ମେଷ: ଅଧିକ ପରିଶ୍ରମ କରି କମ୍ ଲାଭ ପାଇବେ। ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହେବ। ଅଫିସରେ ନୂଆ କାମ ଗ୍ରହଣ କରିବେ। ଜୀବନସାଥୀ ଆପଣଙ୍କ କାମରେ ପ୍ରସନ୍ନ ରହିବେ। 
ବୃଷ: କାମ ପୂରା କରିବା ପାଇଁ ବଡ଼ ଭାଇର ସହାୟତା ନେବାକୁ ପଡ଼ିପାରେ। ବିଦ୍ୟାର୍ଥୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ। ଆପଣଙ୍କ ସଫଳତା ଲାଗି ଭଲ ଯୋଗ ଅଛି।
ମିଥୁନ: ବନ୍ଧୁ ଆପଣଙ୍କ ଘରକୁ ଆସିପାରନ୍ତି। ଇଂଜିନିଅର୍‌ଙ୍କ ଲାଗି ଦିନଟି ବଢ଼ିଆ ରହିବ। ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିବ। 
କର୍କଟ: କୋରିୟର ବ୍ୟବସାୟୀଙ୍କର ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସାମାଜିକ ପ୍ରଭାବ ବଜାୟ ରହିବ। ନବ ବିବାହିତ ଦମ୍ପତି ଧାର୍ମିକ ସ୍ଥାନକୁ ଯିବାକୁ ବିଚାର କରିବେ।  

Advertisment

ସିଂହ: ଜୀବନରେ କିଛି ପରିବର୍ତ୍ତନ ଆସିପାରେ। ହୋଟେଲ ରେସ୍ତେରାଁ ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। କାର୍ଯ୍ୟକ୍ଷେତ୍ରରେ ଜୀବନସାଥୀଙ୍କ ସହଯୋଗ ପାଇବେ। 

କନ୍ୟା: ବ୍ୟବସାୟ ବୃଦ୍ଧି ପାଇଁ ଭଲ ମଉକା ଅଛି। କୌଣସି ବି ଅବସର ହାତରୁ ଯିବାକୁ ଦିଅନ୍ତୁ ନାହିଁ। ଯେଉଁ ବ୍ୟକ୍ତିଙ୍କୁ ଅତୀତରେ ସାହାଯ୍ୟ କରିଥିଲେ ସେ ଆଜି କାମରେ ଆସିବେ। 

ତୁଳା: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଆମୋଦ ପ୍ରମୋଦରେ ଅଧିକ ମନ ଲାଗିବ। ପରିବାରରେ ସୁଖ ଶାନ୍ତିର ପରିବେଶ ବଜାୟ ରହିବ। 
ବିଛା: ପାରିବାରିକ ଅଶାନ୍ତି ଦୂର ହେବ। ବ୍ୟବସାୟର ଭ‌ାଗୀଦାରିଙ୍କ ସହିତ ଦୂରସ୍ଥାନକୁ ଯିବେ। କୌଣସି ଅସହାୟଙ୍କୁ ସାହାଯ୍ୟ କରିବେ। ପ୍ରେମ ଜୀବନ ମଧୁର ହେବ। 
ଧନୁ: ବ୍ୟବସାୟରେ ଉନ୍ନତି ହେବ। ଅଧିକାରୀଙ୍କ ଠାରୁ ସମୟ ସମୟରେ ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ବନ୍ଧୁ ସହିତ ବୁଲି ଯିବାର ଯୋଜନା କରିବେ। 
ମକର: ଶିକ୍ଷାରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଧାର୍ମିକ କାର୍ଯ୍ୟ ପ୍ରତି ଆସ୍ଥା ଓ ବିଶ୍ବାସ ସହିତ ଆଗକୁ ବଢ଼ିବେ। କାମ ତରବରିଆ ଭାବରେ କରନ୍ତୁ ନାହିଁ। 
କୁମ୍ଭ: ପାରିବାରିକ ସ୍ନେହ ବଢ଼ିବ। ଶାନ୍ତ ମନରେ କାମ, କରନ୍ତୁ ଜଲଦି ପୂରା ହେବ। ଅର୍ଥ ଚିନ୍ତା ଦୂର ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। 
ମୀନ: କୌଣସି କାମରେ ଅଧିକ ପରିଶ୍ରମ କରିବେ। ଅଧିକାଂଶ ସମୟ ବ୍ୟସ୍ତ ରହିବେ। ଏକରୁ ଅଧିକ ଉତ୍ସରୁ ଲାଭର ଯୋଗ ଅଛି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

 ଦୈନିକ ରାଶିଫଳ