ପାରାଦୀପ: ଆଇଓସିଏଲ ତୈଳବିଶୋଧନାଗାରରେ ଶନିବାର ଅଘଟଣ ଘଟିଛି। ପାଇଲିଙ୍ଗ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କ ଉପରେ ଖୁଣ୍ଟ ପଡ଼ିଛି। ଏଥିରେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ କୁଜଙ୍ଗ ଥାନା ଅନ୍ତର୍ଗତ କାଳିଆପାଟ ଗ୍ରାମର ପପୁ ମାଝୀ।
ତୈଳବିଶୋଧନାଗାରରେ କାର୍ଯ୍ୟ କରୁଥିବା ଠିକା ସଂସ୍ଥା କ୍ରିଷ୍ନା ବିଲଡର୍ସ ଅଧୀନରେ ନିର୍ମାଣଧୀନ ପାଇଲିଙ୍ଗ କାର୍ଯ୍ୟ ଚାଲୁଥିବା ବେଳେ ପାଇଲିଙ୍ଗ ଖୁଣ୍ଟକୁ ମେସିନ ସାହାଯ୍ୟରେ ଭାଙ୍ଗୁଥିବା ସମୟରେ ପାଇଲିଙ୍ଗ ଖୁଣ୍ଟଟି ସତ୍ୟବ୍ରତଙ୍କ ଉପରେ ପଡ଼ିଯାଇଥିଲାl ଫଳରେ ଘଟଣାସ୍ଥଳରେ ସତ୍ୟବ୍ରତ ଗୁରୁତର ହୋଇପଡ଼ିଥିଲେ।
ତେବେ ସତ୍ୟବ୍ରତଙ୍କ ଏଭଳି ଅବସ୍ଥା ଦେଖି ସାଥି ଶ୍ରମିକମାନେ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ ସତ୍ୟବ୍ରତଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ତୈଳବିଶୋଧନାଗାର ଅଞ୍ଚଳରେ ଶ୍ରମିକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/post_attachments/wp-content/uploads/2023/06/dead-fff.jpg)
