ମେଷ: କାମ ପୂରା କରିବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଲେଖକ ସମାରୋହରେ ଅଂଶଗ୍ରହଣ କରିବେ। ‌
ବୃଷ: ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। କୌଣସି ଅସହାୟଙ୍କୁ ସାହାଯ୍ୟ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସଭାର ଆୟୋଜନ କରି ପାରନ୍ତି। 
ମିଥୁନ: ଜୀବନକୁ ବଢ଼ିଆ କରିବା ଲାଗି ଚେଷ୍ଟା କରିବେ। କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। ସନ୍ଧ୍ୟା ସୁଦ୍ଧା ସବୁ କାମ ସମାପ୍ତ ହୋଇଯିବ। ଛାତ୍ରଙ୍କ ଲାଗି ଦିନଟି ଭଲ।  
କର୍କଟ: ଲକ୍ଷ୍ୟକୁ ଜଲଦି ହାସଲ କରିବେ। ସମାଜରେ ମାନ ସମ୍ମାନ ବଢ଼ିବ। ଅଫିସରେ ଆପଣଙ୍କ କାମ ପାଇଁ ତଳିଆ କର୍ମଚାରୀ ସମ୍ମାନ କରିବେ। ଘରକୁ ବନ୍ଧୁ ଆସିବେ। 

Advertisment

ସିଂହ: ଯେଉଁ କାମ ଆପଣଙ୍କୁ ଅଶାନ୍ତ କରି ଆସୁଥିଲା ସେଥିରେ ସଫଳତା ମିଳିବା ଯୋଗ ଅଛି। ଘରର ବଡ଼ଙ୍କର ବିଶେଷ ଧ୍ୟାନ ରଖିବେ। ସନ୍ତାନର ପ୍ରସନ୍ନତା ଦେଖି ଆପଣ ଖୁସି ହେବେ। 

କନ୍ୟା: ବ୍ୟବସାୟରେ ବିକ୍ରି ବଢ଼ିବ ଆଉ ଯଥେ‌ଷ୍ଟ ଲାଭ ପାଇବେ। ଘର କିଣିବା ଲାଗି ଯୋଜନା କରୁଥିବା ବ୍ୟକ୍ତି ସଫଳ ହେବେ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। 
ତୁଳା: ବ୍ୟବସାୟ ଆଗକୁ ବଢ଼ାଇବା ଲାଗି ଅନ୍ୟ ବ୍ୟବସାୟୀ ସହିତ ଡିଲ୍ କରିବେ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ। ରାଜନୀତି ପ୍ରତି ଆଗ୍ରହ ବଢ଼ିବ। 
ବିଛା: କର୍ମଜୀବୀ ମହିଳା ଅଫିସରେ ପ୍ରୋତ୍ସାହନ ପାଇବେ। ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ସମୟ ବିତାଇବେ। ଶିକ୍ଷକଙ୍କୁ ଉନ୍ନତିର ନୂଆ ଅବସର ମିଳିପାରେ।
ଧନୁ: କୌଣସି ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରି ବହୁତ ଖୁସି ମିଳିବ। ମହତ୍ତ୍ବପୂର୍ଣ୍ଣ କାମ ଲାଗି କାହାରିକୁ ସାହାଯ୍ୟ ମାଗିବେ। ପ୍ରେମୀଯୁଗଳ ଦୂରସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। 
ମକର: କାହାରିକୁ ଦେଇଥିବା ଧାର ଫେରସ୍ତ ପାଇବେ। କିଛି ନୂଆ ଜିନିଷ କିଣିବା ଲାଗି ବିଚାର କରିବେ। ସନ୍ଧ୍ୟାରେ ପରିବାର ସହିତ ଭଲ ସମୟ ଅତିବାହିତ କରିବେ। 
କୁମ୍ଭ: ବଡ଼ଙ୍କର ଆଶୀର୍ବାଦ ମିଳିବା ଯୋଗୁଁ ଆପଣଙ୍କ ମନ ସକାରାତ୍ମକ ହେବ। ଅଫିସ କାମ ସହଜରେ ପୂରା କରିବେ। ଛାତ୍ରଛାତ୍ରୀ କ୍ୟାରିଅର ସମ୍ବନ୍ଧରେ ଶୁଭ ସୂଚନା ପାଇବେ। 
ମୀନ: କୌଣସି ମାମଲାରେ ବୁଦ୍ଧି ଖଟାଇ ନିଷ୍ପତ୍ତି ନେବାକୁ ହେବ। ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା କରିବେ। ଜୀବନସାଥୀ ଆପଣଙ୍କୁ କୌଣସି ସାମଗ୍ରୀ ମାଗି ପାରନ୍ତି।

ଦୈନିକ ରାଶିଫଳ