ଭୁବନେଶ୍ବର: ଓଡ଼ିଶାର ଅଗ୍ରଣୀ ସମ୍ବାଦପତ୍ର ‘ସମ୍ବାଦ’ କାର୍ଯ୍ୟାଳୟ ପରିସରରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସେ ଏହି ଅବସରରେ ଭାରତର ଗଣତନ୍ତ୍ର ବ୍ୟବସ୍ଥା ଉପରେ ଚିନ୍ତା ପ୍ରକଟ କରିବା ସହ ସାମ୍ବାଦିକମାନେ ସତ୍ୟର ଅନୁସନ୍ଧାନ କରି ଖବର ପ୍ରସାରଣ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି।
ଓଡ଼ିଶାର ଅଗ୍ରଣୀ ସମ୍ବାଦପତ୍ର ‘ସମ୍ବାଦ’ କାର୍ଯ୍ୟାଳୟ ପରିସରରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସେ ଏହି ଅବସରରେ ଭାରତର ଗଣତନ୍ତ୍ର ବ୍ୟବସ୍ଥା ଉପରେ ଚିନ୍ତା ପ୍ରକଟ କରିବା ସହ ସାମ୍ବାଦିକମାନେ ସତ୍ୟର ଅନୁସନ୍ଧାନ କରି ଖବର ପ୍ରସାରଣ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି।
/filters:format(webp)/sambad/media/media_files/2025/08/15/untitledu8-2025-08-15-09-35-46.png)
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ‘ସମ୍ବାଦ’ର ସଂପାଦକ ତନୟା ପଟ୍ଟନାୟକ, ପରିଚାଳନା ନିର୍ଦେଶକ ମୋନିକା ନାୟାର ପଟ୍ଟନାୟକ, ‘ସମ୍ବାଦ’ ଗ୍ରୁପ୍ର ବାର୍ତ୍ତା ସଂପାଦକ ଭବାନୀଶଙ୍କର ତ୍ରିପାଠୀ,‘ସମ୍ବାଦ’ର ଫିଚର୍ ସଂପାଦକ ଧ୍ରୁତିକାମ ମହାନ୍ତି, ସିଇଓ କମଳାକାନ୍ତ ମହାପାତ୍ର, ମାନବସମ୍ବଳ ବିଭାଗର ଜିଏମ୍ ବୈଜୟନ୍ତୀ କର, ଆମ ଓଡ଼ିଶା ପ୍ରକାଶନୀର ସମ୍ପାଦକ ଅସିତ ମହାନ୍ତି ଏବଂ ବିଶିଷ୍ଟ ଲେଖକ ଦାଶ ବେନହୁର ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏହାପରେ ହୋଇଥିଲା ପତାକା ଉତ୍ତୋଳନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/15/untitled-2025-08-15-09-33-08.png)