ମେଷ: ଆପଣଙ୍କ ସ୍ବଭାବରେ ସଂଯମ ଓ ଧୈର୍ଯ୍ୟ ବଜାୟ ରହିବ। କିଛି ଗୁରୁତ୍ବପୂର୍ଣ୍ଣ ଘରୋଇ କାମ ପୂରା ହେବ। ଉଦ୍ଦେଶ୍ୟ ପ୍ରାପ୍ତ କରିବା ଲାଗି ସାହାଯ୍ୟ ପାଇବେ। ଆପଣଙ୍କ ବ୍ୟବହାର ସକାରାତ୍ମକ ବଜାୟ ରଖନ୍ତୁ। ‌
ବୃଷ: ଯୋଜନା ପ୍ରସ୍ତୁତି ପାଇଁ ଭଲ ଦିନଟିଏ। ବେପାରରେ ଯଥେଷ୍ଟ ଲାଭ ପାଇବେ। ନିଜ ଦାୟିତ୍ବ ଉପରେ ଆପଣଙ୍କ ଧ୍ୟାନ ରଖନ୍ତୁ। ଅନ୍ୟ ସହିତ ଖୋଲା ମନରେ କଥା ହେବେ। ‌
ମିଥୁନ: ବ୍ୟବସାୟରେ ଦିଗୁଣା ବୃଦ୍ଧି ହେବାର ଯୋଗ ରହିଛି। ଜୀବନସାଥୀର ପ୍ରେମ ଓ ସହଯୋଗ ପାଇବେ। ନିଜର କାମ ସାବଧାନତାର ସହ କରନ୍ତୁ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ। ‌
କର୍କଟ: ନିଜର ଭାବନାକୁ ସକାରାତ୍ମକ ରଖନ୍ତୁ। ଚାକିରି ବଦଳାଇବା ପାଇଁ ଚିନ୍ତା କରିପାରନ୍ତି। ଅସନ୍ତୁଷ୍ଟ ସାଥୀଙ୍କୁ ମନାଇବା ପାଇଁ ଉପହାର ଦେଇପାରନ୍ତି। 

Advertisment

ସିଂହ: ବେପାରରେ ପରିବାରର ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ଭାଷ ଉପରେ ସଂଯମ ରଖନ୍ତୁ। ପିଲାଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।  
କନ୍ୟା: ଘର ଓ ଅଫିସ ଦୁନିଆରୁ ବାହାରି ପ୍ରକୃତିର ଆନନ୍ଦ ନିଅନ୍ତୁ। ଆତ୍ମବିଶ୍ବାସ ଆପଣଙ୍କ ସଫଳତାର ଚାବିକାଠି ହେବ। ସନ୍ତାନର ସଫଳତାକୁ ନେଇ ଗର୍ବ ଅନୁଭବ କରିବେ। 

ତୁଳା: ଆପଣଙ୍କ ଯୋଜନାରେ ପରିବର୍ତ୍ତନ ହୋଇପାରେ। ଆର୍ଥିକ ଲାଭ ହେବା ଯୋଗୁଁ କରଜ ପରିଶୋଧ କରିବେ। ପରିବାର ଲୋକଙ୍କ ସହିତ ବନ୍ଧୁ ଘରକୁ ଯିବେ। 
ବିଛା: ବୟସ୍କ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭଦାୟକ। ଅଫିସରେ ଉଚ୍ଚ ଅଧିକାରୀଙ୍କର ସହଯୋଗ ପାଇବେ। ଅଚାନକ ପୁରୁଣା ବନ୍ଧୁର ଫୋନ ଆସିବ। 
ଧନୁ: ଆପଣ କୌଣସି ଧାର୍ମିକ ଯାତ୍ରାରେ ଯାଇପାରନ୍ତି। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ବାପାଙ୍କର ସହଯୋଗ ମିଳିବା ଯୋଗୁଁ ବ୍ୟବସାୟ କାମ ସହଜ ହେବ। 
ମକର: କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାମର ପ୍ରଶଂସା କରିବେ। ଅସଂପୂର୍ଣ୍ଣ କାମ ପୂରା କରିପାରନ୍ତି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ। 
କୁମ୍ଭ: ସାମାଜିକ କାର୍ଯ୍ୟରେ ଆପଣ ଯୋଗଦାନ କରିବେ। ନୂଆ କୌଶଳ ଆପଣଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବ। ପାରିବାରିକ ମାମଲା ଜୀବନସାଥୀ ସହ ବସି ବିଚାର କରିବେ। ପ୍ରିୟ ବନ୍ଧୁ ସହିତ ସାକ୍ଷାତ ହୋଇପାରେ। 
ମୀନ: ଭାଗୀଦାରି ବେପାରରେ ଲାଭ ପାଇବେ। ସନ୍ତାନର କ୍ୟାରିଅର୍‌କୁ ନେଇ ମନରେ ଚିନ୍ତା ରହିବ। ନୂଆ ଲୋକଙ୍କ ସହିତ ଯୋଡ଼ିବାର ସୁଯୋଗ ପାଇବେ।