ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗତ ୨୪ ବର୍ଷରେ ସ୍ୱାସ୍ଥ୍ୟ ସେବା ନାଁରେ ଯେଉଁ ସବୁ ଅବ୍ୟବସ୍ଥା ଓ ଅସଙ୍ଗତି ଦେଖା ଦେଇଥିଲା ତାହାକୁ ସଜାଡ଼ିବା ସହିତ ଏକ ଗୁଣାତ୍ମକ, ସର୍ବସ୍ପର୍ଶୀ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ରାଜ୍ୟକୁ ସୁସ୍ଥ ଓ ସମୃଦ୍ଧ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ବିଜେପି ସରକାର। ନୂତନ ଚିକିତ୍ସାଳୟ ଓ କଲେଜ ପ୍ରତିଷ୍ଠାଠାରୁ ଆରମ୍ଭ କରି ଡାକ୍ତରୀ ପଦବି ବଢ଼ାଇବା ଯାଏଁ, ସାଧାରଣ ଜନତାଙ୍କ ସ୍ୱାର୍ଥକୁ ସର୍ବାଗ୍ରେ ପ୍ରାଧାନ୍ୟ ଦିଏ ଆମ ଡବଲ ଇଞ୍ଜିନ ସରକାର।
ରାଜ୍ୟରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ଦିଗରେ ଆଉ ପାଦେ ଆଗକୁ ଯାଇ ଆଜି କନ୍ଧମାଳ ଜିଲ୍ଲାରେ ଭେଷଜ ମହାବିଦ୍ୟାଳୟର ଶୁଭ ଉଦଘାଟନ କରାଯାଇଛି। ଜିଲ୍ଲାବାସୀଙ୍କ ଅନେକ ଦିନର ଦାବିକୁ ସମ୍ମାନ ଜଣାଇ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଦିଗରେ ଏହି ଅନୁଷ୍ଠାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ
/sambad/media/media_files/2025/06/07/gs1vyx7weaae6jt-612435.jpg)
ଶ୍ରୀ ମାଝୀ କହିଛନ୍ତି, ଏହି ଭେଷଜ ମହାବିଦ୍ୟାଳୟ ତଥା ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ମାଧ୍ୟମରେ କେବଳ କନ୍ଧମାଳ ଜିଲ୍ଲା ନୁହେଁ, ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକର ଜନସାଧାରଣ ବିଶେଷ ଭାବରେ ଉପକୃତ ହେବେ। ପୂର୍ବରୁ ଉନ୍ନତମାନର ଚିକିତ୍ସା ପ୍ରାପ୍ତ କରିବା ନିମନ୍ତେ ଅଞ୍ଚଳବାସୀ ସୁଦୂର କଟକ କିମ୍ବା ବ୍ରହ୍ମପୁର ମେଡ଼ିକାଲ ଉପରେ ନିର୍ଭର ଥିଲେ। ଏହିଭଳି ଅନେକ ସମସ୍ୟାକୁ ଦୃଷ୍ଟିରେ ରଖି ଆଜି କନ୍ଧମାଳ, ନୟାଗଡ଼, ବୌଦ୍ଧ ଏବଂ କଳାହାଣ୍ଡି ଜିଲ୍ଲାର ଅଧିବାସୀଙ୍କ ନିମନ୍ତେ ଏହି ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟ ଶିକ୍ଷା ତଥା ଗବେଷଣା କ୍ଷେତ୍ରରେ ମଧ୍ୟ ଏହି ଅନୁଷ୍ଠାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ। ଏହି ମହାବିଦ୍ୟାଳୟରୁ ଶିକ୍ଷା ଲାଭ କରି ଚିକିତ୍ସକମାନେ ସାରା ରାଜ୍ୟ ତଥା ଦେଶରେ ସେବା ପ୍ରଦାନ କରିବେ ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବେ। ରାଜ୍ୟରେ ଭେଷଜ ଶିକ୍ଷା, ଆଧୁନିକ ଚିକିତ୍ସା ଓ ଔଷଧ ବିଜ୍ଞାନ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଏକ ସୁସ୍ଥ ଓଡ଼ିଶା ଗଠନ ପାଇଁ ଆମ ସରକାର ସଦା ସର୍ବଦା ତତ୍ପର ଅଛନ୍ତି।
ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଁଙ୍ଗ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଉପସ୍ଥିତ ଥିଲେ ।
Kandhamal | Health | CM Mohan Charan Majhi
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/07/WqFu3X6sEcRB55FyCtY0.jpg)