ରାଉରକେଲା: ବହୁ ପ୍ରତୀକ୍ଷିତ ଯମୁନାନାକି ପୋଲ ନିର୍ମାଣ କାର୍ଯ୍ୟ ସରୁନି। ୨୦୧୯ରୁ ଆରମ୍ଭ ହୋଇଥିବା କାମକୁ ୬ ବର୍ଷ ବିତିଲାଣି। ତଥାପି ୪୦%ରୁ ଅଧିକ କାମ ବାକି ରହିଛି। କେବେ ସରିବ, କାହାରି ପାଖରେ ଉତ୍ତର ନାହିଁ। ସ୍ଥାନୀୟ ଲୋକ ଠିକାସଂସ୍ଥାର ଅବହେଳାକୁ ଦାୟୀ କରିଛନ୍ତି। ବର୍ଷ ବର୍ଷ ଧରି କଚ୍ଛପ ଗତିରେ ନିର୍ମାଣ କାର୍ଯ୍ୟ ଚାଲୁଛି। ବର୍ଷା ଆସିଲେ ନିର୍ମାଣ କାର୍ଯ୍ୟ ବନ୍ଦ ରହୁଛି। ଏଥିପ୍ରତି ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ କାହିଁକି ନଜର ପଡୁନି ବୋଲି କୁଆରମୁଣ୍ଡାବାସିନ୍ଦା ପ୍ରଶ୍ନ କରିଛନ୍ତି।
୨୦୧୯ରେ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଡିଏମ୍ଏଫ୍ ପାଣ୍ଠିରୁ ପ୍ରାୟ ୩୨ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏବେ ଆହୁରି ୪ କୋଟି ଟଙ୍କା ମଞ୍ଜୁର ହୋଇଥିବା କୁହାଯାଉଛି। ଅର୍ଥାତ୍ ସେତୁ ନିର୍ମାଣରେ ପ୍ରାୟ ୩୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ୨ ବର୍ଷ ମଧ୍ୟରେ, ଅର୍ଥାତ୍ ୨୦୨୧ ସୁଦ୍ଧା ସେତୁ ନିର୍ମାଣ କରିବାକୁ ନିର୍ମାଣକାରୀ ଠିକାସଂସ୍ଥାକୁ କୁହାଯାଇଥିଲା। ଇତି ମଧ୍ୟରେ ସୁନ୍ଦରଗଡ଼ରେ ୪ ଜଣ ଜିଲ୍ଲାପାଳ କାର୍ଯ୍ୟରେ ଯୋଗଦେଇ ଅନ୍ୟତ୍ର ବଦଳି ହୋଇଗଲେଣି। କିନ୍ତୁ ରାଉରକେଲା-ଯମୁନାନାକି ସେତୁ ସେମିତି କଚ୍ଛପ ଗତିରେ ଚାଲିଛି। ଆସନ୍ତା ୨୦୨୫ ମାର୍ଚ୍ଚ ସୁଦ୍ଧା ସରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ଯେମିତି କାମ ଚାଲିଛି , ୨୦୨୫ ଶେଷ ସୁଦ୍ଧା ସରିବ କି ନାହିଁ, କହିବା ମୁସ୍କିଲ। ନିକଟରେ ସୁନ୍ଦରଗଡ଼ରେ ମନୋଜ ସତ୍ୟବାନ ମହାଜନ ଜିଲ୍ଲାପାଳ ଭାବେ ଯୋଗଦେଇଛନ୍ତି। ନିର୍ମାଣଧୀନ ରାଉରକେଲା-ଯମୁନାନାକି ସେତୁ ସାରିବାକୁ କି ପଦକ୍ଷେପ ନେଉଛନ୍ତି, ତା’ ଉପରେ ଅଞ୍ଚଳବାସୀଙ୍କ ନଜର ରହିଛି।
ପଶ୍ଚିମ ଓଡ଼ିଶା ବିଭିନ୍ନ ଅଞ୍ଚଳକୁ ଯାତାୟାତ ପାଇଁ ବ୍ରାହ୍ମଣ ସେତୁ ଉପରେ ଦୁଇ ଦୁଇଟି ସେତୁ ନିର୍ମାଣ ହୋଇଛି। ​ତେବେ ଯାତାୟାତ, ସ୍ବାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ଜଟିଳ ସମସ୍ୟାର ସମାଧାନ ପାଇଁ କୋଏଲନଦୀ ଉପରେ ମଧ୍ୟ ଦ୍ବିତୀୟ ସେତୁ ନିର୍ମାଣ ପାଇଁ ୨୦୧୭ରେ କୁଆରମୁଣ୍ଡା ନାଗରିକ କମିଟି ସମେତ ଅନ୍ୟାନ୍ୟ ସଙ୍ଗଠନ ପକ୍ଷରୁ ଦାବି ହୋଇ ଆସୁଥିଲା। ତତ୍କାଳୀନ ସୁନ୍ଦରଗଡ଼ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ଭେଟି