ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଲିନାଜୁ ଗ୍ରାମରେ ଆଜି ଶ୍ରୀରାମ ନବମୀ ବାର୍ଷିକ ଉତ୍ସବ ପାଳନ ଅବସରରେ ୨୯ତମ ପଞ୍ଚ ମହାଯଜ୍ଞ ସହିତ ଅଷ୍ଟ ପ୍ରହରୀ ନାମ ଯଜ୍ଞ ପାଇଁ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଲିନାଜୁ ଗ୍ରାମ ଓ ବିଭିନ୍ନ ଗ୍ରାମର ସହଯୋଗରେ ଘୃତ ଯଜ୍ଞ, ନାମ ଯଜ୍ଞ, ଅନ୍ନ ଯଜ୍ଞ, ଜପ ଯଜ୍ଞ ସହିତ ଜ୍ଞାନ ଯଜ୍ଞର ଆୟୋଜନ କରାଯାଇଛି।
/sambad/media/media_files/2025/04/05/img-20250405-wa0346-961156.jpg)
ଆଜି ଅଷ୍ଟପ୍ରହରୀ ନାମ ଯଜ୍ଞ ସହିତ ପଞ୍ଚ ମହାଯଜ୍ଞ ପାଇଁ ଭକ୍ତମାନେ କଲିନାଜୁ ଡ୍ୟାମରେ କଳସୀ ଜଳ ପୂର୍ଣ୍ଣ କରିଥିଲେ। ଚଳିତ ବର୍ଷ କର୍ତ୍ତାକର୍ତ୍ତି ଭାବେ ପରମେଶ୍ବର ପ୍ରଧାନ, ନମଜିନି ପ୍ରଧାନ, ବାପିନ ପ୍ରଧାନ ଓ ଜ୍ୟୋତିମା ପ୍ରଧାନ ମନୋନୟନ ହୋଇଥିବା ବେଳେ ସଭାପତି ନାଭିଦ୍ୟିତ୍ୟ ପ୍ରଧାନ, ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ଉପଦେଷ୍ଟା ଲକ୍ଷ୍ମୀଧର ପ୍ରଧାନ, ସୁବାଷ ଚନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।
Kandhamal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/05/img-20250405-wa0345-215351.jpg)