ରାଉରକେଲା: ଧୋକା ଦେଉଛି ବିମାନସେବା। ସମସ୍ୟାର ସ୍ଥାୟୀ ସମାରଧାନ ପାଇଁ ବିରୋଧୀ ଦଳ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ହେଉଛି। ଶାସକ ଦଳ ବିମାନ କର୍ତ୍ତୃପକ୍ଷଙ୍କୁ ଚିଠି ପରେ ଚିଠି ଲେଖୁଛନ୍ତି। ସମାଧାନର ବାଟ ଫିଟୁନି। ପୂର୍ବପରି ଶନିବାର ପୁଣି ନିରାଶ କରିଛି ଆଲିଆନ୍ସ ଏୟାର ବିମାନ। ହସ୍ପିଟାଲ ଓ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାମରେ କୋଲକାତା ଓ ଭୁବନେଶ୍ବର ଯିବାକୁ ଟିକେଟ୍ କାଟିଥିବା ଯାତ୍ରୀମାନଙ୍କୁ ଘରକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି।
ଆଲିଆନ୍ସ ଏୟାର ବିମାନ କୋଲକାତାରୁ ବାହାରି ରାଉରକେଲାରେ ପହଞ୍ଚିଥାନ୍ତା। ପୁଣି ରାଉରକେଲା ବାହାରି ଭୁବନେଶ୍ବର ଯାଇଥାନ୍ତା। ଭୁବନେଶ୍ବରରୁ ଫେରି ପୁଣି ରାଉରକେଲା ଆସିଥାନ୍ତା। ପୁଣି ରାଉରକେଲାରୁ କୋଳକାତାକୁ ଯିବାର ଥିଲା। କୋଲକାତାରୁ ରାଉରକେଲା ଆସିବାକୁ ପ୍ରାୟ ୧୬ ଜଣ ଯାତ୍ରୀ ଟିକେଟ୍ କାଟିଥିଲେ।
ରାଉରକେଲାରୁ ଭୁବନେଶ୍ବର ଓ କୋଲାକାତାକୁ ଯିବା ପାଇଁ ପ୍ରାୟ ୬୦ରୁ ଅଧିକ ଯାତ୍ରୀ ଟିକେଟ୍ କାଟିଥିଲେ। ଆଲିଆନ୍ସ ଏୟାର ବିମାନ କୋଲକାତାରୁ ବାହାରି ଅପରାହ୍ନ ସାଢ଼େ ୧୨ଟାରେ ରାଉରକେଲା ପହଞ୍ଚିବାର ଥିଲା।
ଭୁବନେଶ୍ବରୁ ଯିବାକୁ ସପ୍ତାହ ଆଗରୁ ଟିକେଟ୍ କାଟିଥିବା ୩୦ରୁ ଅଧିକ ଯାତ୍ରୀ ସକାଳ ପ୍ରାୟ ୧୧ଟାରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିଥିଲେ। ବାତିଲ ସଂକ୍ରାନ୍ତରେ ଯାତ୍ରୀମାନଙ୍କୁ କୌଣସି ମେସେଜ ମଧ୍ୟ ଆସି ନଥିଲା। ଅପରାହ୍ନ ସାଢ଼େ ୧୨ଟା ପରିବର୍ତ୍ତେ ଅପରାହ୍ନ ୨ଟା ୩୦ ମିନିଟ୍ରେ ବିମାନ ପହଞ୍ଚିବ ବୋଲି ଯାତ୍ରୀମାନଙ୍କୁ ମେସେଜ୍ ଆସିଥିଲା। ଯାତ୍ରୀମାନେ ୩ ଘଣ୍ଟା ଅପେକ୍ଷା କରିବା ପରେ କୋଲାକାତା ଓ ଭୁବନେଶ୍ବରକୁ ବିମାନ ବାତିଲ ହୋଇଛି ବୋଲି ଯାତ୍ରୀମାନଙ୍କୁ ଜଣାଇଥିଲେ। ଶେଷ ମୂହୂର୍ତ୍ତରେ ଏଭଳି ସୂଚନା ପାଇବା ପରେ ଯାତ୍ରୀମାନେ ବିମାନବନ୍ଦରରେ ପାଟିତୁଣ୍ଡ କରିଥିଲେ। କେହି ସେମାନଙ୍କ କଥା ଶୁଣି ନଥିଲେ। ଶେଷରେ ଯାତ୍ରୀମାନେ ନିଜ ନିଜ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/22/ifx40LIV61Fqx5c02xaQ.jpg)