କୋରାପୁଟ: କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ କୋରାପୁଟ ଜଳବିଭାଜିକା ପ୍ରକଳ୍ପର ଜଳଧାରା ଯୋଜନାରେ ପୋଖରୀ ଖୋଳିବା ଆରମ୍ଭ ହୋଇଛି। ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ପୋଖରୀ ଖୋଳା ଚାଲିଛି। ତେବେ ମଣିଷ ବଦଳରେ ମେସିନ୍ ଲଗାଇ ଏହା ଖୋଳା ଯାଉଛି। ଅପରପକ୍ଷରେ କୋରାପୁଟ ଜିଲ୍ଲାର ଲୋକେ ନିଜ ଗାଁ ଓ ଅଂଚଳରେ କାମ ଧନ୍ଦା ନ ପାଇ ଆନ୍ଧ୍ର, ତେଲେଙ୍ଗାନ୍ନା, ତାମିଲନାଡୁ, ମହାରାଷ୍ଟ୍ର ଓଛତିଶଗଡକୁ ଦାଦନ ଖଟିବାକୁ ଯାଉଛନ୍ତି।
ଅପରପକ୍ଷରେ କୋରାପୁଟ ଜିଲ୍ଲାରେ ମେସିନ୍ ବି ରହିଛି। ଏହା ବାଦେ ବି ପ୍ରଶାସନ ବାହାର ରାଜ୍ୟ ରାଜସ୍ଥାନର ଜନୈକ ବ୍ୟକ୍ତିଙ୍କ ମେସିନ ବ୍ୟବହାର କରୁଛନ୍ତି। ତୁରନ୍ତ ମେସିନକୁ ପ୍ରତ୍ୟାହାର କରି ସ୍ଥାନୀୟ ଅଂଚଳବାସୀ ତଥା ଜିଲ୍ଲାର ବିଭିନ୍ନ ଗ୍ରାମବାସୀଙ୍କୁ ଏଭଳି ପୋଖରୀ ଖୋଳା କାମରେ ନିୟୋଜିତ କରିବାକୁ ଅଂଚଳବାସୀ ଦାବି କରିଛନ୍ତି।
ଯେଉଁ ଅଂଚଳରେ ଚାଷ ପାଇଁ ଜଳସେଚନ ବ୍ୟବସ୍ଥା ବହୁତ କମ୍ ରହିଥିବ ସେହି ଅଂଚଳରେ ଏହି ପୋଖରୀ ନିର୍ମାଣ କରିବାକୁ ନିର୍ଦ୍ଦେଶ ରହିଛି। ଏହି କ୍ରମରେ ରାଜ୍ୟର କୋରାପୁଟ ଜିଲ୍ଲାରେ ୧୨୦ଟି, ମାଲକାନଗିରୀ୫୫୦, ବଲାଙ୍ଗୀର ୭୦୦, ନୂଆପଡ଼ା ୩୦୦, ବରଗଡ଼ ୫୦୦ ଓକଳାହାଣ୍ଡି ୪୮୦ଟି ଏଭଳି ୬ଟି ଜିଲ୍ଲାରେ ୨୬୫୦ଟି ୫୦କୋଟିରେ ନିର୍ମାଣ କରିବା ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପଂଚାୟତରେ ଏହି ୧୨୦ଟି ସମନ୍ବୀତ ଯୁଗ୍ମ ପୋଖରୀ ଖୋଳିବା ଯୋଜନା ରାଜ୍ୟସରକାର ଓଜିଲ୍ଲାପ୍ରଶାସନର ରହିଛି। ତେବେ ମଣିଷ ମାନେ ଏହି ପୋଖରୀ ଖୋଳିବା ଆଦି କାମ କରିବା ବଦଳରେ ମେସିନ୍ ଲଗାଇ ଖଳା ଯାଉଛି। ତାହା ପୁଣି କୋରାପୁଟ ଜିଲ୍ଲାରେ ମେସିନ ରହିଥିବା ସତ୍ବେ କାହାର ସ୍ବାର୍ଥ ପାଇଁ ଏପରି କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।
ଏ ସଂପର୍କରେ କୋରାପୁଟ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶିବ ଚରଣ ଜେଠୀଙ୍କ ପଚାରିବାରୁ ସେ କହିଲେ ଏଯାଏଁ କୋଟିଆ ଗ୍ରାମପୁଂଜରେ ୭ଟି ଖୋଳା ଚାଳିଛି। ପୋଖରୀ ଖଳାରେ ଲୋକ ଲଗାଇ ଖୋଳି ପାରିବେ କିମ୍ବା ମେସିନ ମଧ୍ୟ ବ୍ୟବହାର କରି ପାରିବେ ବୋଲି କହିଛନ୍ତି। ତେବେ ଏଠାକାର ଅଂଚଳବାସୀଙ୍କୁ କାମ ଧନ୍ଦା ମିଳୁନଥିବାରୁ ସେମାନେ ଦାଦନ ଖଟିବାକୁ ଯାଉଛନ୍ତି। ଏହି ସ୍ଥିତିରେ ପ୍ରଶାସନର ବିନା ଅନୁମତିରେ ରାଜସ୍ଥାନରୁ କିଏ କିପରି ମେସିନ ଆଣି କାମ କରିବା କେତେ ଦୁର ଯୁକ୍ତି ଯୁକ୍ତ ବୋଲି ଅଂଚଳବାସୀ ପ୍ରଶ୍ନ କରିଛନ୍ତି।ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଟି ଦେବା ସହ ଅଂଚଳବାସୀଙ୍କ ଜରିଆରେ ପୋଖରୀ ଖଳା ଯିବା ସହ ସମନ୍ବିତ ଯୁଗ୍ମ ପ୍ରକଳ୍ପର କାମ କରାଯାଉ ବୋଲି ଦାବି ହୋଇଛି।
Koraput