ରାଇଘର: ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲାର କୋସରୋଡା କ୍ୟାମ୍ପରେ ଏକ ଅଭାବନୀୟ ଘଟଣା ଘଟିଛିl ୩୩ ବାଟାଲିୟନ୍ ର ଜଣେ ଯବାନ ରାକେଶ କୁମାର (୩୧)ନିଜ ରାଇଫଲ୍ ରେ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି l ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ପାରି ନାହିଁl ରାକେଶ କୁମାରଙ୍କ ଘର ଉତ୍ତର ପ୍ରଦେଶର ମିରଟରେ ଏବଂ ସେ ନକ୍ସଲ ନିପାତ ପାଇଁ ନିୟୋଜିତ ରହିଥିଲେl ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ତଦନ୍ତ ଆରମ୍ଭ କରିଛି।
ରାଇଫଲ୍ ରେ ମୁଣ୍ଡକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲାର କୋସରୋଡା କ୍ୟାମ୍ପରେ ଏକ ଅଭାବନୀୟ ଘଟଣା ଘଟିଛିl ୩୩ ବାଟାଲିୟନ୍ ର ଜଣେ ଯବାନ ରାକେଶ କୁମାର (୩୧)ନିଜ ରାଇଫଲ୍ ରେ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି l
/sambad/media/media_files/WQcAmnZowY7BmA7089ef.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)