ମେଷ: ଆପଣଙ୍କ ଲାଗି ଦିନଟି ଶୁଭ ରହିବ। ଅଧ୍ୟାପକଙ୍କ ପାଇଁ ଦିନଟି ଭଲ। ପ୍ରଶାସନିକ ସେବା ଲାଗି ପ୍ରସ୍ତୁତି କରୁଥିବା ଛାତ୍ରଙ୍କୁ ନୂଆ ଅବସର ପ୍ରାପ୍ତ ହେବ।
ବୃଷ: ଚାକିରିରେ ଉନ୍ନତି ଓ ଆୟ ବୃଦ୍ଧି ହେବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବୈବାହିକ ଜୀବନରେ ଭଲ ତାଳମେଳ ରହିବ। ଆନନ୍ଦପୂର୍ବକ ଦିନଟି ଅତିବାହିତ କରିବେ।
ମିଥୁନ: ଆପଣଙ୍କ ମନ ପ୍ରସନ୍ନ ରହିବ। ଅଫିସ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଆପଣଙ୍କୁ ଉନ୍ନତି ପାଇଁ ମଉକା ମିଳିବ। ପଇସା ଦିଆନିଆ ବେଳେ ସତର୍କ ରହନ୍ତୁ।
କର୍କଟ: ଆପଣ କିଛି ସମ୍ମାନିତ ଲୋକଙ୍କ ସହ ମିଶିବେ। ବେପାରରେ ଉନ୍ନତି ହେବ। ଆର୍ଥିକ ସ୍ଥିତିରେ ଅନୁକୂଳ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।
ସିଂହ: ଦିନଟି ଆପଣଙ୍କ ପାଇଁ ସକାରାତ୍ମକ ରହିବ। ଆପଣଙ୍କର ଦରମା ବୃଦ୍ଧି ହୋଇପାରେ। ଅଫିସରେ ସହକର୍ମୀଙ୍କ ସହିତ ଭଲ ତାଳମେଳ ରହିବ।
କନ୍ୟା: ପୁରୁଣା ଜମିବାଡ଼ିରୁ ଆପଣଙ୍କୁ ଲାଭ ମିଳିବ। କୌଣସି ବଡ଼ ସଫଳତା ହାସଲ କରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ଛାତ୍ରୀଛାତ୍ରୀ କିଛି ନୂଆ ଶିଖିବେ।
ତୁଳା: ଦିନଟି ଆନନ୍ଦ ଓ ଉତ୍ସାହରେ ପରିପୂର୍ଣ୍ଣ ରହିବ। ବନ୍ଧୁଙ୍କ ସହଯୋଗ ପାଇବେ। ସକାରାତ୍ମକ ମନୋଭାବ ଆପଣଙ୍କ ଚାକିରିରେ ଉନ୍ନତି ଆଣିଦେବେ।
ବିଛା: କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟାବସାୟିକ ସମ୍ମିଳନୀରେ ଯୋଗ ଦେବାକୁ ଯିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।
ଧନୁ: ଶିକ୍ଷାକ୍ଷେତ୍ରରେ ଆପଣଙ୍କର ମନୋକାମନା ପୂରଣ ହେବ। ବ୍ୟବସାୟରେ ଆଶାଜନକ ପରିଣାମ ପାଇବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରତି ଆକର୍ଷିତ ହେବେ।
ମକର: ବ୍ୟବସାୟରେ ପ୍ରସ୍ତୁତ କରିଥିବା ଯୋଜନା ଫଳପ୍ରଦ ସାବ୍ୟସ୍ତ ହେବ। କଳା ପ୍ରତି ମନରେ ଉତ୍ସାହ ରହିବ। କୌଣସି କଥାରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ।
କୁମ୍ଭ: ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଚାକିରି ମିଳିବାର ଯୋଗ ଅଛି। ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।
ମୀନ: ଭଲ ଉଦ୍ୟୋଗରେ ଚାକିରି ପାଇଁ ପ୍ରସ୍ତାବ ମିଳିବ। ଜୀବନସାଥୀ ସହିତ ଭଲ ସମୟ ବିତାଇବେ। ଛୋଟ ଛୋଟ କଥାରେ ରାଗନ୍ତୁ ନାହିଁ। ନିଜର କାର୍ଯ୍ୟଶୈଳୀ ବଦଳାଇବେ।