ଭୁବନେଶ୍ବର: ଖେଳ ହେଲା କାଳ । ଲୁହା ଗ୍ରୀଲରେ ଚଢ଼ି ଖେଳିବା ପଡିଲା ପିଲା ପାଇଁ ମହଙ୍ଗା । ଲୁହାଗ୍ରୀଲରେ ଚଢିଥିବା ବେଳେ ଘଟିଲା ଅଘଟଣ । ୯ ବର୍ଷର ଛାତ୍ର ହାତରେ ପଶିଗଲା ଲୁହାରଡ଼। ଭୁବନେଶ୍ବର ବଡ଼ଗଡ଼ ଅଞ୍ଚଳରୁ ଆସିଲା ଖବର ।

Advertisment

WhatsApp Image 2025-10-04 at 19.30.55

ତେବେ ବଡ଼ଗଡ଼ ଅଞ୍ଚଳର ଶେଖ ମୁକତାର ବଡ଼ଗଡ଼ ସ୍କୁଲ ପାଚେରୀ ପାଖ ଲୁହା ଗ୍ରୀଲରେ ଚଢ଼ି ସାଙ୍ଗ ସହ ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ ହାତରେ ଲୁହା ରଡ ପଶିଯାଇଛି । ଘଟଣାସ୍ଥଳରେ ବଡଗଡ଼ ପୋଲିସ , ଅଗ୍ନିଶମ ବାହିନୀ ପହଞ୍ଚି ଲୁହାରଡ଼କୁ କାଟି ନାବାଳକକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ଚାଲିଛି ।

new-project-17-2025-07-26-16-38-11

ଖେଳିବା ବେଳେ ଅସାବଧାନତା କାରଣରୁ ପୂର୍ବରୁ ବି ଏମିତି ଅନେକ ଖବର ଆସିଛି । ଜୁଲାଇ ମାସରେ ମାଲକାନଗିରିରେ ପିଲା ପାଇଁ ଖେଳ ହୋଇଥିଲା କାଳ । ଗରାରେ ଖେଳ ପାଲଟିଥିଲା କାଳ, ନୂଆ ଗରାରେ ଖେଳୁ ଖେଳୁ ପଶିଯାଇଥିଲା ମୁଣ୍ଡ । ବଜାରରୁ ନୂଆ ଷ୍ଟିଲ ଗରା କିଣି ଆଣିଥିଲେ ବାପା । ଖେଳୁ ଖେଳୁ ଗରାରେ ମୁଣ୍ଡ ଫସାଇ ଦେଇଥିଲା ୩ ବର୍ଷ ଶିଶୁ ପୁତ୍ର । ୨ ଘଣ୍ଟା ଧରି ହଟହଟା ହେବାପରେ ଶେଷରେ କଟରରେ ଗରା କାଟି ଶିଶୁଟିର ଜୀବନ ବଞ୍ଚାଇଥିଲେ ଅଗ୍ନିଶମ କର୍ମଚାରୀ । ଏହି  ଘଟଣା ମାଲକାନଗିରିଜିଲ୍ଲା କୋରୁକୋଣ୍ଡା ଅଞ୍ଚଳରୁ ଆସିଥିଲା ।