ମେଷ: ମନୋରଞ୍ଜନରେ ସମୟ ବିତାଇବେ। ବ୍ୟାବସାୟିକ ବ୍ୟବସ୍ଥା ବନାଇ ରଖନ୍ତୁ। ଅଫିସରେ ଭଲ ପରିବେଶ ଖୁସି କରାଇବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। 
ବୃଷ: ନିଜକୁ ଶକ୍ତ ଅନୁଭବ କରିବେ। ଜମି କିଣାବିକାରେ ସଫଳତା ପାଇବେ। କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଦରକାର। ପାରିବାରିକ ଜୀବନ ସୁଖକର ହେବ। ସ୍ବାସ୍ଥ୍ୟରେ ସୁଧାର ହେବ। 
ମିଥୁନ: ଲକ୍ଷ୍ୟ ପୂରଣ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ସନ୍ତାନ ଖୁସି ଆଣିବେ। ଅଫିସରେ ସମସ୍ତଙ୍କ ସହିତ ତାଳମେଳ ବଜାୟ ରହିବ। ଦାମ୍ପତ୍ୟ ଜୀବନ ବହୁତ ଭଲ ରହିବ। ‌
କର୍କଟ: ବ୍ୟବସାୟକୁ ଆହୁରି ମଜଭୁତ କରିବା ପାଇଁ ପ୍ରୟାସ କରିବେ। ବ୍ୟାଙ୍କରେ ଚାକିରି କରୁଥିବା ଲୋକଙ୍କ ଲାଗି ଦିନଟି ବିଶେଷ ଫଳଦାୟୀ। କିଛି ନୂଆ ବିଚାରରେ କାମ କରି ପାରନ୍ତି। 

Advertisment

ସିଂହ: ବାଦବିବାଦରୁ ଦୂରରେ ରୁହନ୍ତୁ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ରାଜନେତାଙ୍କ ଲାଗି ଦିନଟି ଭଲ। ଆର୍ଥିକ ସଫଳତା ପାଇବେ। କଲେଜରେ ନୂଆ ସାଙ୍ଗ ବନାଇବେ। 

କନ୍ୟା: ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ସବୁ କାମ ସହଜରେ ପୂରା ହେବ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ସୁଧାର ଆସିବ। ବିଦ୍ୟାର୍ଥୀଙ୍କ ଲାଗି ସଫଳତାର ଯୋଗ ଅଛି। 
ତୁଳା: କୌଣସି କାମ କରିବା ପାଇଁ ନୂଆ ଉପାୟ ବିଚାର କରିବେ। ବିଲ୍‌ଡର୍ସଙ୍କ ଲାଗି ଦିନଟି ଭଲ ରହିବ। ବନ୍ଧୁ ଘରକୁ ଆସିବେ। ଘରକୁ ସୌନ୍ଦର୍ଯ୍ୟୀକରଣ କରିବା ପାଇଁ ଭାବିବେ। 
ବିଛା: ଆର୍ଥିକ ସମସ୍ୟା ସମାଧାନ ହେବା ଯୋଗୁଁ ମାନସିକ ଶାନ୍ତି ପାଇବେ। କାମଧନ୍ଦା ପୂରା ପାଇଁ ନୂଆ ଉପାୟ ଭାବିବେ। ଆପଣଙ୍କୁ କୌଣସି କାମରେ ସାହାଯ୍ୟ ଦରକାର ହେବ। 
ଧନୁ: ବ୍ୟବହାରରେ ବିନମ୍ରତା ଓ କୋମଳତା ହି ଆପଣଙ୍କୁ ସଫଳତା ଆଣିଦେବ। କୌଣସି କାରଣରୁ ବାପା ଆପଣଙ୍କୁ ଦାୟିତ୍ବ ଦେଇପାରନ୍ତି। ଜମିବାଡ଼ି କାମ ପୂରା ହୋଇପାରେ। 
ମକର: ବଡ଼ ଖୁସି ଖବର ପାଇବେ। କାମ ପ୍ରତି ଏକାଗ୍ରତା ରୁହନ୍ତୁ, ସଫଳତା ପାଇବେ। ଘରସାମଗ୍ରୀ କିଣିବା ଲାଗି ସହରକୁ ଯିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦେବେ।
କୁମ୍ଭ: କୌଣସି ବିଶେଷ ଆୟୋଜନକୁ ଯାଇପାରନ୍ତି। ନକାରାତ୍ମକ ବିଚାର ମନକୁ ଦୁର୍ବଳ କରିବ। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ। ପିଲା ପାଇଁ ମନରେ ଶାନ୍ତି ମିଳିବ।
ମୀନ: ନିକଟ ସଂପର୍କୀୟ ଘରକୁ ଯାଇପାରନ୍ତି। ପିଲା ଓ ସାଙ୍ଗର  ଗତିବିଧି ଉପରେ ନଜର ରଖନ୍ତୁ। କାରବାରରେ କୌଣସି ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।

ଦୈନିକ ରାଶିଫଳ