ନବରଙ୍ଗପୁର: ମହାନଦୀ ବେସିନର ବଡ ନଦୀ ଇନ୍ଦ୍ରାବତୀ। ଗ୍ରୀଷ୍ମ ଆସିବା ମାତ୍ରକେ  ନଦୀ ଶୁଷ୍କ ହୋଇଯାଉଛି। ନାମକୁ ମାତ୍ର ପାଣି ନାଳ ଆକାରରେ ପ୍ରବାହିତ ହେଉଛି। ବର୍ଷା ମାସ ଆସିବା ମାତ୍ରକେ ଏହାର ରୁଦ୍ର ରୁପ ଦେଖିବାକୁ ମିଳିଛି। ନଦୀ ଫୁଲି ଉଠିବା ସହ ବିତ୍ପାତ ଆରମ୍ଭ ହେଉଛି। ନନ୍ଦାହାଣ୍ଡି, ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜୁଛି। ହଜାର ହଜାର ହେକ୍ଟର ଜମିରେ ପାଣି ମାଡିଯାଇ ବାଲିଚର ଜମା ହେବା ସହ ପସଲ ନଷ୍ଟ ହେଉଛି। ଚାଷ ନଷ୍ଟ ହେବା ସହ ଚାଷୀ ମୁଣ୍ଡରେ ହାତ ଦେଇ ବସୁଛି।

Advertisment

ଇନ୍ଦ୍ରାବତୀ ଶୁଷ୍କ ହେବା ପଛରେ ନଦୀର ଉପରମୁଣ୍ଡ ଖାତିଗୁଡା, କପୁର, ପୋଡାଗଡ ଓ ମୁରାନ ଠାରେ ଡ୍ୟାମ୍ କରି ପାଣିକୁ ଅଟକାଇ ଦିଆଯାଇଛି। ଅପରପକ୍ଷରେ ଖାତିଗୁଡାରୁ ନବରଙ୍ଗପୁର ଯାଏଁ ପାଣିକୁ ଅଟକାଇ ରଖିବାକୁ ଆଡିବନ୍ଧ ବି କରାଯାଇନି। କେବଳ ନବରଙ୍ଗପୁର ଠାରେ ଛୋଟିଆ ଆଡିବନ୍ଧ କରାଯାଇଛି। ଏହା ବାଦେ ଇନ୍ଦ୍ରାବତୀ ନଦୀ ବାଲିପଟାରୁ ନିୟମିତ ଭାବେ ବିନା ରୟଲଟିରେ ବାଲି ଚୋରା ଚାଲାଣ ହେଉଛି। ନଦୀ ପଠାରୁ ବାଲି ଉଠିବା ପରେ ନଦୀର ଗତିପଥରେ ପରିବର୍ତ୍ତନ ହେବା ସହ ନଦୀ କୂଳ ଖାଉଛି। ଫଳରେ ପାଣି ଆଉ ନଦୀରେ ଜମାହୋଇ ନ ରହି  ନଦୀ ଶୁଷ୍କ ହୋଇଯାଉଛି। ନାମକୁ ମାତ୍ର ପାଣି ନାଳ ଆକାରରେ ପ୍ରବାହିତ ହେଉଛି। ନୂଆରେ ପ୍ରଥମ କରି ଯଦି ଏହି ନଦୀକୁ କେହି ଦେଖିଲେ ନାଳ ବୋଲି ବି ଭାବିବ।

publive-image

କୋଷାଗୁମୁଡା ବ୍ଲକ ଯାଏଁ ୧୦୦କିଲୋମିଟରରେ ଶତାଧିକ ଗାଁ ୧୦ହଜାର ହେକ୍ଟର ଜମି  ଇନ୍ଦ୍ରାବତୀ ପାର୍ଶ୍ବରେ ରହିଛି। ଗ୍ରୀଷ୍ମ ଆସିବା ମାତ୍ରକେ ଏହି ୧୦୦କିଲୋମିଟର ନଦୀ ଶୁଷ୍କ ହୋଇଯାଉଛି। ସାମାନ୍ୟ ବର୍ଷାରେ ଧିରେ ଧିରେ ନଦୀରେ ପାଣି ଜମା ହେବା ସହ ନଦୀର ଆକାର ବୃଦ୍ଧି ପାଉଛି। ନଦୀ ପାର୍ଶ୍ବରେ ଥିବା ଗାଁ ଓ ଜମି ଆଡକୁ ପାଣି ମାଡ଼ି ଯାଉଥିବା ନଦୀ ପାର୍ଶ୍ବ ଗ୍ରାମବାସୀମାନେ କହିଛନ୍ତି। ନଦୀରେ ବ୍ୟାପକ କୁଳ ଖାଇ ନୂଆରେ ଘାଇ ସୃଷ୍ଟି ହୋଇଛି। ତେବେ ନଦୀର ଗତିପଥକୁ ଯାଂଚ କରି କୁଳ ଖାଇବା ଏବଂ ଘାଇ ସୃଷ୍ଟି ହେଉଛି। ବାଲି ମାଫିଆ ମାନେ ଶୁଷ୍କ ନଦୀରୁ ବାଲି ଅନାୟସରେ ଉଠାଇ ଏବେ ଟ୍ରାକ୍ଟର ପିଛା ୨୨୦୦ରୁ ୨୭ଶହ ଟଙ୍କାରେ ବିକ୍ରି କରୁଛନ୍ତି।

 

ସରକାରୀ ରାଜସ୍ବକୁ ଲୁଟ ତା ସହ ନଦୀରରୁ ବାଲି ଚୋରା ଚାଲାଣ କରି ନଦୀକୁ ଶୁଷ୍କ କରିବା ପଛରେ ବାଲିମାଫିଆ ମାନଙ୍କ ପ୍ରଚ୍ଛନ୍ନ ହାତ ରହୁଛି। ଏହା ଫଳରେ ନଦୀର ଗତିପଥ ଏବଂ ପରିବେଶ ଉପରେ ବି ପ୍ରଭାବ ପଡ଼ୁଛି। ଏହାକୁ ଗୁରୁତର ସହ ନବରଙ୍ଗପୁର ଜିଲ୍ଲାପ୍ରଶାସନ ଶହେ କିଲୋ ମିଟର ଶୁଷ୍କତା ନଦୀକୁ ବର୍ଷ ତମାମ ବଂଚାଇବା ପାଇଁ ଦୀର୍ଘ ମିଆଦି ଯୋଜନା କଲେ ୧୦ହଜାର ହେକ୍ଟର ଜମିରେ ବିଭିନ୍ନ ଚାଷ ହେବା ସହ ଚାଷୀ ଲାଭାନ୍ବୀତ ହେବେ ବୋଲି ଚାଷୀ ପ୍ରତିନିଧି ମାନେ କହୁଛନ୍ତି।  

Nabarangpur