ରାଉରକେଲା-ଯମୁନାନାକି ( ପ୍ରାୟ ୭୦୦ ମିଟର) କୋଏଲ ନଦୀ ଉପରେ ସେତୁ ନିର୍ମାଣ କରିବାକୁ ଦାବି ଜଣାଇଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ସମସ୍ୟାକୁ ଉପଲବ୍ଧ କରି ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ଭରଦ୍ବାଜ ସବୁଜ ସଙ୍କେତ ଦେଇଥିଲେ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠିରୁ ସେତୁ ନିର୍ମାଣ କରାଯିବ ବୋଲି କହିଥିଲେ। ପରେ, ଅର୍ଥାତ୍ ୨୦୧୯ରେ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଡିଏମ୍ଏଫ୍ ପାଣ୍ଠିରୁ ପ୍ରାୟ ୩୨ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏବେ ଆହୁରି ୪ କୋଟି ଟଙ୍କା ମଞ୍ଜୁର ହୋଇଥିବା କୁହାଯାଉଛି। ଅର୍ଥାତ୍ ସେତୁ ନିର୍ମାଣରେ ପ୍ରାୟ ୩୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ୨ ବର୍ଷ ମଧ୍ୟରେ, ଅର୍ଥାତ୍ ୨୦୨୧ ସୁଦ୍ଧା ସେତୁ ନିର୍ମାଣ କରିବାକୁ ନିର୍ମାଣକାରୀ ଠିକାସଂସ୍ଥାକୁ କୁହାଯାଇଥିଲା। ଇତି ମଧ୍ୟରେ ସୁନ୍ଦରଗଡ଼ରେ ୪ ଜଣ ଜିଲ୍ଲାପାଳ କାର୍ଯ୍ୟରେ ଯୋଗଦେଇ ଅନ୍ୟତ୍ର ବଦଳି ହୋଇଗଲେଣି। କିନ୍ତୁ ରାଉରକେଲା-ଯମୁନାନାକି ସେତୁ ସେମିତି କଚ୍ଛପ ଗତିରେ ଚାଲିଛି। ଆସନ୍ତା ୨୦୨୫ ମାର୍ଚ୍ଚ ସୁଦ୍ଧା ସରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ଯେମିତି କାମ ଚାଲିଛି , ୨୦୨୫ ଶେଷ ସୁଦ୍ଧା ସରିବ କି ନାହିଁ, କହିବା ମୁସ୍କିଲ। ନିକଟରେ ସୁନ୍ଦରଗଡ଼ରେ ମନୋଜ ସତ୍ୟବାନ ମହାଜନ ଜିଲ୍ଲାପାଳ ଭାବେ ଯୋଗଦେଇଛନ୍ତି। ନିର୍ମାଣଧୀନ ରାଉରକେଲା-ଯମୁନାନାକି ସେତୁ ସାରିବାକୁ କି ପଦକ୍ଷେପ ନେଉଛନ୍ତି, ତା’ ଉପରେ ଅଞ୍ଚଳବାସୀଙ୍କ ନଜର ରହିଛି।
ଉଲ୍ଲେଖଯୋଗ୍ୟ, ଏହି ସେତୁ ନିର୍ମାଣ ହେଲେ କୁଆରମୁଣ୍ଡା, ରାଞ୍ଚି, ରାଏବଗା, ବୀରମିତ୍ରର ସମେତ ଅନ୍ୟାନ୍ୟ ଅଞ୍ଚଳବାସୀ ଯାତାୟାତଙ୍କ ସୁଗମ ହେବ। କୁଆରମୁଣ୍ଡାରୁ ରାଉରକେଲା ମଧ୍ୟରେ ୧୪ କିମି ଦୂରତା ହ୍ରାସ ପାଇବ। ଚିକିତ୍ସା ପାଇଁ ଆଇଜିଏଚ୍, ଆର୍ଜିଏଚ୍ ସମେତ ବିଭିନ୍ନ ଘରୋଇ ହସ୍ପିଟାଲକୁ ଯାଉଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଯାତାୟାତର ଯନ୍ତ୍ରଣା ଦୂର ହେବ। ଶିକ୍ଷା ଓ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ସେତୁ ବେଶ୍ ସହାୟକ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/06/bH4rqTKyrhnWZHpute1f.png)