ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଡିଏଭିରେ ଥିବା ଓଡ଼ିଶାର ଏକମାତ୍ର ଉଦ୍ୟାନ କୃଷି ପ୍ରଶିକ୍ଷଣ କେନ୍ଦ୍ରକୁ ଦୀର୍ଘ ୮ ବର୍ଷରୁ ଊର୍ଦ୍ଧ୍ବ ହେବ ପାଣିର ଅଭାବ ଦର୍ଶାଇ ବନ୍ଦ କରାଯାଇଥିଲା। କୃଷକ ଓ ଯୁବବର୍ଗଙ୍କୁ ପ୍ରଶିକ୍ଷଣ ଦେଇ ଆତ୍ମ ନିଯୁକ୍ତି ଓ ସ୍ବାବଲମ୍ବୀ କରିବା ପାଇଁ ଉଦ୍ୟାନ କୃଷି ସମ୍ବନ୍ଧୀୟ ଶିକ୍ଷା ଦେବା ନିମନ୍ତେ ୨୦୧୩ ମସିହାରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ତରଫରୁ ଉଦ୍ୟାନ କୃଷି ନିମନ୍ତେ ଶିକ୍ଷା ଦେଇ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ଏହି ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା।
କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡିବଲାଙ୍ଗୀର ଏବଂ ସୋନପୁର ଏହି ୧୦ଟି ଜିଲ୍ଲାର କୃଷକ ଓ ଯୁବପିଢି ଉଦ୍ୟାନ କୃଷି ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ତାଲିମ ନେଉ ନିଜ ଅଞ୍ଚଳ ରେ ଆତ୍ମନିର୍ଭରଶୀଳ ହୋଇଛନ୍ତି। ଏହି ପ୍ରତିଷ୍ଠାନ ମାତ୍ର ୨ ବର୍ଷ ଚାଲିବା ପରେ ଗତ ୨୦୧୬ ମସିହା ଠାରୁ କାର୍ଯ୍ୟକାରୀ ନ ହୋଇ ଆଜି ପର୍ଯ୍ୟନ୍ତ ବନ୍ଦ ହୋଇ ରହିଥିଲା।
ପ୍ରଶିକ୍ଷଣ କେନ୍ଦ୍ରରେ ରହି ଶିକ୍ଷାର୍ଜନ କରିବା ନିମନ୍ତେ ସରକାର ଉଭୟ ଛାତ୍ର ଓ ଛାତ୍ରୀଙ୍କ ନିମନ୍ତେ ହଷ୍ଟେଲର ବ୍ୟବସ୍ଥା ମଧ୍ୟ ରହିଛି। ଫଳରେ ବିଭିନ୍ନ ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି, ଦଳିତ ଏବଂ ପଛୁଆବର୍ଗ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ। ବାରମ୍ବାର ସମ୍ବାଦରେ ଏହି ପ୍ରତିଷ୍ଠାନର ସମସ୍ୟାକୁ ନେଇ ଖବର ପରିବେଷଣ କରିବା ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ରାଜ୍ୟ ସରକାର ଶେଷରେ ଏହି ଅନୁଷ୍ଠାନର ସମସ୍ତ ସମସ୍ୟାର ସମାଧାନ କରି ପୁଣି ତାକୁ କାର୍ଯ୍ୟକାରୀ କରିଥିବା ଦେଖିବାକୁ ମିଳିଛି।
ରାଇକିଆ, ଘୁ.ଉଦୟଗିରି , ଟିକାବାଲି ଓ ଚକାପାଦ ବ୍ଲକରୁ ପ୍ରାୟ ୫୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଛତୁ ଚାଷ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଗାମୀ ଦିନରେ କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ବଲାଙ୍ଗୀର ଏବଂ ସୋନପୁର ଏହି ୧୦ଟି ଜିଲ୍ଲାର କୃଷକ ଓ ଯୁବପିଢି ଙ୍କୁ ମଧ୍ୟ ଉଦ୍ୟାନ କୃଷି ବିଷୟରେ ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ମିଳିଛି।
ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନି କାର୍ଯ୍ୟକ୍ରମରେ କଳିଙ୍ଗା ଉଦ୍ୟାନ କୃଷି ପ୍ରଶିକ୍ଷଣ କେନ୍ଦ୍ରର ଅତିରିକ୍ତ ନିର୍ଦେଶକ ସ୍ୱଦେଶ ଚୌଧୁରୀ, ବରିଷ୍ଠ ସହାୟକ ମହେଶ୍ବର ସେଠୀ, ରାଇକିଆ ଏଏଚଓ ଲିପ୍ସାରାଣୀ ଦଳବେହେରା, କେବିକେ ଗୃହବିଜ୍ଞାନ ବୈଜ୍ଞାନିକ ସୁମିତା ହେମ୍ବ୍ରମ ଏବଂ ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ଉଦ୍ୟାନ ବିଭାଗ ଅଧିକାରୀମାନେ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/28/fWYgy2H6yMEQsqUnjlEG.jpg)