ରାଉରକେଲା: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ବଣାଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଶ୍ବଦର୍ଶୀ ସାହୁ ଜେଲ୍ ଯାଇଛନ୍ତି। ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ତାଙ୍କୁ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ସୁନ୍ଦରଗଡ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ଶ୍ରୀ ସାହୁ ନିଜର ଆୟ ଉତ୍ସଠାରୁ ୩୧୮% ଅଧିକ ସଂଗ୍ରହ କରିଥିବା ଆକଳନ କରାଯାଇଛି। ଲକ୍ଷ ଲକ୍ଷ କଳା ଟଙ୍କା ଜମାକରୁଥିବାରୁ ଶ୍ରୀ ସାହୁ ବେଶ୍ ବିଳାସମୟ ଜୀବନ ଅତିବାହିତ କରୁଥିଲେ। ହାତରେ ପିନ୍ଧୁଥିଲେ ୩ ଲକ୍ଷ ଟଙ୍କାର ଦାମୀ ଘଣ୍ଟା। ଏମିତି ଗୋଟିଏ କି ଦୁଇଟି ନୁହେଁ, ସାଢ଼େ ୭ ଲକ୍ଷ ଟଙ୍କାର ୧୦ଟି ହାତଘଣ୍ଟା ବ୍ୟବହାର କରୁଥିଲେ। ରେ ପିନ୍ଧୁପାଦଥିଲେ ୪ ହଜାରରୁ ଅଧିକ ଟଙ୍କାର ଚପଲ। ପିନ୍ଧୁଥିବା ପୋଷାକପତ୍ର ମଧ୍ୟ ସେମିତି ଥିଲା। ଧରା ପଡ଼ିଯିବାର ଭୟ ଥିବାରୁ କଳା ଟଙ୍କାରେ ଭୁବନେଶ୍ବର, ବାଲେଶ୍ବରରେ ଦାମୀ ଫ୍ଲାଟ୍, ଭୁବନେଶ୍ବର ଓ ପୁରୀରେ ୯ଟି ଦାମି ପ୍ଲଟ୍ କିଣିଛନ୍ତି।

ଗତକାଲି ସଂଧ୍ୟାରେ ସୁନ୍ଦରଗଡ଼ ଭିଜିଲାନ୍ସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଭିଜିଲାନ୍ସ ଏସ୍ପି ନରହରି ନାୟକ ଏହି ସୂଚନା ଦେଇଥିଲେ। ସେ କହିଥିଲେ, ଚଢ଼ଉରେ ଜଣେ ଅତିରିକ୍ତ ଏସ୍ପି, ୩ ଡିଏସ୍ପି, ୧୦ ଇନ୍ସପେକ୍ଟର ଓ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଥିଲେ। ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଓଡ଼ିଶା ଭିଜିଲାନ୍ସର ୭ଟି ଟିମ୍ ଏକକାଳୀନ ଭୁବନେଶ୍ବର, ବାଲେଶ୍ବର, ଯାଜପୁର, ବଣାଇ (ସୁନ୍ଦରଗଡ଼)ସମେତ ୭ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ସମ୍ପୂର୍ଣ୍ଣ ତଦନ୍ତ ପରେ ମୋଟ ୫ କୋଟି ୨ ଲକ୍ଷ ୫୮ ହଜାର ୪୦୩ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ରହିଛି ଭୁବନେଶ୍ବର ଶ୍ରୀରାମନଗର ପୁରୁଣା ସହରରେ ୩୬୦୦ ବର୍ଗଫୁଟ୍ର ଦୁଇ ମହଲା ଆବାସିକ କୋଠା । ଭୁବନେଶ୍ବର ଲକ୍ଷ୍ମୀସାଗର ଭଗବାନ ଟାୱାରର ତୃତୀୟ ମହଲାରେ ୧୫୦୦ ବର୍ଗଫୁଟର ଫ୍ଲାଟ୍। ଭୁବନେଶ୍ବର ୟୁନିଟ୍-୩ ଖାରବେଳନଗରସ୍ଥ ଇଭିଓଏସ୍ ଗ୍ୟାଲେକ୍ସିର ୪ର୍ଥ ମହଲାରେ ଫ୍ଲାଟ୍ ନେବାକୁ ଶ୍ରୀ ସାହୁ ୧ କୋଟି ୫୦ ଲକ୍ଷ ଟଙ୍କା ଅଗ୍ରୀମ ଦେଇଛନ୍ତି। ଏଥିସହ ଭୁବନେଶ୍ବର ଓ ପୁରୀ ସହରର ପ୍ରମୁଖ ସ୍ଥାନରେ ୯ଟି ଦାମୀ ପ୍ଲଟ କିଣିଛନ୍ତି। ତାଙ୍କ ନିକଟରୁ ନଗଦ ୪ ଲକ୍ଷ ୫୧ ହଜାର ଟଙ୍କା, ୭୩ ଲକ୍ଷ ୧୪ ହଜାର ବ୍ୟାଙ୍କ ଓ ବୀମା ଜମା ସହ ୧୫୦ ଗ୍ରାମ ଓଜର ସୁନା ଅଳଙ୍କାର, ପ୍ରାୟ ୭.୫ ଲକ୍ଷ ଟଙ୍କାର ୧୦ଟି ଦାମୀ ଘଣ୍ଟା ଜବତ ହୋଇଛି। କେବଳ ଏତିକି ନୁହେଁ ୪୦ ଲକ୍ଷ ଟଙ୍କାର ଗୋଟିଏ ଚାରି ଚକିଆ ଗାଡ଼ି ଓ ୩ଟି ମୋଟରବାଇକ୍ ଓ ମୂଲ୍ୟବାନ ଘରୋଇ ସାମଗ୍ରୀ ଠାବ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/02/01/TLJdp5ihhtN0tEtwsAUu.jpg)