ଭାଲୁମୁଣ୍ଡା: ବଲାଙ୍ଗୀରଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ଗ୍ରାମ ପଞ୍ଚାୟତରେ ଗତ କିଛି ମାସ ହେବ ଦେଓଗାଁ ,ବେଲପଡା, ବଡ଼ଗମଡା ଗାଁବାସୀ ମନରେଗା ଯୋଜନାରେ ୨୨ଲକ୍ଷ ଟଙ୍କା ହେରଫେର ହୋଇଥିବା ବା କାମ ନକରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ କରିଆସୁଥିଲେ। ବାରମ୍ବାର ବ୍ଲକ ଆଗରେ ଧାରଣା ମଧ୍ୟ ଦେଇଆସୁଥିଲେ। କଣ୍ଟାବାଞ୍ଜି ପୂର୍ବତନ କଂଗ୍ରେସ ବିଧାୟକ ସନ୍ତୋସିଂ ସାଲୁଜା ତିନିଥର ବ୍ଲକ ମଧ୍ୟ ଘେରାଉ କରିଥିଲେ। ଏହି ଘଟଣାରେ ଗିରଫ ହେଲେ ବଙ୍ଗୋମୁଣ୍ଡା ବ୍ଲକର କନିଷ୍ଠ ଯନ୍ତ୍ରୀ ଜୟ ନାରାୟଣ ବାଗ।
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ଗ୍ରାମ ପଂଚାୟତର ମନରେଗା ଯୋଜନାର କାମରେ ନକଲି ମାଷ୍ଟର ରୋଲ ଦେଖାଇ ୨୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ । ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ବଙ୍ଗୋମୁଣ୍ଡା ବ୍ଲକ କନିଷ୍ଠ ଯନ୍ତ୍ରୀ ଜୟ ନାରାୟଣ ବାଗ ଗିରଫ ହୋଇଛନ୍ତି। ୨୦୨୩-୨୪, ୨୦୨୪-୨୫ ଆର୍ଥିକ ବର୍ଷରେ ବଙ୍ଗୋମୁଣ୍ଡା ବ୍ଲକରେ ମନରେଗା ଯୋଜନାରେ ପ୍ରାୟ ୨୨ ଲକ୍ଷ ଟଙ୍କା ହଡ଼ପ ହୋଇଛି। ଏହି ଅଭିଯୋଗ ସ୍ପଷ୍ଟ ହେବା ପରେ ଭିଜିଲାନ୍ସ କନିଷ୍ଠ ଯନ୍ତ୍ରୀ ଶ୍ରୀ ବାଗଙ୍କୁ ଗିରଫ କରିଛି। ଏହି ଆର୍ଥିକ ବର୍ଷରେ ୫ଟି ପୋଖରୀ କାମ କରାଯାଇଥିବା ଦର୍ଶାଇ ଏହି ଟଙ୍କା ହଡ଼ପ କରି ଦିଆଯାଇଥିବା ଭିଜିଲାନ୍ସ ଅଧିକାରୀ ତଦନ୍ତରୁ ଜାଣିବାକୁ ପାଇଛନ୍ତି।
୨୨ ଲକ୍ଷ ୧୬ ହଜାର ୭୨ ଟଙ୍କା ହଡ଼ପ ହୋଇଛି
ଆହୁରି ପଢ଼ନ୍ତୁ: Odisha High Court Berhampur SP: ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲା: ହାଇକୋର୍ଟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଲେ ବ୍ରହ୍ମପୁର ଏସପି
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତରେ ୨୦୨୩-୨୪, ୨୦୨୪-୨୫ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଥିଲା I ଏନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରାଯାଇଥିଲା I ତଦନ୍ତ ପରେ ଅନିୟମିତତା ସ୍ପଷ୍ଟ ହେବା ସହ ଏକ ବଡ଼ ଧରଣର ଦୁର୍ନୀତି ସାମ୍ନାକୁ ଆସିଥିଲା। ଏହି ୨ ଆର୍ଥିକ ବର୍ଷରେ ହୋଇଥିବା ୫ଟି ପୋଖରୀ ଖୋଳାଯାଇଥିବା ବେଳେ ବାକି କେବଳ କାଗଜପତ୍ରରେ କରି ୨୨ ଲକ୍ଷ ୧୬ ହଜାର ୭୨ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଛି। ଏନେଇ ଭିଜିଲାନ୍ସ ମାମଲା ରୁଜୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ବାଗଙ୍କୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/11/11/untitled-13-2025-11-11-14-17-28.jpg)