କାମାକ୍ଷାନଗର: ଢେଙ୍କାନାଳଜିଲ୍ଲା ତୁମୁସିଙ୍ଗା ଥାନା ମାଛିଆଠାରେ ଥିବା ଶକ୍ତି ମଲ୍ଟ ଏୟାର ଲିମୋନେଡ ପ୍ରାଇଭେଟ ଲିମିଟେଡ ନାମକ ଏକ ମଦ ପ୍ଲାଣ୍ଟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି l ମଦ ପ୍ଲାଣ୍ଟର ମାଲିକ ବିକ୍ରମ ସାହୁ ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି l
ଆଜି ସକାଳୁ ଆୟକର ବିଭାଗର ଏକ ଟିମ ମାଛିଆଠାରେ ଥିବା ଶକ୍ତି ମଲ୍ଟ ଏୟାର ଲିମୋନେଡ ପ୍ରାଇଭେଟ ଲିମିଟେଡ ଉପରେ ଚଢ଼ାଉ ଜାରି ରଖିଛି l ତେବେ ଗଣମାଧ୍ୟମକୁ ପ୍ଲାଣ୍ଟ ମଧ୍ୟରେ ପ୍ରବେଶ ଅନୁମତି ନଥିବା ଯୋଗୁଁ ଏ ବିଷୟରେ ପ୍ଲାଣ୍ଟ କର୍ତ୍ତୃପକ୍ଷ କିମ୍ବା ଆୟକର ବିଭାଗ ଠାରୁ କୌଣସି ସୂଚନା ମିଳିପାରିନାହିଁ l ତେବେ ଗତ ୨୦୨୩ ମସିହା ଡିସେମ୍ବର ମାସରେ ଏଠାରେ ଆୟକର ବିଭାଗ ଚଢ଼ାଉ କରିଥିବା ବେଳେ ଆଜି ଆଉଥରେ ଚଢ଼ାଉ ଜାରି ରଖିଛିl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/20/V5vse5RplK1HVnUr9gjz.jpg)