ବର୍ମିଂହାମ: ଭାରତ ଓ ଇଂଲଣ୍ଡ ମଧ୍ୟରେ ବର୍ମିଂହାମର ଆଜବେଷ୍ଟନ ପଡ଼ିଆରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି-୨୦୨୫ର ଦ୍ବିତୀୟ ମୁକାବିଲା ଜାରି ରହିଛି। ଆଜି ଏହି ମ୍ୟାଚର ଚତୁର୍ଥ ଦିନ ଖେଳାଯାଉଛି। ଏହି ମୁକାବିଲାରେ ଇଂଲଣ୍ଡକୁ ଭାରତ ବିପକ୍ଷରେ ଜିତିବା ପାଇଁ ୬୦୮ ରନ୍ ଟାର୍ଗେଟ ମିଳିଛି। ଏହି ଟାର୍ଗେଟକୁ ନେଇ ବ୍ୟାଟିଂ ଆରମ୍ଭ କରିଛି। ଇଂଲଣ୍ଡ ଦ୍ବିତୀୟ ପାଳିରେ ୩ଟି ୱିକେଟ୍ ହରାଇ ୫୦ରୁ ଅଧିକ ରନ୍ କରିଛି। ଓଲି ପୋପ ଓ ହେରି ବୁକ୍ କ୍ରିଜରେ ଅଛନ୍ତି।
ଭାରତୀୟ ଟିମ୍ ନିଜର ଦ୍ବିତୀୟ ପାଳିରେ ୬ଟି ୱିକେଟ ହରାଇ ୪୨୭ ରନ୍ ସ୍କୋର କରିବା ପରେ ଘୋଷଣା କରିଛି। ଭାରତର ଦ୍ବିତୀୟ ପାଳିରେ ଶୁବମନ ଗିଲ ୧୬୧ ରନ୍ ସଂଗ୍ରହ କରିଥିଲେ। ଭାରତ ପ୍ରଥମ ପାଳିରେ ୫୭୮ ରନ୍ ସଂଗହ କରିଥିଲା। ଇଂଲଣ୍ଡ ପ୍ରଥମ ପାଳିରେ ୪୦୭ ରନ୍ କରିଥିଲା। ପ୍ରଥମ ପାଳି ଆଧାରରେ ଭାରତ ୧୮୦ ରନ୍ ଅଗ୍ରଣୀ ଥିଲା।
Cricket
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/05/aajtak-2025-07-05-22-47-52.jpg)