ପାରଳାଖେମୁଣ୍ଡି: ଗଜପତିଜିଲ୍ଲା ଅଡ଼ବା ଥାନା ଗରଡ଼ମା ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଏଠାରେ ଏକ ପରିବାର କଙ୍ଗାରୁ କୋର୍ଟର ସାମ୍ନା କରିଛନ୍ତିl ସ୍ୱାମୀଙ୍କୁ ଗାଁ ମଝି ଦାଣ୍ଡରେ ବନ୍ଧା ଯାଇଛି। ଖୋଦ୍ ସ୍ତ୍ରୀଙ୍କ ଦ୍ବାରା ଏହି କାମ କରାଯାଇଛି। ଏଥିରେ ସହଯୋଗ କରିଛନ୍ତି ସ୍ତ୍ରୀ ସୁଭଦ୍ରା ମାଳବିଷୋୟୀଙ୍କ ଭାଇ ଓ ସୋହଯୋଗୀl
ପାରିପାରିକ କଳହକୁ କେନ୍ଦ୍ର କରି ଗତକାଲି ଅପରାହ୍ନ ୩ଟାରୁ ଗରଡ଼ମା ଗାଁ ମଝିରେ ଥିବା ଖୁଣ୍ଟରେ ଜଣେ ଯୁବକଙ୍କୁ ବାନ୍ଧି ଦିଆଯାଇଥିଲା। ଦୀର୍ଘ ୧୦ଘଣ୍ଟା ପରେ ଖବର ପାଇ ଅଡ଼ବା ଥାନା ଅଧିକାରୀ ଓ ଟିମ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛନ୍ତି l ରିପୋର୍ଟ ଲେଖାଯିବା ବେଳକୁ ପଞ୍ଚାୟତ କାର୍ଯ୍ୟଳୟରେରେ ଯୁବକଙ୍କୁ ରଖି ସ୍ତ୍ରୀ ସୁଭଦ୍ରାଙ୍କ ପରିବାର ସହ ଆଲୋଚନା କରୁଛି ପୁଲିସl
ବୁଧୁବାର ଦିନ ବୁଡୁଶିଳ ଗ୍ରାମର ଜଳନ୍ତ ବଳିଆରସିଂ ଓ ତାଙ୍କ ଭଉଣୀ ମହେଶ୍ୱତା ଦଳାଇ ଖାଉଟି ଚାଉଳ ନେବାପାଇଁ ଗରଡ଼ମା ପଂଚାୟତକୁ ଆସିଥିଲେl ସେଠାରୁ ଜଳନ୍ତଙ୍କ ସ୍ତ୍ରୀ ସୁଭଦ୍ରା ମାଳବିଶୋଇ ତାଙ୍କ ଭାଇ ଓ ସହଯୋଗୀ ମିଶି ଜଳନ୍ତଙ୍କୁ ଉଠାଇ ନେଇ ଗାଁ ମଝୀରେ ଥିବା ଖୁଣ୍ଟରେ ବାନ୍ଧି ରଖିଥିଲେl ପୁଲିସ ଖବର ପାଇ ଜ୍ୱଳନ୍ତଙ୍କୁ ଉଦ୍ଧାର କରିଛିl ପାରିବାରିକ କଳିକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟ୍ୟରେ ଝଗଡା ହେlଇଥିଲା, ଯାହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛିl
ଅଡ଼ବା ଥାନା ଅଧିକାରୀ ଶୁଭ୍ରାକାନ୍ତ ପଣ୍ଡା ଓ ସରପଞ୍ଚ ସମେତ ସ୍ୱାମୀ ସ୍ତ୍ରୀଙ୍କ ଉଭୟ ପରିବାରକୁ ନେଇ ଆଲୋଚନା ଜାରି ରହିଥିବା ସୂଚନା ଦେଇଛନ୍ତି।
ରିପୋର୍ଟ: ସୁଜିତ୍ ବିଷୋୟୀ
Gajapati
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/14/new-project-13-1-2025-08-14-16-03-25.jpg)