ମେଷ: ଅଫିସର କୌଣସି କାମରେ ଅଚାନକ ଯାତ୍ରା କରିପାରନ୍ତି। ଆପଣଙ୍କ କାମରେ ସହଯୋଗୀଙ୍କର ସହଯୋଗ ପାଇବେ। ବ୍ୟବସାୟରେ ଆଶାଠୁ ଅଧିକ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ।
ବୃଷ: ଆପଣ ଶକ୍ତିରେ ବହୁତ କିଛି ହାସଲ କରିନେବେ। ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ। ଆପଣ କିଛି ସମୟ ମନୋରଞନ ସମ୍ବନ୍ଧୀୟ କାମରେ ବିତାଇବେ। ବିଜ୍ଞାନ ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ।
ମିଥୁନ: କୌଣସି ନୂଆ ପ୍ରକାର ଗତିବିଧିରେ ବ୍ୟସ୍ତତା ରହିବେ। ନିଜେ ଧୈର୍ଯ୍ୟଧରି ରୁହନ୍ତୁ ସମୟ ସହିତ ଚାଲନ୍ତୁ। ଜୀବନସାଥୀ ଠାରୁ ଜରୁରୀ କାମରେ ସାହାଯ୍ୟ ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।
କର୍କଟ: ଅର୍ଡ଼ର ସପ୍ଲାଇଙ୍କ ଲାଗି ଦିନଟି ଭଲ ରହିବ। ବନ୍ଧୁର ପରାମର୍ଶ ଆପଣଙ୍କର ବହୁତ କାମରେ ଆସିବ। ଘରେ ସିନେମା ଦେଖିବା ପାଇଁ ଯୋଜନା କରିବେ। ଆପଣଙ୍କ ଭୋଜନରେ ତାଜାଫଳ ସାମିଲ କରନ୍ତୁ।
ସିଂହ: ବ୍ୟବହାରିକ ପ୍ରଣାଳୀ କାମରେ ପରିବର୍ତ୍ତନ ହୋଇପାରେ। ସାଥୀରେ କାମ କରୁଥିବା ଲୋକଙ୍କର ସାହାଯ୍ୟ ପାଇବେ। ସମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।
କନ୍ୟା: ମହତ୍ବପୂର୍ଣ୍ଣ ଫଇସଲା ନେବେ। ଯାହାଦ୍ବାରା ଆର୍ଥିକ ସ୍ଥିତି ଏବଂ ଘରର ବ୍ୟବସ୍ଥାକୁ ଭଲ କରିବାରେ ସହାୟକ ହୋଇପାରେ। ସୁସମ୍ବାଦ ପାଇବେ। ଧର୍ମ ଓ ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ହେବ।
ତୁଳା: ଆପଣଙ୍କର ଦିନଟି ଭକ୍ତିମୟ ରହିବ। କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ପାଇବେ। ପଢ଼ିବା ଭଲ କରିବା ପାଇଁ ନିତିଦିନିଆ ରୁଟିନରେ କିଛି ପରିବର୍ତ୍ତନ କରିବେ। ପ୍ରେମ ଜୀବନ ଭଲ ରହିବ।
ବିଛା: ମହତ୍ବପୂର୍ଣ୍ଣ ମାମଲାରେ ନିଷ୍ପତ୍ତି ନେଇ ପାରନ୍ତି। ନକାରାତ୍ମକ ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ। ଭାଇ ସହିତ କୌଣସି ମାମଲାରେ ବିଚାର ବିମର୍ଶ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
ଧନୁ: ଅଯଥା କଥା ଠାରୁ ଦୂରରେ ରହି ନିଜ କାମରେ ବ୍ୟସ୍ତ ରୁହନ୍ତୁ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ଅନୁଚିତ କାମ ଅଶାନ୍ତିରେ କାରଣ ବନି ପାରେ। ଘରେ ସବୁ ଲୋକ ଖୁସି ରହିବେ।
ମକର: କୌଣସ କାମ କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। ଆପଣଙ୍କର ରୁଚି ଅଧ୍ୟାତ୍ମିକତାରେ ରହିବ। ସପରିବାର ଶ୍ରୀକ୍ଷେତ୍ରରେ ଯିବାକୁ ଯୋଜନା କରିବେ। ଅଧୁରା ଥିବା କାମ ପୂରା ହୋଇଯିବ।
କୁମ୍ଭ: ଅନ୍ୟମାନଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ। ବିରୋଧୀ ଆପଣଙ୍କ ସଂପର୍କରେ ମିଥ୍ୟା ପ୍ରଚାର କରିବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।
ମୀନ: ବ୍ୟବସାୟରେ ଆପଣଙ୍କର ପୂରା ଧ୍ୟାନକେନ୍ଦ୍ରୀତ କରନ୍ତୁ। କୌଣସି ଜଟିଲ ପ୍ରଶ୍ନର ଉତ୍ତର ପାଇଯିବେ। ବଢ଼ିଆ ରଣନୀତିରୁ କାମରେ ସଫଳତା ପାଇବେ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।
ଦୈନିକ ରାଶିଫଳ