ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି। କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ସାମାଜିକ ଗଣମାଧ୍ୟମ ‘ଏକ୍’ରେ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍ ଟଣ୍ଡନଙ୍କ ନାମ ସୁପାରିଶ କରିଥିଲେ। ଜଷ୍ଟିସ୍ ହରିଶ ଟଣ୍ଡନ ଏବେ କୋଲକାତା ହାଇକୋର୍ଟରେ ବିଚାରପତି ଅଛନ୍ତି।
ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟ କଲେଜିୟମ୍ ତାଙ୍କ ନିଯୁକ୍ତି ନେଇ ସୁପାରିଶ କରିଥିଲେ। ଜଷ୍ଟିସ୍ ହରିଶ ଟଣ୍ଡନ ବର୍ତ୍ତମାନ କଲିକତା ହାଇକୋର୍ଟରେ ବିଚାରପତି ଅଛନ୍ତି। ଗତ ଜାନୁଆରି ୧୯ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କ ଅବସର ପରେ ନୂତନ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ନେଇ ଏହି ସୁପାରିଶ କରାଯାଇଥିଲା। ଜଷ୍ଟିସ୍ ଅରିନ୍ଦମ୍ ସିହ୍ନା ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅଛନ୍ତି, ଯାହାଙ୍କର ଆହ୍ଲାବାଦ୍ ହାଇକୋର୍ଟକୁ ବଦଳି ହୋଇଛି।
ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ନିଯୁକ୍ତି ନେଇ ସୁପାରିଶ କରିଥିଲେ। ଜଷ୍ଟିସ୍ ହରିଶ ଟଣ୍ଡନ ବର୍ତ୍ତମାନ କଲିକତା ହାଇକୋର୍ଟରେ ବିଚାରପତି ଅଛନ୍ତି। ଗତ ଜାନୁଆରି ୧୯ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କ ଅବସର ପରେ ନୂତନ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ନେଇ ଏହି ସୁପାରିଶ କରାଯାଇଥିଲା।
In exercise of the power conferred by the Constitution of India, the President of India, after consultation with Chief Justice of India, is pleased to appoint Shri Justice Harish Tandon, Judge of the Calcutta High Court as Chief Justice of the Orissa High Court.
— Arjun Ram Meghwal (@arjunrammeghwal) March 21, 2025
ଜଷ୍ଟିସ୍ ଟଣ୍ଡନ ୧୯୬୪ ମସିହା ନଭେମ୍ବର ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଛନ୍ତି। ସେ ୧୯୮୩ ମସିହାରେ କୋଲକାତା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ ପରେ ୧୯୮୯ ମସିହାରେ ସେହି ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରି ସହିତ ଉତ୍ତୀର୍ଣ୍ଣ ହୋଇଥିଲେ। ସେହିବର୍ଷ ସେପ୍ଟେମ୍ବର ୨୬ରେ ଓକିଲ ଭାବେ ନାମ ପଞ୍ଜୀକରଣ କରି ସେ ଅଭ୍ୟାସ ଆରମ୍ଭ କରିଥିଲେ। ୨୦୧୦ ଅପ୍ରେଲ୍ ୧୩ ତାରିଖରେ କଲିକତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ହାଇକୋର୍ଟ ବିଚାରପତିଙ୍କ ମଧ୍ୟରେ ସର୍ବଭାରତୀୟ ସ୍ତରରେ ସେ ହେଉଛନ୍ତି ସପ୍ତମ ବରିଷ୍ଠ ବିଚାରପତି। ଏହାସହ ସେ ହେଉଛନ୍ତି କଲିକତା ହାଇକୋର୍ଟର ସବୁଠୁ ବରିଷ୍ଠ ବିଚାରପତି।