ଭୁବନେଶ୍ୱର: ଓଡ଼ିଶା କୁଡୋ ଆସୋସିଏସନର ସଦସ୍ୟ, କୋଚ ଓ ଖେଳାଳିଙ୍କ ସମେତ ୭୦ ଜଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଲୋକସେବା ଭବନରେ ଆଜି ହୋଇଥିବା ଏହି ସାକ୍ଷାତକାରରେ ଖେଳାଳି ଓ କ୍ରୀଡ଼ା ସହିତ ଜଡ଼ିତ କୋଚ୍ମାନେ ‘ଜୁଡ଼ୋ’କୁ ରାଜ୍ୟସ୍ତରୀୟ ମାନ୍ୟତା ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
କୁଡ଼ୋ ଏକ ପ୍ରକାର ମିଶ୍ରିତ ସାମରିକ କଳା, ଯାହା ‘କରାଟେ ଏବଂ ତାଇକ୍ବାଣ୍ଡୋ’ର ସମାହାର। ଏହି ଖେଳ ଭାରତର ବିଭିନ୍ନ ରାଜ୍ୟ ସମେତ ବିଦେଶରେ ମଧ୍ୟ ଅନେକ ପ୍ରସିଦ୍ଧି ଲାଭ କରିଛି। ଓଡ଼ିଶାର ମଧ୍ୟ ଅନେକ ଜିଲ୍ଲାରେ ଏହି ଖେଳ ପାଇଁ ତାଲିମ୍ ଦିଆଯାଉଛି। ଏଣୁ ରାଜ୍ୟରେ ଏହି କୁଡ଼ୋର ପ୍ରସାର ଓ ଏହି ଖେଳକୁ ମାନ୍ୟତା ଦେବା ପାଇଁ ଏହି ଆସୋସିଏସନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଥିଲେ।
/sambad/media/media_files/2025/05/09/4b399ed2-2f7d-4711-af72-6a4040942ba6-984875.jpg)
ମୁଖ୍ୟମନ୍ତ୍ରୀ ଖେଳାଳିଙ୍କ ସହ କଥା ହୋଇ ସେମାନଙ୍କୁ ଅଭ୍ୟାସ ଜାରି ରଖିବାପାଇଁ କହିଥିଲେ ଏବଂ ଏହି କ୍ରୀଡ଼ାକୁ ରାଜ୍ୟସ୍ତରୀୟ ମାନ୍ୟତା ଦେବାପାଇଁ ବିଚାର କରାଯିବ ବୋଲି ସେ କହିଥିଲେ। କୁଡ଼ୋ ଖେଳାଳିଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ଜଡ଼ୋ ଆସୋସିଏସନ୍ ଅଫ୍ ଓଡ଼ିଶାର ମୁଖ୍ୟ କୋଚ ନିତାଇ ଶଙ୍କର ଗୁଇଁ ପ୍ରମୁଖ ଉପସ୍ଥିତ ଥିଲେ।
Sports | CM Mohan Charan Majhi
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/09/d7d7d72a-8d7c-4d30-9b74-2dd22cd60836-767307.jpg)