ବ୍ରହ୍ମପୁର: ଲାଞ୍ଜିପଲ୍ଲୀସ୍ଥିତ ଇସ୍କନ୍ ବ୍ରହ୍ମପୁର ଠାରେ ଶ୍ରୀ ରାଧାଷ୍ଟମୀ ଉତ୍ସବ ଖୁବ୍ ହର୍ଷୋଲ୍ଲାସର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ୫ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଯୋଗ ଦେଇ କଥା, କୀର୍ତ୍ତନରେ ଭାଗ ନେବା ସହ ମହାପ୍ରଭୁ ଶ୍ରୀ ଶ୍ରୀ ରାଧା ରାଧାକାନ୍ତଙ୍କ ଦିବ୍ୟ ମହାଭିଷେକ ଦର୍ଶନ କରିଥିଲେ।

Advertisment

କାର୍ଯ୍ୟକ୍ରମରେ ବୃନ୍ଦାବନରୁ ଆସିଥିବା ବରିଷ୍ଠ ସନ୍ନ୍ୟାସୀ ତଥା ଗୁରୁ ପରମପୂଜ୍ୟ ଭକ୍ତି ଆଶ୍ରୟ ବୈଷ୍ଣବ ସ୍ଵାମୀ ମହାରାଜ ଯୋଗ ଦେଇ ପ୍ରବଚନ ପ୍ରଦାନ କରିବା ସହ ଉପସ୍ଥିତ ଶତାଧିକ ଭକ୍ତଙ୍କୁ ଦୀକ୍ଷିତ କରାଇଥିଲେ। ଶେଷରେ ସମସ୍ତେ ସ୍ଵାଦିଷ୍ଟ କୃଷ୍ଣ ପ୍ରସାଦ ସେବନ କରିଥିଲେ।

ମନ୍ଦିରର ଅଧ୍ୟକ୍ଷ ଶ୍ରୀ ପଞ୍ଚରତ୍ନ ପ୍ରଭୁଜୀଙ୍କ ବଳିଷ୍ଠ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମଟି ବରିଷ୍ଠ ବ୍ରହ୍ମଚାରୀ ଶ୍ରୀ ପ୍ରତାପରୁଦ୍ର ପ୍ରଭୁଜୀଙ୍କ ପୌରହିତ୍ୟରେ ସୁନ୍ଦର ଭାବେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେମୁଣା ଇସ୍କନର ଅଧ୍ୟକ୍ଷ ଶ୍ରୀ ମୁକୁନ୍ଦ ଚୈତନ୍ୟ ପ୍ରଭୁ, ମାୟାପୁର ଇସ୍କନର ବରିଷ୍ଠ ଭକ୍ତ ଶ୍ରୀ ପଦ୍ମନେତ୍ର ପ୍ରଭୁ ତଥା ବ୍ରହ୍ମପୁର ଇସ୍କନର ବରିଷ୍ଠ ପ୍ରଚାରକ ଶ୍ରୀ ଗୋବିନ୍ଦ ମୁରାରୀ ପ୍ରଭୁ ଯୋଗ ଦେଇଥିଲେ। ଏହି ବିଶେଷ କାର୍ଯ୍ୟକ୍ରମଟି ସମସ୍ତ ଅନ୍ତେବାସୀ ତଥା ପରିଚାଳନାଗତ ସଦସ୍ୟମାନଙ୍କ ସଂପୂର୍ଣ୍ଣ ସହଯୋଗରେ ନିର୍ବିଘ୍ନରେ ସମାପିତ ହୋଇଥିଲା।

ganjam