ମେଷ: ଅଫିସରେ କୌଣସି ନୂଆ କାମ ମିଳିପାରେ। ଦାମ୍ପତ୍ୟ ଜୀବନ ପୂର୍ଣ୍ଣରୂପେ ମଧୁରତା ବଜାୟ ରହିବ। କୌଣସି ବନ୍ଧୁ ସହିତ ଦୀର୍ଘ ସମୟ ଫୋନରେ କଥାବାର୍ତ୍ତା କରିବେ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗିବ।
ବୃଷ: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଇଲେକ୍ଟ୍ରୋନିକ୍ସ ବ୍ୟବସାୟୀଙ୍କର ବିକ୍ରୀ ବଢ଼ିବ। ନୂଆ ଲୋକଙ୍କ ସହିତ ସାକ୍ଷାତ ଲାଭପ୍ରଦ ହେବ। ନର୍ସିଙ୍ଗ ଛାତ୍ରଛାତ୍ରୀ ବରିଷ୍ଠଙ୍କ ଠାରୁ କଛି ନୂଆ ଶିଖିବେ।
ମିଥୁନ: ଅଫିସରେ ନିଜ କାମରେ ଧ୍ୟାନ କେନ୍ଦ୍ରିତ କରିବେ। ସରକାରୀ ଚାକିରିଆଙ୍କର ପଦୋନ୍ନତି ହେବ। ପ୍ରିୟ ବନ୍ଧୁଙ୍କୁ ତାଙ୍କ ମନ ପସନ୍ଦର ପୋଷାକ ଉପହାର ଦେବେ। ବ୍ୟବସାୟରେ ଭାବିଚିନ୍ତି ପୁଞି ଲଗାନ୍ତୁ।
କର୍କଟ: ଘରେ ସୁଖ ସମୃଦ୍ଧି ହେବ। ସନ୍ଧ୍ୟାରେ ବନ୍ଧୁ ସହିତ କଫି ପିଇବାକୁ ଯିବେ। ଶୁଖିଲା ଖାଦ୍ୟ ବ୍ୟବସାୟୀଙ୍କର ଭଲ ବିକ୍ରୀରୁ ଯଥେଷ୍ଟ ଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ସିଂହ: ବିଶେଷ କାମରେ ଭାଇ ଭଉଣୀଙ୍କର ସାହାଯ୍ୟ ପାଇବେ। ନୂଆ ଚାକିରିର ସୁଯୋଗ ରହିଛି। କୌଣସି ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି। ଅଫିସରେ ଆପଣଙ୍କୁ ଶ୍ରେଷ୍ଠ କର୍ମଚାରୀର ପୁରସ୍କାର ମିଳିପାରେ।

Advertisment

କନ୍ୟା: ଶରୀର ସୁସ୍ଥ ରହିବ। ନୂଆ ମୋଟର ଯାନ କିଣି ପାରନ୍ତି। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ। କୌଣସି ବନ୍ଧୁ ଜରୁରୀ ସୂଚନା ଦେବେ। ଆପଣଙ୍କ ବେପାରର ଗତି ବଢ଼ିବ।
ତୁଳା: ପେସାଦାର ବ୍ୟବସାୟୀ କୌଣସି ଅନ୍ୟ କଂପାନି ସହିତ ଭାଗୀଦାର କରି ପାରନ୍ତି। ଛାତ୍ରଛାତ୍ରୀ କଲେଜ ପ୍ରୋଜେକ୍ଟ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ଆପଣ ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବେ।

ବିଛା: କାରବାରରେ କମ୍ ପରିଶ୍ରମର ଅଧିକ ଲାଭ ପାଇବେ। ପରିବାର ସହିତ ଧର୍ମାନୁଷ୍ଠାନକୁ ଯିବାର ଯୋଜନା କରିପାରନ୍ତି। କୌଣସି ସୁଯୋଗ ହାତରୁ ଯିବାକୁ ଦିଅନ୍ତୁ ନାହିଁ। ପ୍ରେମ ଜୀବନ ଭଲ ରହିବ।
ଧନୁ: କାହାରିକୁ ଦେଇଥିବା ଧାର ଫେରସ୍ତ ପାଇବେ। ଦାମ୍ପତ୍ୟ ସମ୍ବନ୍ଧକୁ ମଜଭୁତ କରିବା ପାଇଁ ଜଣେ ଅନ୍ୟଜଣଙ୍କୁ ଭଲଭାବେ ବୁଝନ୍ତୁ। ଛାତ୍ରଛାତ୍ରୀ ନିଜର ସଂଶୟ ଶିକ୍ଷକଙ୍କ ମାଧ୍ୟମରେ ଦୂର କରିବେ।
ମକର: ପ୍ରଭାବଶାଳୀ ଲୋକଙ୍କ ସହଯୋଗରେ ଆପଣଙ୍କର ଉତ୍ସାହ ଦିଗୁଣା ହେବ। ବନ୍ଧୁ ଆପଣଙ୍କୁ ବିଶ୍ବାସ କରି କିଛି କଥା କହିବେ। ବିବାହ ଯୋଗ୍ୟ ବ୍ୟକ୍ତିଙ୍କର ବିବାହ କଥାବାର୍ତ୍ତା ଫାଇନାଲ ହେବ।  
କୁମ୍ଭ: ଅଫିସ ବନ୍ଧୁ ସହିତ ବାହାରକୁ ବୁଲି ଯାଇପାରନ୍ତି। ଆୟରେ ବୃଦ୍ଧି ହେବ। ପରିବାରରେ ଲାଗି ରହିଥିବା ମତଭେଦ ଦୂର ହେବ। ଇସ୍ପାତ ବ୍ୟବସାୟଙ୍କର ବିକ୍ରୀ ଭଲ ହେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଶୁଭ।
ମୀନ: ଅଫିସ ମ୍ୟାନଜରଙ୍କ ଲାଗି ଦିନଟି ଭଲ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି କାର୍ଯ୍ୟ ପାଇଁ ସମ୍ମାନିତ ହେବେ। ଓକିଲ କୋର୍ଟ କଚେରିର ଅଧୁରା କାମ ପୂରା କରିନେବେ। ଦାମ୍ପତ୍ୟ ସମ୍ବନ୍ଧରେ ପ୍ରସନ୍ନତା ରହିବ।