ଜଗତସିଂହପୁର: ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କୁ ୨ ୟୁନିଟ ଓଡ୍ରାଫ୍ ଓ ୨ ପ୍ଲାଟୁନ ଏନଡିଆରଏଫ୍ ମାଗିଲା ଜଗତସିଂହପୁର ଜିଲ୍ଲା ପ୍ରଶାସନ। ୨୩ରୁ ୨୬ ଚାରି ଦିନ ପାଇଁ ବର୍ଷା ଆଲର୍ଟ ଜାରି ହୋଇଥିବାରୁ ଏଭଳି ସହାୟତା ଲାଗି ଜିଲ୍ଲାପାଳ ଜେ ସୋନାଲ୍ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବା ଜଣାଯାଇଛି।
ଏଣେ କଳାବଜାରୀ ରୋକିବା ପାଇଁ ସ୍ବତନ୍ତ୍ର ମିଳିତ ଟିମ୍ ଗଠନ ହୋଇଛି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଗଚ୍ଛିତ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଡ଼ା ଚେତାବନୀ ଦେଇଛି ଜିଲ୍ଲା ପ୍ରଶାସନ। ଅଯଥା ଭୟଭୀତ ନ ହେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
ସମ୍ଭାବ୍ୟ ବାତ୍ୟା "ଦାନା"ନେଇ ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇକହିଛନ୍ତି, ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ବାତିଲ ହୋଇଛି। ସବୁ ସ୍ଥାନରେ ସତର୍କ ରହିବାକୁ ବ୍ଲକ୍ ଅଧିକାରୀଙ୍କୁ ସୂଚନା ଦିଆଯାଇଛି। ବାତ୍ୟା ଆଶ୍ରୟ ସ୍ଥଳକୁ ଚେକ୍ କରାଯାଇଛି। ଆଜି ଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ସବୁ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଜାରି ରହିଛି। ପାନୀୟ ଜଳ ସୁବିଧା ରହିଛି। ଖାଦ୍ୟର ଅଭାବ ନ ହେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗର୍ଭବତୀ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଆଜି ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ୨୬ଟି ପାୱାର ବୋଟ ରହିଛି। ଜିଲ୍ଲାରେ ଓଡିଆରଏଫ୍ ଟିମ୍ ଅଛନ୍ତି। ଦରକାର ପଡ଼ିଲେ ୨ଟି ଏନଡିଆରଏଫ୍ ଟିମ୍ ଆସିବେ। ବିଦ୍ୟୁତ୍ ବିଭାଗ ସହ ଆଲୋଚନା ଶେଷ ହୋଇଛି। ବିଶେଷ କରି କୁଜଙ୍ଗ,ବାଲିକୁଦା,ଏରସମା, ପାରାଦୀପକୁ ବିଶେଷ ଧ୍ୟାନ ଦିଆଯିବ। କଳା ବଜାରି ଉପରେ ଧ୍ୟାନ ଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/10/21/eDao4k5EMCaPB1pN1i0p.jpeg)