ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ବ ଗ୍ରହଣ କରିବା ପରେ ନିୟମିତଭାବେ ଜନ ଅଭିଯୋଗ ଶୁଣାଣି କରୁଛନ୍ତି। ହେଲେ ବିଭିନ୍ନ କାରଣରୁ ଏହା ବେଳେବେଳେ ବନ୍ଦ ବି ରହୁଛି। ଚଳିତ ମାସରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ୨ ଦିନ ବନ୍ଦ ରହିବ। ଏନେଇ ଜିଏ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 
ସେହି ସୂଚନା ଅନୁଯାୟୀ, ଅକ୍ଟୋବର ୭ ଓ ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ୭ରେ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ବନ୍ଦ ରହିବ ଶୁଣାଣି। ଏଣେ ୧୪ ତାରିଖରେ ଦୁର୍ଗାପୂଜା ଭସାଣି ଥିବାରୁ ଅଭିଯୋଗ ଶୁଣାଣି ବନ୍ଦ ରହିବ।