ମେଷ:-ଆପଣଙ୍କ କଳ୍ପନାଶକ୍ତି ଆପଣଙ୍କର ଆଶା ପୂରା କରିବାରେ ସହାୟକ ହେବ। ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। ଆପଣଙ୍କୁ କୌଣସି ନୂଆ ସଂପର୍କରୁ ଧନଲାଭ ହେବ।
ବୃଷ:-ଯୋଜନା ଆଗକୁ ବଢ଼ାଇବା ପାଇଁ ଚିନ୍ତା କରିବେ। କୌଣସି କାମରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। କାହାରିକୁ ଧାର ଦେଲେ ଠିକଣା ସମୟରେ ଅର୍ଥ ଫେରସ୍ତ ପାଇବାର ଆଶା କମ୍।
ମିଥୁନ:-ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ସବୁ କାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ। ଘରର ବାତାବରଣ ଠିକ୍ ରହିବ। ମହିଳାଙ୍କୁ ଅଚାନକ ଧନଲାଭ ହେବ। େ
କର୍କଟ:-ଆତ୍ମବିଶ୍ବାସ ସହ କାମ କରନ୍ତୁ ସଫଳତା ନିଶ୍ଚୟ ପାଇବେ। ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ଅନ୍ତରଙ୍ଗ ବନ୍ଧୁ କୌଣସି ଉପହାର ଦେଇପାରନ୍ତି।
ସିଂହ:-ପୂର୍ବ କଥା ମନେ ପଡ଼ିବା ହେତୁ ମନ ପ୍ରସନ୍ନ ହୋଇଯିବ। ବ୍ୟବସାୟରେ ବଡ଼ ଡ଼ିଲ୍ କରିପାରନ୍ତି। ଆପଣଙ୍କର ନିଃସ୍ବାର୍ଥ ସମାଜ ସେବା ପାଇଁ ପ୍ରତିଷ୍ଠା ବଢ଼ିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
କନ୍ୟା:-ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ସ୍ଥଗିତ କାମରେ କେହି ସାହାଯ୍ୟ କରିବେ। ବ୍ୟବସାୟରେ ଲାଭ ହେବ। ମହିଳାଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ।
ତୁଳା:-ପୂର୍ବ କଥାକୁ ପାସୋରି ନୂଆ କାମ କରନ୍ତୁ। ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରନ୍ତୁ। ହୋଟେଲ ବ୍ୟବସାୟୀଙ୍କୁ ଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।
ବିଛା:-କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ଅଧ୍ୟାପକଙ୍କୁ ଘରୋଇ କଲେଜରେ ଭଲ ପେକେଜର ପ୍ରସ୍ତାବ ମିଳିବ।
ଧନୁ:-ଆପଣଙ୍କ ଭିତରେ ନୂଆ ଶକ୍ତି ସଂଚାର ହେବ। ବ୍ୟବସାୟ ବୃଦ୍ଧି ପାଇଁ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଶିକ୍ଷାର୍ଥୀଙ୍କୁ ପରୀକ୍ଷାରେ କମ୍ ପରିଶ୍ରମର ଭଲ ଫଳ ମିଳିବ।
ମକର:-ବ୍ୟବସାୟରେ ଜଲଦି ନିଷ୍ପତ୍ତି ନିଅନ୍ତୁ ଲାଭ ପାଇବେ। ଯାନ କିଣିବା ପାଇଁ ଦିନଟି ଶୁଭ। ଅଫିସରେ କାମ ସଂପୂର୍ଣ୍ଣ କରିବା ପାଇଁ ବାଧାର ସମ୍ମୁଖୀନ ହୋଇପାରନ୍ତି।
କୁମ୍ଭ:-କୌଣସି ମାମଲାରେ ବ୍ୟସ୍ତ ରହିବେ। ବ୍ୟବସାୟରେ ବିପଦଜନକ ପଦକ୍ଷେପ ନିଅନ୍ତୁ ନାହିଁ। କଳାକାରଙ୍କ ଲାଗି ଦିନଟି ଲାଭପ୍ରଦ। ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବାର ଯୋଗ ରହିଛି।
ମୀନ:-ପରିବାରରେ କୌଣସି ନୂଆ ଦାୟିତ୍ବ ଆପଣଙ୍କୁ ମିଳିପାରେ। ଭାବିଥିବା ଯୋଜନା ଭଲ ପ୍ରମାଣିତ ହେବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ।
ଦୈନିକ ରାଶିଫଳ