ମେଷ: ଦିନଟି ସକାରାତ୍ମକ ରହିବ। ମନରେ ନୂଆ ନୂଆ ବିଚାର ଆସିବ। ଆପଣଙ୍କୁ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି। ଭଲ ଚାକିରିର ପ୍ରସ୍ତାବ ଆସିପାରେ।
ବୃଷ: ଆୟ ବଢ଼ିବ। ନୂଅା ବ୍ୟବସାୟ ଆରମ୍ଭ କରିପାରନ୍ତି। ଶିକ୍ଷାକ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ମାନ ସମ୍ମାନ ମିଳିବ। ଘରୋଇ ଚାକିରିଆଙ୍କର ଉନ୍ନତି ହୋଇପାରେ।
ମିଥୁନ: ଦିନଟି ଭଲରେ ଅତିବାହିତ କରିବେ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବଡ଼ଙ୍କର ପରାମର୍ଶ ନିଅନ୍ତୁ। ସରକାରୀ ଚାକିରିଆ କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସମ୍ମୁଖୀନ ହେବେ।
କର୍କଟ: ବ୍ୟବସାୟୀଙ୍କୁ ଲାଭ ମିଳିବ। ଚାକିରି କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଆପଣଙ୍କ ବ୍ୟବହାରରେ ପରିବାରରେ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ।
ସିଂହ: ଜୀବନସାଥୀଙ୍କ ଠାରୁ ଖୁସି ଖବର ପାଇବେ। ବାଦ ବିବାଦ ଠାରୁ ଦୂରରେ ରହନ୍ତୁ। ଆପଣଙ୍କୁ ଆମଦାନିର ନୂଆ ଉତ୍ସ ମିଳିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
କନ୍ୟା: କୌଣସି ଖୁସି ଖବର ମିଳିବ। ବଡ଼ ଲୋକଙ୍କର ସଂପୂର୍ଣ୍ଣ ସହଯୋଗ ପାଇବେ। ଜୀବନସାଥୀଙ୍କ ପାଇଁ କିଛି ବିଶେଷ କରିବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।
ତୁଳା: ବ୍ୟବସାୟ ଦୃଷ୍ଟିରୁ ଦିନଟି ଭଲ। କୌଣସି କ୍ଷେତ୍ରରେ ନିବେଶରୁ ଆପଣଙ୍କୁ ଲାଭ ହେବ। ନିଜର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ପରିବାରରେ ଖୁସିର ବାତାବରଣ ରହିବ।
ବିଛା: ଚାକିରିଆଙ୍କୁ ପଦୋନ୍ନତି ମିଳିବାର ପ୍ରବଳ ଯୋଗ ଅଛି। ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ। ସନ୍ତାନ ସୁଖ ପ୍ରାପ୍ତିର ଯୋଗ ରହିଛି। ପ୍ରେମ ଜୀବନ ଭଲ ରହିବ।
ଧନୁ: କାର୍ଯ୍ୟକ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରୋତ୍ସାହନ ମିଳିବ। ନୂଆ ଚାକିରିର ପ୍ରସ୍ତାବ ଆସିପାରେ। ନିଜର ସମସ୍ୟା ବିଷୟରେ ବନ୍ଧୁଙ୍କୁ କହିବେ। ପାରିବାରିକ ଜୀବନ ସୁଖଦ ରହିବ।
ମକର: ଘରର ପରିବେଶ ଅତି ପ୍ରସନ୍ନ ରହିବ। ପରିବାର ଲୋକଙ୍କର ଆପଣଙ୍କ ଉପରେ ବିଶ୍ବାସ ବଢ଼ିବ। ସରକାରୀ ଚାକିରିଆ ସକାରାତ୍ମକ ପରିବେଶରେ କାମ କରିବେ।
କୁମ୍ଭ: ପରିବାର ସହିତ ଭଲରେ ସମୟ କାଟିବେ। ଆର୍ଥିକ ଦୃଷ୍ଟିରୁ କୌଣସି ଭଲ ଖବର ପାଇବେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ।
ମୀନ: ଚାକିରି କରୁଥିବା ଲୋକଙ୍କୁ ଭଲ ଖବର ମିଳିବ। ବରିଷ୍ଠଙ୍କ ଆଶୀର୍ବାଦ ମିଳିବ। ଅଭିନୟ କ୍ଷେତ୍ରରେ ରୁଚି ରଖିଥିବା ଲୋକଙ୍କୁ ନୂଆ ଅବସର ମିଳିବାର ଯୋଗ ଅଛି।
ଦୈନିକ ରାଶିଫଳ