ଭୁବନେଶ୍ବର: ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ଜଗମୋହନ ମିନା। ସେ ପୁଲିସ କମିସନରଙ୍କ ଉପସ୍ଥିତିରେ ପିନାକ ମିଶ୍ରଙ୍କ ଠାରୁ ଏହି ଦାୟିତ୍ବ ନେଇଛନ୍ତି।  

Advertisment

୨୦୨୪ ସେପ୍ଟେମ୍ବରରେ ଭୁବନେଶ୍ବରକୁ ଆସିଥିଲେ ନୂଆ ଡିସିପି। ୨୦୧୪ ବ୍ୟାଚ୍ ଆଇପିଏସ୍ ପ୍ରତୀକ ସିଂଙ୍କ ସ୍ଥାନରେ ୨୦୧୧ବ୍ୟାଚ୍ ଆଇପିଏସ୍ ପିନାକ ମିଶ୍ର ଏହି ପଦବିରେ ଅବସ୍ଥାପିତ ହୋଇଥିଲେ। କିନ୍ତୁ ମାତ୍ର ୫ମାସ ପରେ ପିନାକ ମିଶ୍ରଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ୨୦୧୩ ବ୍ୟାଚ୍ ଆଇପିଏସ୍ ତଥା କଟକ ଡିସିପି ଜଗମୋହନ ମିନାଙ୍କୁ ଭୁବନେଶ୍ବର ଡିସିପି ଦାୟିତ୍ବ ଦିଆଯାଇଛି। ରାଜଧାନୀର ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ଟ୍ରାଫିକ୍ ସମସ୍ୟା, ନିଶା କାରବାର, ଅପରାଧ ନିୟନ୍ତ୍ରଣ, ଭିଭିଆଇପି ସୁରକ୍ଷା ଆଦି ପ୍ରସଙ୍ଗ ନୂଆ ଡିସିପିଙ୍କ ପାଇଁ ବଡ଼ ଆହ୍ବାନ ହେବ। ରାଜଧାନୀରେ ଭିଭିଆଇପି ସୁରକ୍ଷା ଓ ବିଭିନ୍ନ ରାଜନୈତିକ ଦଳର ବିକ୍ଷୋଭ ଆଦିକୁ ସମ୍ଭାଳିବା ମଧ୍ୟ ନୂଆ ଡିସିପିଙ୍କ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିବ।   

ସୂଚନାଯୋଗ୍ୟ, ୨୦୨୪ ସେପ୍ଟେମ୍ବରରେ ଭୁବନେଶ୍ବରକୁ ଆସିଥିଲେ ନୂଆ ଡିସିପି। ୨୦୧୪ ବ୍ୟାଚ୍ ଆଇପିଏସ୍ ପ୍ରତୀକ ସିଂଙ୍କ ସ୍ଥାନରେ ୨୦୧୧ବ୍ୟାଚ୍ ଆଇପିଏସ୍ ପିନାକ ମିଶ୍ର ଏହି ପଦବିରେ ଅବସ୍ଥାପିତ ହୋଇଥିଲେ। କିନ୍ତୁ ମାତ୍ର ୫ମାସ ପରେ ପିନାକ ମିଶ୍ରଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ୨୦୧୩ ବ୍ୟାଚ୍ ଆଇପିଏସ୍ ତଥା କଟକ ଡିସିପି ଜଗମୋହନ ମିନାଙ୍କୁ ଭୁବନେଶ୍ବର ଡିସିପି ଦାୟିତ୍ବ ଦିଆଯାଇଛି। ରାଜଧାନୀର ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ଟ୍ରାଫିକ୍ ସମସ୍ୟା, ନିଶା କାରବାର, ଅପରାଧ ନିୟନ୍ତ୍ରଣ, ଭିଭିଆଇପି ସୁରକ୍ଷା ଆଦି ପ୍ରସଙ୍ଗ ନୂଆ ଡିସିପିଙ୍କ ପାଇଁ ବଡ଼ ଆହ୍ବାନ ହେବ। ରାଜଧାନୀରେ ଭିଭିଆଇପି ସୁରକ୍ଷା ଓ ବିଭିନ୍ନ ରାଜନୈତିକ ଦଳର ବିକ୍ଷୋଭ ଆଦିକୁ ସମ୍ଭାଳିବା ମଧ୍ୟ ନୂଆ ଡିସିପିଙ୍କ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିବ। 

୧୯୮୯ ମସିହାରେ ରାଜସ୍ଥାନରେ ଜନ୍ମିତ ଶ୍ରୀ ମିନା ୨୦୦୬ ମସିହାରେ ଦିଲ୍ଲୀ କେନ୍ଦ୍ରୀୟ ବିଦ୍ୟାଳୟରୁ ଦ୍ବାଦଶ ପାସ୍ କରିଥିଲେ। ଏହାପରେ ସେ ଇଂଜିନିୟରିଂ ପଢ଼ିଥିଲେ ଏବଂ ଆଇଆଇଟି କାନପୁରରେ ଯୋଗଦେଇଥିଲେ। ୨୦୧୧ରେ ସେ ଏମ୍ଟେକ୍ ଡିଗ୍ରି ହାସଲ କରିଥିଲେ। ସେହି ବର୍ଷ ସେ ଆଇପିଏସ୍ ପରୀକ୍ଷାରେ ସଫଳ ହୋଇପାରିନଥିଲେ। କିନ୍ତୁ ୨୦୧୨ରେ ସେ ଆଇପିଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ। ୨୦୧୩ରେ ସେ କଳାହାଣ୍ଡି ଜିଲ୍ଲାରେ ଏସ୍ଡିପିଓ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ୨୦୧୭ ମସିହାରେ ଏସ୍ପି ଭାବେ ପ୍ରଥମେ ମାଲ୍କାନଗିରିରେ ଯୋଗଦେଇଥିଲେ। ସେଠାରେ ଦୁଇବର୍ଷ କାର୍ଯ୍ୟ ତୁଲାଇବା ପରେ ୨୦୧୯ ମସିହାରେ ଅନୁଗୁଳ ଜିଲ୍ଲା ଏସ୍ପି ଭାବେ ଯୋଗଦେଇଥିଲେ। ୨୦୨୩ରେ ସେ ଗଞ୍ଜାମ ଏସ୍ପି ଭାବେ ଦାୟିତ୍ବ ନେଇଥିଲେ। ସେଠାରେ ବର୍ଷେ ୯ମାସ କାର୍ଯ୍ୟ କରିବା ପରେ ଗତ ସେପ୍ଟେମ୍ବରରେ କଟକ ଡିସିପି ଭାବେ ଯୋଗଦେଇଥିଲେ।