ମେଷ: କିଛି କାମରେ ଅଧିକ ସମୟ ଲାଗିବ। ନିଜ ବ୍ୟବହାର ବିକଶିତ କରିବାକୁ ଚେଷ୍ଟା କରିବେ। ଅଫିସରେ ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀ ପାଠପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ। 
ବୃଷ: କୌଣସି  ବ୍ୟକ୍ତିଙ୍କ ଠାରୁ ଆଶାଠୁ ଅଧିକ ଲାଭ ହେବ। ବୟୋଜ୍ୟେଷ୍ଠଙ୍କ ମତ ଫଳପ୍ରଦ ହେବ। ଚାକିରି ଆଶାୟୀ ଭଲ ଉଦ୍ୟୋଗରେ ଚାକିରି ପାଇବେ। ବନ୍ଧୁ ସହ ବୁଲି ଯିବେ। 
ମିଥୁନ: ପରିବାର ଲୋକଙ୍କ ସହିତ ସମୟ ବିତାଇବେ। ବେପାରୀବର୍ଗଙ୍କୁ ଅଚାନକ ଧନଲାଭ ହେବ। ରାଜନୀତିରେ ସଫଳତା ପାଇବେ। କାମରେ ଜୀବନସାଥୀ ଖୁସି ରହିବେ।  ‌
କର୍କଟ: ଲୋକଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଅଫିସରେ ଉପରିସ୍ଥ କର୍ମଚାରୀ ଖୁସି ହେବେ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ। ନୂଆ କୌଶଳ ଶିଖିବାକୁ ଚେଷ୍ଟା କରିବେ। 

Advertisment

ସିଂହ: ସକାରାତ୍ମକ ଭାବନା ଲାଭ ଆଣିଦେବ। ପରିଶ୍ରମର ସୁଫଳ ପାଇବେ। ରଚନାତ୍ମକ କାମରେ ନାମ ଉଚ୍ଚା ହେବ। ସ୍ବାସ୍ଥ୍ୟ ଠିକ୍‌ ରହିବ। ଜୀବନସାଥୀ ସହ ସମ୍ବନ୍ଧ ମଧୁର ହେବ। 

କନ୍ୟା: ପରିଶ୍ରମ କରୁଥିବା କାମରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ବଡ଼ଙ୍କ ସହଯୋଗରେ ଆଗକୁ ବଢ଼ିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। 
ତୁଳା: ମନ ଆଧ୍ୟତ୍ମିକ ଆଡ଼କୁ ରହିବ। ନକାରାତ୍ମକ ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ। ଅଧିକ ସମୟ ପରିବାର ସହିତ ବିତାଇବେ। ଆର୍ଥିକ ଲାଭ ହେବ। ଜମି କିଣିବା ଯୋଗ ଅଛି। 
ବିଛା: ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ମନ ପସନ୍ଦ ଉଦ୍ୟୋଗରୁ ଚାକିରି ଡାକରା ଆସିବ। କଥାରେ ଲୋକ ପ୍ରଭାବିତ ହେବେ। ଧାର୍ମିକ ଆୟୋଜନରେ ଭାଗନେବେ।
ଧନୁ: ପରିବାରର କୌଣସି ଦାୟିତ୍ବ ତୁଲାଇବେ। ବନ୍ଧୁ ସାହାଯ୍ୟରେ ଯୋଜନା ସଫଳ ହେବ। କମ୍ ପରିଶ୍ରମରେ ଅଧିକ ଫଳ ପାଇବେ। ପ୍ରେମୀ ଯୁଗଳ ସକାରାତ୍ମକ ବ୍ୟବହାର କରିବେ।
ମକର: ବାଦ ବିବାଦ ଠାରୁ ଦୂରରେ ରୁହନ୍ତୁ। ଇଂଜିନିୟରଙ୍କ ଲାଗି ଦିନଟି ଭଲ। ଅଧିକ ପରିଶ୍ରମ କରି କାମରେ ସଫଳତା ପାଇବେ। ବୈବାହିକ ଜୀବନ ସୁଖମୟ ରହିବ। 
କୁମ୍ଭ: ଆର୍ଥିକ ସ୍ଥିରତା ବଜାୟ ରହିବ। ଗଣମାଧ୍ୟମ ଲୋକଙ୍କ କାମର ପ୍ରଶଂସା ହେବ। ଆପଣଙ୍କ ଆମଦାନି ବୃଦ୍ଧି ହେବ। ଛାତ୍ରଛାତ୍ରୀ ପ୍ରତିଯୋଗିତା ସମ୍ବନ୍ଧୀୟ ଶୁଭ ଖବର ପାଇବେ। 
ମୀନ: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। କୋର୍ଟ କଚେରି ମାମଲାରେ କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ପାଇବେ। ଘର ଲୋକଙ୍କ ସହିତ ବାହାରକୁ ବୁଲି ଯିବେ।

ଦୈନିକ ରାଶିଫଳ