ଭୁବନେଶ୍ବର: ଗତ ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ୭ଟି ନୂଆ ପୌରପାଳିକା ଓ ୧୬ଟି ଏନଏସିର ନାମ ଘୋଷଣା କରିଥିଲେ। ଏନଏସି ଘୋଷଣା ହେବା ଆଗରୁ ବିଭିନ୍ନ ସ୍ଥାନରେ ଏନଏସି ଦାବି ନେଇ ଆନ୍ଦୋଳନ, ଦୋକାନ ବଜାର ବନ୍ଦ, ଗାଡ଼ି ଚଳାଚଳ ଠପ୍ ଭଳି ଘଟଣା ସାମ୍ନାକୁ ଆସିଥିଲା। ଏବେ ପୁଣି ନୂଆ ଏନଏସି ଘୋଷଣା ହେବା ପରେ ବି ସେଭଳି ଆନ୍ଦୋଳନ ଓ ବନ୍ଦ ପାଳନ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଆଉ ଏହାର ପ୍ରଚ୍ଛଦପଟରେ ଏବଂ କେତେକ କ୍ଷେତ୍ରରେ ସାମ୍ନାକୁ ଆସୁଛି ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ବିଜେଡି।
ଓଡ଼ିଶାରେ ବିଜେପି ସରକାର ଆସିବାର ମାତ୍ର ୧୪ ମାସ ଭିତରେ ରାଜ୍ୟରେ ୭ଟି ନୂଆ ପୌରପାଳିକା ଓ ୧୬ଟି ଏଏନଏସିର ନାମ ଘୋଷଣା କରିଛନ୍ତି। ଆଗକୁ ବି ଆଉ କିଛି ନୂଆ ନାଆଁ ଘୋଷଣା ହୋଇପାରେ ଯାହା ନଗର ଉନ୍ନୟନ ମନ୍ତ୍ରୀଙ୍କ କଥାରୁ ସଙ୍କେତ ମିଳିଛି। ରାଜ୍ୟରେ ନୂଆ ଏଏନଏସି ଦାବିକୁ ନେଇ ବିରୋଧୀ ଦଳ ରାଜନୀତି କରିବାର ଏବେ ଆବଶ୍ୟକତା ରହିଛି କି? ବିରୋଧୀଙ୍କ ପାଖରେ ଅନ୍ୟ କୌଣସି ପ୍ରସଙ୍ଗ ନଥିବାରୁ ଏହି ପ୍ରସଙ୍ଗରୁ ଫାଇଦା ଉଠାଇବାର ଅପପ୍ରୟାସ ହେଉନାହିଁ ତ? ଏବେ ଲୋକଙ୍କର ଅନ୍ୟ ସମସ୍ୟା ସମାଧାନ ଦିଗରେ ସକାରାତ୍ମକ ମନୋଭାବ ପୋଷଣ ନ କରି ଏହି ଘଟଣାକୁ ବିଜେଡି ପକ୍ଷରୁ ଅଧିକ ଗୁରୁତ୍ବ ଦିଆଯିବା, କେତେ ଦୂର ଯଥାର୍ଥ ତାହା ବିଚାର କରିବା କଥା।
ଏହାର ଗୋଟିଏ ଉଦାହରଣ ନିଆଯାଇପାରେ। ଆଜି ବାଲେଶ୍ବର ଜିଲ୍ଲା ଖଇରାରେ ଏନଏସି ଘୋଷଣା ଦାବିରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ବନ୍ଦ ପାଳନ ହେଉଛି। ବିଜେଡି ରାଜରାସ୍ତାକୁ ଓହ୍ଲାଇ ୬ ଘଣ୍ଟିଆ ଖଇରା ବଜାର, କାର୍ଯ୍ୟାଳୟ, ସ୍କୁଲ, କଲେଜ ଓ ରାସ୍ତାଘାଟ ଘାଟ ବନ୍ଦ କରିଛି। ଆଗାମୀ ୧୦ ଦିନ ମଧ୍ୟରେ ଖଇରାକୁ ସରକାର ଏନଏସି ଘୋଷଣା ନକଲେ ଏହି ଆନ୍ଦୋଳନ ଅଧିକ ତୀବ୍ରତର ହେବ ବୋଲି ଦଳ ଚେତାବନୀ ଦେଇଛି। ଏହାର ନେତୃତ୍ୱ ନେଉଛନ୍ତି ସିମୁଳିଆର ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଏଠି ପ୍ରଶ୍ନ ଉଠୁଛି ଯେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜେଡିର ଜଣେ ଟାଣୁଆ ନେତା ଏବଂ ଦୁଇଦୁଇ ଥର ବିଧାୟକ ହୋଇଥିଲେ। ଖାଲି ସେତିକି ନୁହେଁ, ମନ୍ତ୍ରୀ ବି ହୋଇଥିଲେ। ସେତେବେଳେ ସେ କାହିଁକି ଏଦିଗରେ ପଦକ୍ଷେପ ନେଇ ଖଇରାକୁ ଏନଏସି ମାନ୍ୟତା ଦେବାରେ ସଫଳ ହୋଇନଥିଲେ। ଏହା ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ। ଠିକ୍ ସେହି କଥା ବିଧାୟକ ବର୍ଷା ସିଂହ ବରିହାଙ୍କ ଭଳି ଅନ୍ୟ କେତେକଙ୍କ କ୍ଷେତ୍ରରେ ବି ପ୍ରଯୁଜ୍ୟ।ପୁଣି ଥରେ ସ୍ଥାନୀୟ ସଂଘ ଆଉ ଥରେ ରାଜନୈତିକ ଦଳ ବନ୍ଦ ପାଳନ କରୁଥିବାର ବି ନଜିର ରହିଛି। ବନ୍ଦ ଯୋଗୁ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଅବଶ୍ୟ ଏକଥା ଏଠି ଆଲୋଚନାର ବିଷୟ ନୁହେଁ।
ଓଡ଼ିଶାରେ ବିଜେପି ସରକାର ଆସିବାର ମାତ୍ର ୧୪ ମାସ ଭିତରେ ରାଜ୍ୟରେ ୭ଟି ନୂଆ ପୌରପାଳିକା ଓ ୧୬ଟି ଏଏନଏସିର ନାମ ଘୋଷଣା କରିଛନ୍ତି। ଆଗକୁ ବି ଆଉ କିଛି ନୂଆ ନାଆଁ ଘୋଷଣା ହୋଇପାରେ ଯାହା ନଗର ଉନ୍ନୟନ ମନ୍ତ୍ରୀଙ୍କ କଥାରୁ ସଙ୍କେତ ମିଳିଛି। ରାଜ୍ୟରେ ନୂଆ ଏନଏସି ଦାବିକୁ ନେଇ ବିରୋଧୀ ଦଳ ରାଜନୀତି କରିବାର ଏବେ ଆବଶ୍ୟକତା ରହିଛି କି? ବିରୋଧୀଙ୍କ ପାଖରେ ଅନ୍ୟ କୌଣସି ପ୍ରସଙ୍ଗ ନଥିବାରୁ ଏହି ପ୍ରସଙ୍ଗରୁ ଫାଇଦା ଉଠାଇବାର ଅପପ୍ରୟାସ ହେଉନାହିଁ ତ? ଏବେ ଲୋକଙ୍କର ଅନ୍ୟ ସମସ୍ୟା ସମାଧାନ ଦିଗରେ ସକାରାତ୍ମକ ମନୋଭାବ ପୋଷଣ ନ କରି ଏହି ଘଟଣାକୁ ବିଜେଡି ପକ୍ଷରୁ ଅଧିକ ଗୁରୁତ୍ବ ଦିଆଯିବା, କେତେ ଦୂର ଯଥାର୍ଥ ତାହା ବିଚାର କରିବା କଥା।