ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ହେଉଛି ପ୍ରାକୃତିକ ସମ୍ପଦରେ ପରିପୂର୍ଣ ଜିଲ୍ଲା। ସମଗ୍ର ଜିଲ୍ଲା ମଧ୍ୟରୁ ବାମନଘାଟୀ ଅଂଚଳରେ ରହିଛି ବଡବଡ ଲୁହାଖଣି। ଉକ୍ତ ଲୁହାଖଣି ଗୁଡିକରୁ ରାଜ୍ୟ ସରକାର କୋଟିକୋଟି ଟଙ୍କା ରାଜସ୍ୱ ପାଉଛନ୍ତି। ଉକ୍ତ ଲୌହଖଣି ପାର୍ଶବର୍ତୀ ଅଂଚଳରେ ମଧ୍ୟ ଲୁହାପଥର ଉତ୍ତଳନ ହେଉଛି, ଉକ୍ତ ଅଂଚଳ ଗୁଡିକ ଲିଜ୍ ଅଞ୍ଚଳ ବାହାରେ ଥିବାରୁ ଖଣିମାଲିକ ମାନେ ସେହି ଅଂଚଳରୁ ଲୁହାପଥର ଉତ୍ତଳନ କରନ୍ତି ନାହିଁ। କିନ୍ତୁ କିଛି ଦିନ ହେବ ଅଂଚଳର ଲଘୁ ଖଣିଜ ମାଫିଆ ପ୍ରତ୍ୟେକ ଦିନ ୩ ରୁ ୪ଟି ଡମ୍ଫର ଗୋରୁମହିଷାଣୀର ଶୁଣ୍ଢଳ, କଟୁପିଟ, ଡକଡିହା ଅଂଚଳରୁ ବେଆଇନ ଭାବେ ଶହଶହ ଟନ୍ ଲୁହାପଥର ପଡୋଶୀ ଝାଡଖଣ୍ଡ ରାଜ୍ୟକୁ ରାତ୍ରି ସମୟରେ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଫଳରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି।
ମାଫିଆମାନେ ଲିଜ୍ ଏରିଆ ବାହାରେ ଥିବା ସ୍ଥାନରୁ ଓ ନାଳରୁ ସ୍ଥାନୀୟ ଗରିବ ବାସିନ୍ଦା ମାନଙ୍କୁ ପ୍ରଲୋଭନ ଦେଖାଇ ସେମାନଙ୍କୁ ଲୁହା ପଥର ବାକ୍ସ ପ୍ରତି ୧୦୦ ଟଙ୍କାରୁ ୧୨୦ ଟଙ୍କା ଦେଉଥିବା ବେଳେ ସେମାନେ ହଜାର ହଜାର ଟଙ୍କାରେ ରାତାରାତି ଝାରଖଣ୍ଡକୁ ଚାଲାଣ କରୁଛନ୍ତି। ଡମ୍ପର ସାହାଯ୍ୟରେ ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ପାଉଥିବା ସୂଚନା ମିଳିଛି। ପ୍ରତ୍ୟେକ ରାତି ୧୧ଟାରୁ ୨ଟା ମଧ୍ୟରେ ଡମ୍ପରରେ ଲୋଡ୍ କରାଯାଏ। ସେଥିରେ କିଛି ସ୍ଥାନୀୟ ବାସିନ୍ଦା ମଧ୍ୟ ସାମିଲ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି।
ମାଫିଆମାନେ ପୁଲିସ ଓ ମାଇନିଂ ପ୍ରଶାସନକୁ ମଭୟନକରି ଖୁଲମଖୁଲା ଚାଲାଣ କରୁଛନ୍ତି। ଉକ୍ତ ମାଫିଆମାନଙ୍କ ସହିତ କିଛି ସରକାରୀ କର୍ମଚାରୀ ମଧ୍ୟ ସାମିଲ ଥିବାର ଚର୍ଚ୍ଚା ହେଉଛି। ଉକ୍ତ ଚାଲାଣକୁ ବନ୍ଦ ନକଲେ ଗ୍ରାମବାସୀ ମାନେ ଆନ୍ଦଳୋନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏଣୁ ବିଭାଗିୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରୁଛନ୍ତି।