ରାୟଗଡ଼ା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି। ଗତକାଲି ରେଞ୍ଜରଙ୍କ ବାସଭବନ ସହ କାଶୀପୁର ସ୍ଥିତ କାର୍ଯ୍ୟାଳୟ ଏବଂ ୯ଟି ସ୍ଥାନରେ ଏକକାଳୀନ ଭାବରେ ସକାଳୁ ସକାଳୁ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଚଢ଼ଉ କରିଥିଲା । ଭିଜିଲାନ୍ସ ଟିମର ଏହି ଯାଞ୍ଚ ବେଳେ ବାଲିଗୁଡ଼ା ଠାରେ ୨୨୫୦ ବର୍ଗଫୁଟ ଏବଂ ୧୦୦୦ ବର୍ଗଫୁଟର କୋଠା, ଶ୍ରାନିକେତରେ ୧୬୦୦ ବର୍ଗଫୁଟର କୋଠା, ବ୍ରହ୍ମପୁର ଟେକ୍ନୋ ପାର୍କ ଠାରେ ଏକ ୧୬୫୦ବର୍ଗଫୁଟର ଏକ କୋଠା ସମେତ ଦାରିଙ୍ଗବାଡ଼ିରେ ଏକ କୋଠାର ସୂଚନା ମିଳିଛି । ସେହିଭଳି ୯ଟି ପ୍ଲଟ ମଧ୍ୟରୁ ବାଲିଗୁଡ଼ାରେ ୬ଟି, ଯୋଗିଆପାଲି ଠାରେ ୧ଟି ଏବଂ ଗଞ୍ଜାମ ଜିଲା କୋଡ଼ାସିଂ ଗ୍ରାମରେ ୨ଟି ଠାବ ହୋଇଛି । ଏତଦବ୍ୟତୀତ ୨୬୩.୨୨ ଗ୍ରାମ ସୁନା, ୨୭ଲକ୍ଷ ୯୯ ହଜାର ୬୫୯ ନଗଦ ଟଙ୍କା, ଏକ ମୋଟରସାଇକେଲ ସମେତ ପ୍ରାୟ ୯ଲକ୍ଷ ୪୩ହଜାର ଟଙ୍କାର ଘରକରଣା ଜିନିଷ ଜବତ ହୋଇଛି । ତେବେ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି। ଗତକାଲି ରେଞ୍ଜରଙ୍କ ବାସଭବନ ସହ କାଶୀପୁର ସ୍ଥିତ କାର୍ଯ୍ୟାଳୟ ଏବଂ ୯ଟି ସ୍ଥାନରେ ଏକକାଳୀନ ଭାବରେ ସକାଳୁ ସକାଳୁ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଚଢ଼ଉ କରିଥିଲା । ଭିଜିଲାନ୍ସ ଟିମର ଏହି ଯାଞ୍ଚ ବେଳେ ବାଲିଗୁଡ଼ା ଠାରେ ୨୨୫୦ ବର୍ଗଫୁଟ ଏବଂ ୧୦୦୦ ବର୍ଗଫୁଟର କୋଠା, ଶ୍ରାନିକେତରେ ୧୬୦୦ ବର୍ଗଫୁଟର କୋଠା, ବ୍ରହ୍ମପୁର ଟେକ୍ନୋ ପାର୍କ ଠାରେ ଏକ ୧୬୫୦ବର୍ଗଫୁଟର ଏକ କୋଠା ସମେତ ଦାରିଙ୍ଗବାଡ଼ିରେ ଏକ କୋଠାର ସୂଚନା ମିଳିଛି । ସେହିଭଳି ୯ଟି ପ୍ଲଟ ମଧ୍ୟରୁ ବାଲିଗୁଡ଼ାରେ ୬ଟି, ଯୋଗିଆପାଲି ଠାରେ ୧ଟି ଏବଂ ଗଞ୍ଜାମ ଜିଲା କୋଡ଼ାସିଂ ଗ୍ରାମରେ ୨ଟି ଠାବ ହୋଇଛି । ଏତଦବ୍ୟତୀତ ୨୬୩.୨୨ ଗ୍ରାମ ସୁନା, ୨୭ଲକ୍ଷ ୯୯ ହଜାର ୬୫୯ ନଗଦ ଟଙ୍କା, ଏକ ମୋଟରସାଇକେଲ ସମେତ ପ୍ରାୟ ୯ଲକ୍ଷ ୪୩ହଜାର ଟଙ୍କାର ଘରକରଣା ଜିନିଷ ଜବତ ହୋଇଛି।
ଜୟପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଗତକାଲି ଭିଜିଲାନ୍ସର ଅତିରିକ୍ତଏସପି ଅନନ୍ତ ପ୍ରସାଦ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଭୋର ସକାଳ ୪ଟାରେ କାଶୀପୁରରେ ପହଞ୍ଚି ରେଞ୍ଜରଙ୍କ ବାସ ଭବନ ଏବଂ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ଏହି ଚଢ଼ଉବେଳେ ୭ଜଣ ଡିଏସପି,୭ଜଣ ଇନିସପେକ୍ଟର,୯ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ ।ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କୁ ଜେରା ସମୟରେ ଏହି ସମ୍ପତ୍ତି ସଂପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ତାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରିଥିଲା । ଆଜି ଗିରଫ ହେଲା ପରେ ଜୟପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଫରୱାର୍ଡ କରାଯିବ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ଏନେଇ ଭିଜିଲାନ୍ସ କେସ ନମ୍ବର ୨୮/୨୦୨୫ରେ ରୁଜୁ କରି ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ବିରୋଧରେ ତଦନ୍ତ ଜାରି ରଖିଛି।