ବେଙ୍ଗାଲୁରୁ: ଅଶ୍ଳୀଳ ଭିଡିଓ ମାମଲାରେ ଫସିଥିବା କର୍ଣ୍ଣାଟକ ପୁଲିସ ମହାନିର୍ଦ୍ଦେଶକ (ନାଗରିକ ଅଧିକାର ପ୍ରବର୍ତ୍ତନ)କେ. ରାମଚନ୍ଦ୍ର ରାଓଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ନିଲମ୍ବିତ କରାଯାଇଛି। ରାଓ ଭିଡିଓଗୁଡ଼ିକୁ ସମ୍ପୂର୍ଣ୍ଣ ନକଲି ବୋଲି କହିଛନ୍ତି। ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ଭିଡିଓ ପଛର ସତ୍ୟତା ଉନ୍ମୋଚନ ପାଇଁ ଫରେନସିକ୍ ତଦନ୍ତ ଦାବି କରିଛନ୍ତି। ରିପୋର୍ଟ ଅନୁଯାୟୀ, ମହିଳାମାନଙ୍କ ସହିତ ଆପତ୍ତିଜନକ ସ୍ଥିତିରେ ଥିବା ଭିଡିଓ ସାମ୍ନାକୁ ଆସିବା ପରେ ରାଓଙ୍କୁ ନିଲମ୍ବିତ କରାଯାଇଛି। ଭିଡିଓ ଭାଇରାଲ ହେବା ପରେ ରାଓ କର୍ଣ୍ଣାଟକର ଗୃହମନ୍ତ୍ରୀ ଜି. ପରମେଶ୍ୱରଙ୍କୁ ଭେଟିବାକୁ ଯାଇଥିଲେ,କିନ୍ତୁ ତାଙ୍କୁ ଭେଟିପାରି ନଥିଲେ।

Advertisment

ଆପତ୍ତିଜନକ ଅବସ୍ଥାରେ ଡିଜିପି

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦାବି କରାଯାଇଛି, ଆପତ୍ତିଜନକ ଅବସ୍ଥାରେ ଦେଖାଯାଉଥିବା ଅଧିକାରୀ ଜଣକ ହେଉଛନ୍ତି ରାଓ। ଭାଇରାଲ ଫୁଟେଜ୍‌ରେ ଦେଖିବାକୁ ମିଳୁଛି ଚୌକିରେ ବସିଥିବା ଜଣେ ଅଧିକାରୀଙ୍କୁ ଆପତ୍ତିଜନକ ସ୍ଥିତିରେ ଅନେକ ମହିଳା ଘେରି ରହିଛନ୍ତି।

ଆହୁରି ପଢନ୍ତୁ-  Fire Unit-1 Market Control ରାଜଧାନୀର ୟୁନିଟ ୧ ହାଟରେ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କଲେ ଅଗ୍ନିଶମବାହିନୀ

ରିପୋର୍ଟ ମଗାଇଲେ ସିଦ୍ଧରମୈୟା

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହାର ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ବେଲାଗାଭିରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ସିଦ୍ଧରମୈୟା କହିଛନ୍ତି, ତାଙ୍କୁ ସୋମବାର କ୍ଲିପ୍ ବିଷୟରେ ଅବଗତ କରାଯାଇଥିଲା, ଯେଉଁଥିରେ ତିନୋଟି କ୍ଲିପ୍ ଏକାଠି ଯୋଡ଼ା ହୋଇଛି। ସେ କହିଛନ୍ତି, ଅଧିକାରୀ ଯେତେ ବରିଷ୍ଠ ହୁଅନ୍ତୁ ନା କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭିଡିଓଟି କେଉଁ ପରିସ୍ଥିତିରେ ରେକର୍ଡ କରାଯାଇଥିଲା ଓ କିଏ ଏହାକୁ ଭାଇରାଲ କରିଥିଲା ​​ତାହାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ପୁଲିସ ଅଧିକାରୀମାନେ କହିଛନ୍ତି ଯେ, ଭିଡିଓର ଉତ୍ସ ଓ ସତ୍ୟତା ନିର୍ଣ୍ଣୟ କରିବା ପାଇଁ ଏକ ପ୍ରାରମ୍ଭିକ ତଦନ୍ତ ଆରମ୍ଭ ହୋଇପାରେ। ଫୁଟେଜ୍‌କୁ ଡିଜିଟାଲ ଭାବରେ ହେରଫେର କରାଯାଇଛି କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ସାଇବର ଅପରାଧ ବିଶେଷଜ୍ଞମାନେ ମଧ୍ୟ ସାମିଲ ହେବେ। ଏହି ଘଟଣା ରାଜ୍ୟର ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି।

ଆହୁରି ପଢନ୍ତୁ- Young Man Shot Dead ରାସ୍ତା ଉପରେ ଗୁଳି ମାରି ଯୁବକଙ୍କ ଜୀବନ ନେଲେ ୨ ଦୁର୍ବୃତ୍ତ, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ସନ୍ଦେହ

ରାମଚନ୍ଦ୍ର ରାଓ ପୂର୍ବରୁ ବିବାଦରେ

ରାଓଙ୍କ ସାବତ ଝିଅ ରଣ୍ୟା ରାଓଙ୍କ ସୁନା ଚୋରା ଚାଲାଣ ମାମଲା ଯୋଗୁ ପୂର୍ବରୁ ଖବରର ଶିରୋନାମାରେ ଥିଲେ। ତାଙ୍କୁ ସେପ୍ଟେମ୍ବର ୨୦୨୩ରେ ଡିଜିପି ପଦବୀକୁ ପଦୋନ୍ନତି ଦିଆଯାଇଥିଲା ଓ ଅକ୍ଟୋବର ୨୦୨୩ରେ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ରାଜ୍ୟ ପୁଲିସ ହାଉସିଂ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ରାଓ ଦକ୍ଷିଣ ରେଞ୍ଜର ପୁଲିସ ମହାନିରୀକ୍ଷକ (ଆଇଜିପି) ଭାବରେ କାର୍ଯ୍ୟ କରୁଥିବା ବେଳେ ୨୦୧୪ରେ ତାଙ୍କ ବିରୋଧରେ ବିବାଦୀୟ ଟଙ୍କା ଜବତ ମାମଲା ଆସିଥିଲା।