ଭୁବନେଶ୍ବର: ମାତ୍ର ୮୯ ଦିନରେ ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି। ଭୁବନେଶ୍ବର ଏଡିଜେ ପକସୋ କୋର୍ଟ ଏହି ଗୁରୁତ୍ୱପୂର୍ଣ ରାୟ ଶୁଣାଇଛନ୍ତି। ଫଳରେ ଦୋଷୀକୁ ୮୯ ଦିନ ମଧ୍ୟରେ ଦଣ୍ଡ ମିଳିଛି। ଦୋଷୀକୁ କୋର୍ଟ ୭ ବର୍ଷ କାରାଦଣ୍ଡ ଶୁଣାଇଥିବା ବେଳେ ୧ ଲକ୍ଷ ଟଙ୍କା ସହାୟତା ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ଜଣାଯାଏ ଯେ, କମିସନରେଟ ପୁଲିସ ଅଧୀନ ଲିଙ୍ଗରାଜ ଥାନା ଅଞ୍ଚଳରେ ଜଣେ ୧୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ହୋଇଥିଲା। ଏନେଇ ଗତ ଜୁନ ୪ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। ଏତଲା ଆଧାରରେ ପୁଲିସ ଅଭିଯୁକ୍ତ ପ୍ରଦ୍ୟୁମ୍ନ ମଲ୍ଲିଆକୁ ଗିରଫ କରିଥିଲା।
ପ୍ରଦ୍ୟୁମ୍ନକୁ କୋର୍ଟ ଚାଲାଣ ହୋଇଥିଲା। କୋର୍ଟ ପ୍ରଦ୍ୟୁମ୍ନ ବିରୋଧରେ ସାକ୍ଷୀମାନଙ୍କର ବୟାନକୁ ଆଧାର କରି ମାତ୍ର ୮୯ ଦିନରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରଦ୍ୟୁମ୍ନକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଥିବା ବେଳେ ପୀଡ଼ିତାଙ୍କୁ ୧ ଲକ୍ଷ ଟଙ୍କା ସହାୟତା ନିର୍ଦ୍ଦେଶ ଦେଇଛନ୍ତି।
Bhubaneswar
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/01/new-project-21-2025-09-01-18-48-50.jpg)