ମେ‌ଷ: ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଅଫିସରେ କୌଣସି କାମକୁ ନେଇ ଅଧିକ ବ୍ୟସ୍ତ ରହିବେ। ନୂଆ ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରିନିଅନ୍ତୁ। ‌
ବୃଷ: ସବୁ କାମ ସହଜରେ ସଂପୂର୍ଣ୍ଣ ହେବ। କୌଣସି ସମାରେହକୁ ଯିବା ପାଇଁ ଯୋଜନା କରିବେ। ଜୀବନସାଥୀ ଆପଣଙ୍କର ସଚ୍ଚୋଟତା ଦେଖି ପ୍ରଭାବିତ ହେବେ। 
‌ମିଥୁନ: ଆପଣଙ୍କର ମନ ଆଧ୍ୟାତ୍ମିକ ରହିବ। ଆତ୍ମୀୟସ୍ବଜନଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ଚାକିରିଆ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହେବେ। ଉଚ୍ଚଶିକ୍ଷା ଲାଗି ଦିନଟି ବହୁତ ଭଲ।‌
କର୍କଟ: ମନ ଶାନ୍ତ ରହିବ। ନୂଆ କାମରେ ରୁଚି ବଢ଼ିବ। ପରିବାର ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ‌

Advertisment

ସିଂହ: ଭାବିଥିବା କାମ ଧୀରେଧୀରେ କରି ସଂପୂର୍ଣ୍ଣ ହେବ। ଅଚିହ୍ନା ବ୍ୟକ୍ତିଙ୍କ ବ୍ୟବହାର ନେଇ ମନ ଟିକେ ଖରାପ ହେବ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ‌

କନ୍ୟା: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। କ୍ୟାରିଅର ସଂପର୍କିତ ନୂଆ ଅବସର ପାଇବେ। ଅବିବାହିତଙ୍କର ବିବାହ ଲାଗି କଥାବାର୍ତ୍ତା ଆରମ୍ଭ ହେବ। ‌
ତୁଳା: ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ରାସ୍ତାରେ ଯିବାବେଳେ ପ୍ରିୟବନ୍ଧୁ ସହ ଦେଖା ହୋଇପାରେ। ଆପଣଙ୍କୁ ଅଚାନକ ଧନଲାଭ ହେବ।
ବିଛା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ନୂଆ ବେପାର କରିବାକୁ ଚାହୁଁଥିଲେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଅଫିସରେ କାମ ପୂରା କରିବା ପାଇଁ ଅଧିକ ସମୟ ଲାଗିବ। ‌
ଧନୁ: ଆପଣଙ୍କର ଶକ୍ତି ଭଲ କାମରେ ଲଗାଇବେ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ଦକ୍ଷତା ପ୍ରଦର୍ଶନର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହଯୋଗରେ କାମ ସଂପୂର୍ଣ୍ଣ ହେବ। ‌
ମକର: କୌଣସି ଖୁସି ଖବର ପାଇବେ। ଅଫିସରେ ସାଥିର କାମ କରୁଥିବା ଲୋକଙ୍କର ପୂରା ସହଯୋଗ ପାଇବେ। ନିଜ କ୍ୟାରିଅରରେ ସଫଳତାର ଖୁବ୍ ନିକଟତର ହେବେ। ‌
କୁମ୍ଭ: ଘରକୁ ବନ୍ଧୁଙ୍କ ଆସିବା ଯିବା ଲାଗି ରହିବ। କାମ ସଂପୂର୍ଣ୍ଣ କରିବା ଲାଗି ଯୋଜନା କରିବେ। ଯ‌ାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।  
ମୀନ: ଆପଣଙ୍କ ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ନୂଆ ଲୋକଙ୍କ ସହିତ ମିଶିବା ଭବିଷ୍ୟତ ଲାଗି ଲାଭଦାୟକ ରହିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

ଦୈନିକ ରାଶିଫଳ