-ଦିନ ତମାମ ଧନକ୍ଷେତରେ ଉତ୍ପାତ କଲେ

Advertisment

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା  ବେତନଟୀ ରେଞ୍ଜ ତଥା ବୈଶିଙ୍ଗା ଥାନା ଅଧୀନ ନଡ଼ପୁର ଉପକଣ୍ଠ ଦଲକି ଜଙ୍ଗଲରେ ସୋମବାର ସନ୍ଧ୍ୟାରେ ପ୍ରବେଶ କରିଥୁବା ୫୭ଟିକିଆ ବିଶାଳ ଝାଡଖଣ୍ଡୀ ହାତୀପଲ ନୀଳିଗିରି ମୁହାଁ ହୋଇଥିବାବେଳେ ପଲରେ ଥିବା ଏକାଧିକ ଛୁଆ ହାତୀ ବୁଢ଼ାବଳଙ୍ଗ ନଦୀ ପାଣିକୁ ଭୟ କରି ଆଉ ଆଗକୁ ବଢିନଥିଲେ। ଫଳରେ ବିଳମ୍ବିତ ରାତିରେ ପୁଣି ଥରେ ଦଲକି ସଂରକ୍ଷିତ ଜଙ୍ଗଲକୁ ଫେରିଥିଲେ ହାତୀପଲ। 

ସୂଚନା ଅନୁଯାଇ ଗତ ଶନିବାର ୫୭ଟିକିଆ ଝାଡଖଣ୍ଡି ହାତୀପଲ ପଶ୍ଚିମବଙ୍ଗ ରାଜ୍ୟ ଦେଇ ଓଡିଶା ପ୍ରବେଶ କରିବାପରେ ବିଭିନ୍ନ ଅଞ୍ଚଳରେ ବ୍ୟାପକ ଚାଷଜମି କ୍ଷତି କରିବାପରେ ରବିବାର ରାତି ପ୍ରାୟ ୧୦ଟା ସମୟରେ ହାତୀପଲ ବେତନଟୀ ରେଞ୍ଜ ଅଧୀନ ଯୁଗଳ ପଟ ଦେଇ ୧୮ନଂ ଜାତୀୟ ରାଜପଥର ବଗଲପୁର ନିକଟରେ ରାଜପଥ ଅତିକ୍ରମ କରି ମଧ୍ୟରାତ୍ରିରେ ସ୍ଥାନୀୟ ଫୁଲଝୁରି ଜଙ୍ଗଲରେ ପଶିଥିଲେ।

publive-image

ତେବେ ଗତକାଲି ସନ୍ଧ୍ୟାରେ ବେତନଟୀ ରେଞ୍ଜ ଅଧୀନ ଏକର ଏକର ଧାନକ୍ଷେତ ସମେତ ନଡ଼ପୁର ଦଲକି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବୁଢୀଆଣି ଜାଲ ଭଳି ଛନ୍ଦାଛନ୍ଦି ଚାଲୁ ଥିବାରୁ ଗୋଟିଏ ସ୍ଥାନ ଅତିକ୍ରମ କରିବାକୁ ଦୀର୍ଘ ସମୟ ଲାଗୁଥିବାର ପରିଲକ୍ଷିତ ହୋଇଥିଲା। ସୋମବାର ବିଳମ୍ବିତ ରାତିରେ ହାତୀପଲ ଦଲକି ଜଙ୍ଗଲରୁ ବାହାରି ପୂର୍ବ ବର୍ଷ ଭଳି ଚିରାଚରିତ ଢଙ୍ଗରେ ପାଟୁଳିପୁରା ଦେଇ ଦାରିହା ଠାରେ ବୁଢ଼ାବଳଙ୍ଗ ନଦୀ ଅତିକ୍ରମ କରିବାକୁ ଆଗକୁ ବଢିବାକୁ ଚେଷ୍ଟା କରୁଥିବା ସମୟରେ ପଲରେ ଥିବା ଛୁଆ ହାତୀ ବୁଢ଼ାବଳଙ୍ଗ ପାଣିକୁ ଦେଖି ଡରିଯାଇଥିଲେ ଓ ଆଗକୁ ବଢିନଥିଲେ। ଫଳରେ ଅନ୍ୟ ଉପାୟ ନପାଇ ସମଗ୍ର ହାତୀପଲ ପୁଣି ଥରେ ଦଲକି ଜଙ୍ଗଲକୁ ପ୍ରତ୍ୟାବର୍ତନ କରିଥିଲେ ଓ ଆଜି ଦିନ ତମାମ ଉକ୍ତ ଜଙ୍ଗଲ ପାଖ ଚାଷ ଜମିରେ ଉପଦ୍ରଵ ଜାରି ରଖିଥିଲେ।

ଅନ୍ୟପଟେ ପଲରୁ ୪ହାତୀ ବାହାରି ଯାଇ ଅନ୍ୟତ୍ର ବୁଲୁ ଥିବାରୁ ଏବେ ଦଲକି ଜଙ୍ଗଲରେ ୫୩ହାତୀ ରହିଛନ୍ତି। ଆଗକୁ ହାତୀପଲଙ୍କ ଗତିପଥକୁ ତୀକ୍ଷ୍ଣ ଦୃଷ୍ଟିରେ ନିରୀକ୍ଷଣ କରୁଛନ୍ତି ବୋଲି କହିଛନ୍ତି ବେତନଟୀ ବନାଞ୍ଚଳ ଅଧିକାରୀ ମନୁୱାର ଖାନ। ତେବେ ବେତନଟୀ ବନବିଭାଗ ପକ୍ଷରୁ ରେଞ୍ଜର ମନୁୱର ଖାଁଙ୍କ ନେତୃତ୍ଵରେ ସମସ୍ତ ୬୮ ବନପାଳ, ବନରକ୍ଷୀ, ଗଜସାଥୀ ଏବଂ ପାରାବନକର୍ମଚାରୀଙ୍କୁ ନେଇ ଗଠିତ ଏକାଧିକ ଟିମ ପୁରା ହାତୀପଲର ଗିତିବିଧ ଉପରେ ରେ ତୀକ୍ଷ୍ଣ ନଜର ରଖୁଛନ୍ତି।