ଧର୍ମଗଡ଼: କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଥିଲେ। ଭବାନୀପାଟଣାଠାରେ ଆୟୋଜିତ ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଉଦ୍‌ଯାପନୀ ଶେଷ ସନ୍ଧ୍ୟାରେ ଯୋଗଦେଇ ଜିଲ୍ଲାବାସୀଙ୍କୁ ସମ୍ବୋଧନ କରିଥିଲେ। ପ୍ରଥମେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ l

Advertisment

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଉଦ୍‌ଯାପନୀ ସଭାରେ ଯୋଗ ଦେଲେ

ସେଠାରୁ ଭବାନୀପାଟଣାର ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିଅମ୍‌ଠାରେ  ଆୟୋଜିତ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଉଦ୍‌ଯାପନୀ ସଭାରେ ଯୋଗ ଦେଇ ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିଥିଲେ।

ଆହୁରି ପଢ଼ନ୍ତୁ: Shreemayee Mishra Post ପାଣ୍ଡିଆନ୍ ଓ ନବୀନ ପଟ୍ଟନାୟକଙ୍କୁ ନିିଶାନା, ଦଳପତି ନିଜେ ନିଜ ଜାଲରେ ଛନ୍ଦି ହୋଇଯାଇଛନ୍ତି

ସାସ୍କୃତିକ ସଭାରେ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ ନର୍ଲା ବିଧାୟକ ମନୋରମା ମହାନ୍ତି ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲାର ମଣ୍ଡିର ଅବ୍ୟବସ୍ଥା ଉପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ପାଇଁ ପ୍ରାୟ ୮୯୧ .୩୯   କୋଟି  ଟଙ୍କା ବିନିମୟରେ ୩ ହଜାର ୬୧୨ ଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ।

ଆହୁରି ପଢ଼ନ୍ତୁ: Manipur Gang-Rape Victim Dies: ମଣିପୁର ହିଂସା: ୩ ବର୍ଷର ଯନ୍ତ୍ରଣା ସହି ସହି ଶେଷରେ ଆଖି ବୁଜିଦେଲେ କୁକି ଗଣଦୁଷ୍କର୍ମ ପୀଡ଼ିତା...