ଜଗତସିଂହପୁର: ମଝି ସମୁଦ୍ରରେ ବାଂଲାଦେଶ-ଭାରତ ସୀମାରେଖାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଏକ ମାଛଧରା ବୋଟକୁ ଜବତ କରିଛି ଭାରତୀୟ ତଟରକ୍ଷୀ ବାହିନୀ। ମାଛଧରା ବୋଟରେ ଥିବା ୧୪ ଜଣଙ୍କୁ ଅଟକ ରଖାଯିବା ସହ ଚୋରା ଚାଲାଣ ହେଉଥିବା ପ୍ରାୟ କୋଟିଏ ଟଙ୍କାର ଗୁଆ ଜବତ କରାଯାଇଛି। ବୋଟ ସହ ସମସ୍ତ ଜବତ ସାମଗ୍ରୀ ଓ ଅଟକ ମତ୍ସ୍ୟଜୀବୀଙ୍କୁ ପାରାଦୀପ ଅଣା ଯାଇଥିବା ବେଳେ ସୀମାଶୁଳ୍କ ବିଭାଗକୁ ହସ୍ତାନ୍ତର କରାଯାଇଛି।

Advertisment

ତଟରକ୍ଷୀ ବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସମୁଦ୍ରରେ ଗତିବିଧି ଉପରେ ନଜର ରଖା ଯାଇଥିବା ବେଳେ ଗତକାଲି ସକାଳେ ପଶ୍ଚିମବଙ୍ଗର ଅନ୍ତର୍ଜାତୀୟ ସୀମାରେଖାରେ ସନ୍ଦିଗ୍ଧ ଅବସ୍ଥାରେ ଚଳାଚଳ କରୁଥିବା ମାଛଧରା ବୋଟକୁ ତଟରକ୍ଷୀ ବାହିନୀ ସୁରକ୍ଷାକର୍ମୀମାନେ କାବୁ କରିଥିଲେ। ମାଛଧରା ବୋଟର ନାଁ ଆଇଏଫବି ମା’ ବାସନ୍ତୀ ହୋଇଥିବା ବେଳେ ପଶ୍ଚିମବଙ୍ଗର କାକଦୀପ ମାଛଧରା ବନ୍ଦରରେ ରେଜିଷ୍ଟ୍ରେସନ ହୋଇଛି।

ସମୁଦ୍ରରେ ଗତିବିଧି ଉପରେ ନଜର ରଖା ଯାଇଥିବା ବେଳେ ଗତକାଲି ସକାଳେ ପଶ୍ଚିମବଙ୍ଗର ଅନ୍ତର୍ଜାତୀୟ ସୀମାରେଖାରେ ସନ୍ଦିଗ୍ଧ ଅବସ୍ଥାରେ ଚଳାଚଳ କରୁଥିବା ମାଛଧରା ବୋଟକୁ କୋଷ୍ଟଗାର୍ଡ ସୁରକ୍ଷାକର୍ମୀମାନେ କାବୁ କରିଥିଲେ। ମାଛଧରା ବୋଟର ନାଁ ଆଇଏଫବି ମା’ ବାସନ୍ତୀ ହୋଇଥିବା ବେଳେ ପଶ୍ଚିମବଙ୍ଗର କାକଦୀପ ମାଛଧରା ବନ୍ଦରରେ ରେଜିଷ୍ଟ୍ରେସନ ହୋଇଛି।

 

ସେହିପରି ଯାଞ୍ଚ ବେଳେ ବୋଟରୁ ୪୫୦ ବସ୍ତା ଗୁଆ ଜବତ କରାଯାଇଥିଲା। ଗୋଟିଏ ବସ୍ତାର ଓଜନ ଥିଲା ୫୦ରୁ ୬୦ କେଜି। ଯାହାର ବଜାର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ। ବୋଟରେ ଥିବା ୧୪ ଜଣ ମତ୍ସ୍ୟଜୀବୀଙ୍କ ପାଖରେ କୌଣସି କାଗଜପତ୍ର ନ ଥିଲା। ସେହିପରି ବୋଟ ୫ ଦିନ ସମୁଦ୍ର ଭିତରେ ରହିଥିଲେ ମଧ୍ୟ ମାଛ ନ ଥିଲା। ଏହା ପରେ ତଟରକ୍ଷୀ ବାହିନୀ ଜାହଜ ଏସକର୍ଟ କରି ମାଛଧରା ବୋଟକୁ ପାରାଦୀପ ବନ୍ଦର ଆଣିଥିଲା।

କୋଷ୍ଟଗାର୍ଡ,ସୀମାଶୁଳ୍କ ବିଭାଗ ଏ ଦିଗରେ ଅଧିକ ଖୋଳତାଡ଼ କରିବେ ବୋଲି ଜଣାପଡ଼ିଛି। ଏହା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ସମୁଦ୍ର ଜଳରାଶିରେ ୨୪ ଘଣ୍ଟିଆ ନଜର, ପାଟ୍ରୋଲିଂ ଯୋଗୁ ଏହା ସମ୍ଭବ ହୋଇପାରିଲ ବୋଲି କୋଷ୍ଟଗାର୍ଡ ପକ୍ଷରୁ କୁହାଯାଇଛି।

Jagatsinghpur