ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ଅପରେସନ୍ ସିନ୍ଦୂର ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଦେଖି ପାକିସ୍ତାନ ବିଚଳିତ ହୋଇପଡ଼ିଛି। କେବଳ ଭାରତ ନୁହେଁ, ପାକିସ୍ତାନର ଅନ୍ୟ ଏକ ମୁଖ୍ୟ ଶତ୍ରୁ ପାଲଟିଛି ବେଲୁଚିସ୍ତାନ। ମୋଟାମୋଟି ଭାବେ କହିବାକୁ ଗଲେ ହିନ୍ଦୁସ୍ତାନ ଓ ବେଲୁଚିସ୍ତାନର ଆକ୍ରମଣରୁ କେମିତି ବର୍ତ୍ତିବ ପାକିସ୍ତାନ ସେନେଇ ଚିନ୍ତା କରୁଛି।
‘ଅପରେସନ ସିନ୍ଦୂର’ର ତୃତୀୟ ଦିନରେ ଭାରତ ଗୁରୁବାର ଦିନ ସାରା ପାକିସ୍ତାନ ଉପରେ ଡ୍ରୋନ୍ ଓ ମିସାଇଲ ଆକ୍ରମଣ କରିଛି। ଏଥି ସହିତ ପାକିସ୍ତାନର ଏଏଫ୍-୧୬, ଜେଏଫ୍-୧୭ ସମେତ ଅନ୍ୟ ରକେଟ୍ ଓ ଡ୍ରୋନ୍କୁ ଧରାଶୟୀ କରିଛି। ଏଏଫ୍-୧୬ର ଜଣେ ପାଇଲଟ୍କୁ ମଧ୍ୟ ଭାରତ ନିଜର ଅକ୍ତିଆରକୁ ଆଣିଛି। ସଂପୃକ୍ତ ପାଇଲଟ୍ଙ୍କ ବିମାନ ରାଜସ୍ଥାନର ଜୈସଲମେରରେ ଭାରତୀୟ ବାୟୁସେନା ଦ୍ବାରା ଧରାଶୟୀ ହେବା ପରେ ଖସିଯାଇ ପାରି ନଥିଲେ। ପାକିସ୍ତାନର କ୍ବେଟାସ୍ଥିତ ସେନା ଶିବିରକୁ ଲକ୍ଷ୍ୟ କରି ଭାରତ ଆକ୍ରମଣ କରିଛି।
ସୂଚନାଯୋଗ୍ୟ, ‘ଅପରେସନ ସିନ୍ଦୂର’ ବଳରେ ଭାରତ ଗୁରୁବାର ଦିନ ପାକିସ୍ତାନର ରାଜଧାନୀ ଇସଲାମାବାଦ, କରାଚୀ, ଲାହୋର, ସିଆଲକୋଟାରେ ଆକ୍ରମଣ କରିଛି। ପାକିସ୍ତାନ ଉପରେ ଭାରତ ଜଳ ପଥରେ ମଧ୍ୟ ପାକିସ୍ତାନକୁ ଜବାବ ଦେଇଛି। କରାଚି ବନ୍ଦରକୁ ଖିନଭିନ କରିଛି ଭାରତୀୟ ନୌସେନା।
ବାଲୁଚ୍ ଲିବରେସନ୍ ଆର୍ମି (ବିଏଲ୍ଏ) ପାକିସ୍ତାନୀ ସେନା ସହିତ ରକ୍ତର ହୋଲି ଖେଳିଛି। ବୋଲାନର ମାଚ୍କୁଣ୍ଡ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ପାକିସ୍ତାନୀ ସେନାର ଏକ ଗାଡ଼ିକୁ ରିମୋଟ୍-କଣ୍ଟ୍ରୋଲ୍ ଆଇଇଡି ସାହାଯ୍ୟରେ ଉଡ଼ାଇ ଦେଇଛି। ଏହି ଆକ୍ରମଣରେ ୧୪ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନକୁ ଏହି ଝଟକା ଏପରି ସମୟରେ ଲାଗିଛି ଯେତେବେଳେ ମାତ୍ର ଗୋଟିଏ ଦିନ ପୂର୍ବରୁ ଭାରତ କ୍ଷେପଣାସ୍ତ୍ର ଆକ୍ରମଣ କରି ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା। ପାକିସ୍ତାନ ଏବେ ବି ଅପରେସନ ସିନ୍ଦୂରକୁ ନେଇ ଭୟଭୀତ। ଉଭୟ ଦିଗରୁ ଆକ୍ରମଣର ଶିକାର ହେଉଥିବା ପାକିସ୍ତାନ ଚିନ୍ତାରେ ପଡ଼ିଯାଇଛି।
operation-sindoor
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/09/india-attack-666135.jpg)