ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ‘ଅସ୍ମିତା ରାଜ୍ୟ ହକି’ ପ୍ରତିଯୋଗିତାର ଦ୍ବିତୀୟ ଦିନରେ ୮ଟି ମ୍ୟାଚ୍ ଖେଳାଯାଇଛି। କନିଷ୍ଠ ବାଳିକା ବର୍ଗର ପ୍ରଥମ ମ୍ୟାଚ୍ରେ ସୁନ୍ଦରଗଡ଼ ସିଧାସଳଖ ୧୨-୦ ଗୋଲରେ ଢେଙ୍କାନାଳକୁ ପରାସ୍ତ କରିଥିବାବେଳେ ଦେବଗଡ଼ ୧୧-୦ ଗୋଲ୍ରେ କଳାହାଣ୍ଡି, ଖୋର୍ଦ୍ଦା ୯-୦ ଗୋଲରେ ଗଞ୍ଜାମକୁ ପରାସ୍ତ କରିଛି।
ତେବେ ଯାଜପୁର ଓ ଏସ୍ଏମ୍ଏସ୍ ହକି ଏକାଡେମୀ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ରହିଥିଲା। ସେହିଭଳି ଉପକନିଷ୍ଠ ବର୍ଗରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ୧୧-୦ ଗୋଲ୍ରେ ଝାରସୁଗୁଡ଼ା, ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ୭-୧ ଗୋଲରେ କିଟ୍ ଓ କିସ୍ ଏବଂ ଖୋର୍ଦ୍ଦା ୪-୧ ଗୋଲରେ ଗାଙ୍ଗପୁର ସ୍ପୋର୍ଟ୍ସ ଆସୋସିଏସନ୍କୁ ପରାସ୍ତକରିଛି।
ସୁନ୍ଦରଗଡ଼ ଓ ସମ୍ବଲପୁର ବିପକ୍ଷ ମ୍ୟାଚ୍ରେ କେହି କାହାରିକୁ ଗୋଲ୍ ଦେଇନପାରିବାରୁ ଅମୀମାଂସିତ ରହିଥିଲା।
Hockey
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/27/RvedMg3i0NVDFSEBeBQe.jpg)