ନବରଙ୍ଗପୁର: ବନବାସୀଙ୍କୁ ଆଉ ୪ମାସ ଯାଏଁ ବନବିଭାଗ ହଇରାଣ କରିବେ ନାହିଁ ବୋଲି ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ସହ ବନବାସୀ ପ୍ରତିନିଧିଙ୍କ ଆଲୋଚନାରେ ହୋଇଛି ନିଷ୍ପତ୍ତି। ୧୫ଦଫା ଦାବିକୁ ନେଇ ଓଡିଶା ଆଦିବାସୀ ଅଧିକାର ମଂଚ ପକ୍ଷରୁ ଜିଲ୍ଲାର ଉମରକୋଟ, ରାଇଘର, ଚନ୍ଦାହାଣ୍ଡି, ଝରିଗାଁ ବ୍ଲକର ଜଙ୍ଗଲ ଜମିରେ ବସ ବାସ କରୁଥିବା ୩ହଜାର ଲୋକଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରି ଗତ ଦୁଇ ଦିନ ଧରି ଧାରଣା ଦେଇଥିଲେ ବନବାସୀ।
ଶୁକ୍ରବାର ସଂଧ୍ୟାରେ ଜିଲ୍ଲାପ୍ରଶାସନ ସହ ଆଲୋଚନା ପରେ ସାମୟିକ ଭାବେ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଥିଲା। ଶନିବାର ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ସହ ବନବାସୀଙ୍କ ପ୍ରତିନିଧି ଭାବେ ମଂଚର ସାଧାରଣ ସମ୍ପାଦକ ରାଜେଶ ଜାନୀ, ହାରାବତୀ ଗଣ୍ଡ, ମୁନ୍ନା ତ୍ରିପାଠୀ, ବୃନ୍ଦା ତ୍ରିପାଠୀ, ବିଶ୍ବନାଥ ଜାନୀ, ସାଲା ମାରାଣ୍ଡି, ନୂଆଖାଉ ଭତରା, ଅଦିଙ୍କ ୧୦ଜଣିଆ ପ୍ରତିନିଧି ଦଳ ସହ ଆଗାମୀ ଦିନରେ ଆଲୋଚନା କରିଥିଲେ।
ଆଲୋଚନାରେ ଆସନ୍ତା ୪ମାସ ଯାଏଁ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯିବ ନାହିଁ ବୋଲି ଆଲୋଚନାରେ ନିଷ୍ପତ୍ତି ହୋଇଥିଲା। ଜଙ୍ଗଲ ଜମି ପାଇଁ ଆବେଦନ କରିଥିବା ଆବେଦନକାରୀଙ୍କ ସମ୍ପର୍କରେ ତହସିଲ ଓ ଜିଲ୍ଲାକମିଟିରେ ଆଲୋଚନା କରି ଯୁଦ୍ଧକାଳୀନ ଭିତ୍ତିରେ ନିଷ୍ପତ୍ତି ନେଇ ପଟ୍ଟା ପ୍ରଦାନ କରାଯିବ ବୋଲି ଡିଏଫଓ ବନବାସୀଙ୍କ ପ୍ରତିନିଧିଙ୍କୁ ଜଣାଇଥିଲେ। ଉମରକୋଟ ବ୍ଲକର ମେଣ୍ଡାବେଡ଼ାରେ ଭଙ୍ଗାଯାଇଥିବା ଘର ଗୁଡିକରେ ରହିଯାଇଥିବା ଜିନିଷପତ୍ର ସଂଗ୍ରହ କରିବେ। ଝରିଗାଁ ବ୍ଲକର ହାତୀବାରୀରେ କୌଣସି ପଦକ୍ଷେପ ନିଆଯିବ ନାହିଁ। ଆସନ୍ତା ଦିନରେ ବନବାସୀ ମଧ୍ୟ ପରିବେଶର ସୁରକ୍ଷା ପାଇଁ ବନବିଭାଗକୁ ସମ୍ପୁର୍ଣ୍ଣ ସହଯୋଗ କରିବା ସହ ଜଙ୍ଗଲର ସୁରକ୍ଷା ଏବଂ ନୂଆ ବୃକ୍ଷରୋପଣ କରିବା ଦିଗରେ ସମ୍ପୁର୍ଣ୍ଣ ସହଯୋଗ କରାଯିବ ବୋଲି ପ୍ରତିନିଧି ମାନେ କହିଥିଲେ।
ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଦିନ ନବରଙ୍ଗପୁରରେ ୫୦ହଜାର ବନବାସୀଙ୍କୁ ନେଇ ଓଡିଶା ଆଦିବାସୀ ଅଧିକାର ମଂଚ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିରାଟ ସମାବେଶ କରାଯିବ ବୋଲି କହିଛନ୍ତି କ୍ରିୟାନୁଷ୍ଠାନ କମିଟିର ସଭ୍ୟ ମୁନ୍ନା ତ୍ରିପାଠୀ। ବନବାସୀଙ୍କ ଦାବିକୁ ପ୍ରଶାସନ ସାମୟିକ ତାଳିପକା ଉଦ୍ୟମ କରି ବନ୍ଦ କରିଛି। ତେବେ ଏହି ସମସ୍ୟାକୁ ଗୁରୁତର ସହ ବିଚାର କରି ସମାଧାନ ନ କଲେ ଆଗାମୀ ଦିନରେ ଏହା ଉଗ୍ର ରୁପ ନ ନେବ ତାହା କହିବା ମୁସ୍କିଲ। ଜିଲ୍ଲାପ୍ରଶାସନ ଏହାକୁ ଗୁରୁତର ସହ ବିଚାର କରି ଦୀର୍ଘଓ ସ୍ଥାୟୀ ସମାଧାନ କରୁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/07/dIHQD6IVOp0SCFiwH5VQ.jpg)