ଭୁବନେଶ୍ବର: ଆଜି ବିଧାନସଭାରେ ଶୂନ୍ୟକାଳରେ କିଟ୍ ତାତି ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେପି ବିଧାୟକ ବାବୁ ସିଂ। ସେ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି। ବାବୁ ସିଂ କହିଛନ୍ତି, କିଟ୍ ବହୁ ଜମିକୁ ଜବରଦଖଲ କରିଛି। ଜଙ୍ଗଲ ଜମିରେ ବେଆଇନ୍ ନିର୍ମାଣ ହୋଇଛି। ଏପରିକି ମନ୍ଦିର ନିର୍ମାଣ ବି ହୋଇଛି । ଯେଉଁମାନେ କିଟ୍ ର କନଷ୍ଟ୍ରକସନ୍ କାମ କରୁଛନ୍ତି ସେମାନେ କେଉଁ ଦଳର ତାର ତଦନ୍ତ ହେବା ଦରକାର । ଶାଗ ମାଛ ଦରରେ କିଟ୍ ଜମି କିଣିଛି। ଗୁଣ୍ଡା ଲଗାଇ ଜମି ମାଲିକଙ୍କଠାରୁ ଜମି ହାତେଇଛି କିଟ୍।
ବିଜେପି ବିଧାୟକ ବାବୁ ସିଂ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି। ବାବୁ ସିଂ କହିଛନ୍ତି, କିଟ୍ ବହୁ ଜମିକୁ ଜବରଦଖଲ କରିଛି। ଜଙ୍ଗଲ ଜମିରେ ବେଆଇନ୍ ନିର୍ମାଣ ହୋଇଛି। ଏପରିକି ମନ୍ଦିର ନିର୍ମାଣ ବି ହୋଇଛି । ଯେଉଁମାନେ କିଟ୍ ର କନଷ୍ଟ୍ରକସନ୍ କାମ କରୁଛନ୍ତି ସେମାନେ କେଉଁ ଦଳର ତାର ତଦନ୍ତ ହେବା ଦରକାର । ଶାଗ ମାଛ ଦରରେ କିଟ୍ ଜମି କିଣିଛି। ଗୁଣ୍ଡା ଲଗାଇ ଜମି ମାଲିକଙ୍କଠାରୁ ଜମି ହାତେଇଛି କିଟ୍।
ସେହିଭଳି ଅଘଟଣକୁ ନେଇ କଡ଼ା ପ୍ରତିକ୍ରିୟା ରଖି ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି, କିଟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ତାପରର ଘଟଣା ପାଇଁ ଓଡ଼ିଶା ନିନ୍ଦିତ ହୋଇଛି। ଏଣେ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି କିଟ୍ ଘଟଣା ନେଇ ତଦନ୍ତ ହେବା ଦରକାର। ଠିକ୍ ସେହିପରି ଝାରସୁଗୁଡ଼ା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ ବର୍ଷିଛନ୍ତି। ତେଣେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି, ବିଚାରବିଭାଗୀୟ ତଦନ୍ତ ନ ହେଲେ ଗୃହରେ ଧାରଣା ଦେବି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/02/18/UQzfkwai90XsnLpzZOui.jpg)