ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ସୁଦର୍ଶନପୁର ଗ୍ରାମପଂଚାୟତର କୁଲଡିହା ଅଙ୍ଗନବାଡ଼ି କେନ୍ଦ୍ର ବିପଦସଂକୁଳ ଅବସ୍ଥାରେ ରହିଛି। ଏହି କେନ୍ଦ୍ର ୧୯୯୪ ମସିହାରେ ନିର୍ମାଣ ହୋଇଥିବା ବେଳେ ବର୍ତମାନ ମୋଟ୍ ୨୦ରୁ ଅଧିକ କୋମଳମତୀ ଶିଶୁ ଅଧ୍ୟୟନ କରୁଛନ୍ତି। ନିର୍ମାଣ ହେବାର ୩୦ ବର୍ଷ ମଧ୍ୟରେ ମାତ୍ର ଥରେ ବି ମରାମତି ହୋଇନାହିଁ। ବର୍ତମାନ ଛାତର ଅବସ୍ଥା ଏପରି ଅଛି ଯେ କେତେବେଳେ ବି ଭୁଷୁଡି ପଡିବାର ସମ୍ଭାବନା ରହିଛି। ଫଳରେ ଛାତରୁ ପାଣି ପଡି କେନ୍ଦ୍ରରେ ଭର୍ତି ହେଉଛିା
ଅଙ୍ଗନବାଡି କର୍ମୀ ଓ ଗ୍ରାମବାସୀ ପୁନଃ ନିର୍ମାଣ କିମ୍ବା ମରାମତି ପାଇଁ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହା ବ୍ୟତୀତ କିଛି ଅଙ୍ଗନବାଡି କେନ୍ଦ୍ରର କୋବାଟ ଝରକା ମଧ୍ୟ ୫୦ ପ୍ରତିଶତରୁ ଅଧିକ ନଷ୍ଟ ହୋଇଯାଇଛି। କବାଟ ନଷ୍ଟ ହୋଇଯାଇଥିବାରୁ ବିଷାକ୍ତ କୀଟପତଙ୍ଗ ଭିତରକୁ ପଶିବାର ଭୟ ରହିଛି।
ବର୍ତ୍ତମାନ ବର୍ଷାଦିନ ଥିବାରୁ ଛାତରୁ ଗଳୁଥିବା ବର୍ଷା ପାଣିରେ ଶିଶୁମାନେ ଓଦା ହେଉଥିବା ଅଭିଯୋଗ ହେଉଛି। କୁନିକୁନି ଶିଶୁମାନେ ବର୍ଷା ପାଣିରେ ଓଦା ହେବା ଯୋଗୁଁ କିଛି ଶିଶୁଙ୍କୁ ଜ୍ୱର ମଧ୍ୟ ହେଉଥିବାର ଅଭିଯୋଗ ହେଉଛି। ଯଦି କୋମଳମତୀ ଶିଶୁମାନେ ପାଠ ପଢୁଥିବା ସମୟରେ ତାଙ୍କ ଉପରେ ଛାତ ଭୁଷୁଡ଼ି ପଡ଼ିଲା ତାହେଲେ କିଏ ଦାୟୀ ରହିବେ? କଣ ଅଭିଭାବକ ମାନେ ତାଙ୍କ ପିଲାଙ୍କୁ ଅଙ୍ଗନବାଡି ପଠାଉଛନ୍ତି ତାହା ତାଙ୍କ ଭୁଲ୍ କି? ଏଠାରେ ପ୍ରଶ୍ନ ଉଠୁଛି ବ୍ଲକର କିଛି ରାସ୍ତା ଓ ଗୃହଗୁଡିକ ଖରାପ ହୋଇନଥିଲେ ମଧ୍ୟ ପ୍ରତ୍ୟେକ ବର୍ଷ ମରାମତି ହେଉଥିବା ବେଳେ ଉକ୍ତ ଅଙ୍ଗନବାଡି କେନ୍ଦ୍ର ମରାମତି ନ କରି କାହିଁକି ଦୂର୍ଘଟଣା ପର୍ଯ୍ୟନ୍ତ ଅପେକ୍ଷା କରିଛି କର୍ତୁପକ୍ଷ।
/sambad/media/media_files/img-20240926-wa0008.jpg)
ଏ ସମ୍ବନ୍ଧରେ ରାଇରଙ୍ଗପୁର ସିଡିପିଓ କୁଇଲୁମଣି ଟୁଡୁଙ୍କ ସହିତ ଯୋଗାଯୋଗ କରିବାରୁ ସେ ବପଦ ସଂକୁଳ ଥିବା ଅଙ୍ଗନବାଡି ଗୁଡିକୁ ମରାମତି ପାଇଁ ରାଇରଙ୍ଗପୁର ବିଡିଓଙ୍କୁ ଲିଖିତ ଆକାରରେ ଚିଠି କରିଛନ୍ତି। ପରବର୍ତୀ ସମୟରେ ଗ୍ରାମଉନ୍ନୟନ ସଂସ୍ଥା ଅଧିକାରୀଙ୍କୁ ମଧ୍ୟ ଚିଠି କରିବୁ। ଏହାବ୍ୟତୀତ ରାଇରଙ୍ଗପୁର ବ୍ଲକର ବିପଦ ସଂକୁଳ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ମରାମତି ପାଇଁ ଚିଠି କରିଛନ୍ତି ବୋଲି ମତ ରଖିଛନ୍ତି। ବର୍ତମାନ ସୁଦ୍ଧା ରାଇରଙ୍ଗପୁର ବ୍ଲକର ୫୦ ପ୍ରତିଶତ ଅଙ୍ଗନବାଡି କେନ୍ଦ୍ରରେ ବିଦ୍ୟୁତ୍ ମଧ୍ୟ ସଂଯୋଗ ମଧ୍ୟ ହୋଇନଥିବା ଜଣାପଡିଛି। ଏଣୁ ଯଥାଶୀଘ୍ର ବିଦ୍ୟୁତ ସଂଯୋଗ କରିବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/img-20240926-wa0000.jpg)