାତ୍ୟା ଦାନା ତଳଆଡୁ ଦ୍ବିତୀୟ କ୍ରମରେ ରହିଛି।