ଶାରଜା: ମହିଳା ଟି-୨୦ ବିଶ୍ୱକପ୍ ୨୦୨୪ର ୧୮ତମ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶାରଜା କ୍ରିକେଟ୍‌ ଷ୍ଟାଡିୟମରେ ରବିବାର ଖେଳାଯାଇଥିଲା। ଅଷ୍ଟ୍ରେଲିଆ ଭାରତକୁ ୯ ରନ୍‌ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତକୁ ଏବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଉପରେ ନିର୍ଭର କରିବାକୁ ପଡ଼ିବ। 

Advertisment

ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୮ ଓ୍ଵିକେଟ୍ ହରାଇ ୧୫୧ ରନ୍ କରିଥିଲା। ରେଣୁକା ସିଂହ ପ୍ରଥମ ପାୱାରପ୍ଲେରେ ଭାରତକୁ ଦୁଇଟି ସଫଳତା ଦେଇଥିଲେ। ଏହାପରେ ଗ୍ରେସ୍ ହାରିସ୍ (୪୦) ଓ ଅଧିନାୟକ ତାହଲିଆ ମ୍ୟାକ୍ଗ୍ରା (୩୨) ଦଳ ହାତକୁ ନେଇଥିଲେ। ଏଲିସ୍ ପେରି ୩୨ ରନ୍ ର ଯୋଗଦାନ ଦେଇଥିଲେ। ଶେଷରେ ଫୋବି ଲିଚ୍ଫିଲ୍ଡ ଅପରାଜିତ ୧୫ ରନ୍ କରି ଦଳର ସ୍କୋର ୧୫୦ରେ ପହଞ୍ଚିଥିଲେ। 

ଏହି ଟାର୍ଗେଟକୁ ପିଛା କରି ଭାରତ ଧୀରେଧୀରେ ଆରମ୍ଭ କରିଥିଲା। ଭାରତ ଆଗରେ ୧୫୨ ରନର ଟାର୍ଗେଟ ଥିଲା, କିନ୍ତୁ ଏହି ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଭାରତୀୟ ଦଳ ଟପ୍ ଅର୍ଡରର ତିନି ଜଣ ବ୍ୟାଟ୍ସମ୍ୟାନଙ୍କ ୱିକେଟ୍ ହରାଇ ୪୭ ରନ୍ କରିଥିଲା। ମାତ୍ର ୬ ରନ୍ କରିଥିବା ସ୍ମୃତି ମନ୍ଧାନା ମଧ୍ୟ ଏହି ମ୍ୟାଚ୍‌ରେ ବିଫଳ ହୋଇଥିଲେ। ୪୭ ରନ୍ ସ୍କୋରରେ ୩ ୱିକେଟ୍ ନେବା ପରେ ଅଧିନାୟକ ହରମନପ୍ରୀତ କୌର ଓ ଦୀପ୍ତି ଶର୍ମା ଦାୟିତ୍ୱ ନେଇଥିଲେ। ହରମନପ୍ରୀତ ଓ ଦୀପ୍ତିଙ୍କ ମଧ୍ୟରେ ୬୩ ରନର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଥିଲା।

ଦୀପ୍ତି ଶର୍ମାଙ୍କ ଓ୍ଵିକେଟ୍ ୧୧୦ ରନ୍‌ରେ ପଡ଼ିବା ମାତ୍ରେ ବାରମ୍ବାର ବ୍ୟବଧାନରେ ଓ୍ଵିକେଟ୍ ଖସିବା ଆରମ୍ଭ ହୋଇଥିଲା। ଗୋଟିଏ ସମୟରେ ଟିମ୍ ଇଣ୍ଡିଆ ୩ ଓ୍ଵିକେଟ୍ ହରାଇ ୧୧୦ ରନ୍ କରିଥିବା ବେଳେ ପରବର୍ତ୍ତୀ ୩୧ ରନ୍ ଭିତରେ ଦଳ ୬ ଓ୍ଵିକେଟ୍ ହରାଇଥିଲା। ବିଶେଷ କରି ଶେଷ ଓଭରର ପ୍ରଥମ ବଲ୍ ରେ ହରମନପ୍ରୀତଙ୍କୁ ଗୋଟିଏ ରନ୍ ନେବାକୁ ପଡ଼ିଥିଲା।