ପୁରୀ: ଶ୍ରୀଜିଉମାନେ ଆଡପ ମଣ୍ଡପକୁ ବିଜେ କରିଛନ୍ତି। ମହାବାହୁ ତିନି ରଥରୁ ଓହ୍ଲାଇ ଗୋଟି ପହଣ୍ଡିରେ ଆଜି ଜନ୍ମବେଦିରେ ବିରାଜମାନ କରିଛନ୍ତି। କାଲି (ସୋମବାର) ଠାରୁ ଆସନ୍ତା ନବମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଆଡ଼ପ ମଣ୍ଡପରୁ ଦର୍ଶନ ଦେବେ।
ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ କରିଛନ୍ତି। ଶ୍ରୀସୁଦର୍ଶନ ପ୍ରଥମେ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି। ଶ୍ରୀସୁଦର୍ଶନଙ୍କ ପରେ ବଡ଼ଠାକୁର ଜନ୍ମବେଦିକୁ ବିରାଜମାନ କରିଛନ୍ତି। ଏହା ପରେ ଦେବୀ ମା’ ସୁଭଦ୍ରା ଓ ଶେଷରେ କାଳିଆ ଠାକୁରଙ୍କ ପହଣ୍ଡି ଜାରି ରହିଛି। ଶ୍ରୀଜିଉମାନେ ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ବେଳେ ପରବର୍ତ୍ତୀ ନୀତି ଆରମ୍ଭ କରିବେ। ମହାପ୍ରଭୁ ଆଜି ମିଠା ଦହି ଖାଇବେ। ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟା ସମୟରେ ଶାନ୍ତି ଶୃଙ୍ଖଳାର ସହିତ ନୀତିକାନ୍ତି ସମାପନ ହୋଇଛି।
ମହାପ୍ରଭୁ ଆଜି ଖୁବ ଶୀଘ୍ର ପହଣ୍ଡି ସାରି ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ପୂର୍ବରୁ ଏତିକି କମ ସମୟରେ ଆଡ଼ପ ମଣ୍ଡପ ବିଜେ ହୋଇ ନଥିଲା। ମହାପ୍ରଭୁଙ୍କ ପହଣ୍ଡି ପ୍ରାୟ ୪ ଘଣ୍ଟା ଲାଗିଥାଏ। କିନ୍ତୁ ଆଜି ଏହା ପ୍ରାୟ ୨ ଘଣ୍ଟା ଲାଗିଛି। ଆସନ୍ତାକାଲି ଠାରୁ ସାଧାରଣ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ କରିବେ।
-ପୃଥ୍ବୀରାଜ ହରିଚନ୍ଦନ, ଆଇନ ମନ୍ତ୍ରୀ
ଆଡ଼ପ ମଣ୍ଡପ ବିଜେ ଦେଖିବାକୁ ଶରଧାବାଲିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି। ଶରଧାବାଲି ଶ୍ରଦ୍ଧାଳୁଙ୍କ ଦ୍ବାରା ଜନସମୁଦ୍ର ପାଲଟିଛି। ତିନି ରଥ ସାମ୍ନାରେ ଏକ ବିଶାଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଜୟ ଜଗନ୍ନାଥ ଧ୍ବନୀରେ ଶରଧାବାଲି ପ୍ରକମ୍ପିତ ହେଉଛି।
ଶ୍ରୀଜିଉମାନେ ଶନିବାର ଅପରାହ୍ଣ ସୁଦ୍ଧା ରଥାରୁଢ଼ ହୋଇ ଶରଧାବାଲିରେ ପହଞ୍ଚିଛନ୍ତି। ଶ୍ରଦ୍ଧାଳୁମାନେ ରଥାରୁଢ଼ ମହାପ୍ରଭୁମାନଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି। ସନ୍ଧ୍ୟା ସମୟରେ ରଥ ଉପରେ ମହାପ୍ରଭୁ ବିରାଜମାନ କରିଥିବା ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ଆନନ୍ଦ ପ୍ରଦାନ କରୁଛି। ଶରଧାବାଲିରେ ଆଜି ମଧ୍ୟ ଲୋକାରଣ୍ୟ ଦେଖାଯାଇଛି। ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।
ମହାପ୍ରଭୁଙ୍କର ରବିବାର ସନ୍ଧ୍ୟାରେ ଆଡ଼ପ ବିଜେ ହେଉଛି। ମହାପ୍ରଭୁ ରଥରୁ ଓହ୍ଲାଇ ଗୋଟି ପହଣ୍ଡିରେ ଜନ୍ମବେଦିରେ ବରାଜମାନ କରିବେ। ଶ୍ରଦ୍ଧାଳୁମାନେ ସୋମବାର ଠାରୁ ନବମୀ ପର୍ଯ୍ୟନ୍ତ ଆଡ଼ପ ଦର୍ଶନ କରିବେ। ସକାଳ ଆଳତି ପରେ ଏଭଳି ଦର୍ଶନ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।
/filters:format(webp)/sambad/media/media_files/2025/06/28/guhnwizagaafc0n-2025-06-28-21-28-54.jpg)
କଥାରେ ଅଛି ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ, ଆଡ଼ପମଣ୍ଡପରେ ଦିନେ ଦର୍ଶନରେ ସେତିକି ଫଳ ମିଳିଥାଏ। ବିଶେଷକରି ଦିନ ଅପେକ୍ଷା ରାତିରେ ଦର୍ଶନ କଲେ ତାର ୧୦ ଗୁଣ ଅଧିକ ପୁଣ୍ୟ ମିଳିଥାଏ। ଆଡ଼ପମଣ୍ଡପରେ ଜଗନ୍ନାଥଙ୍କର ଅବସ୍ଥିତିକୁ ମହାବେଦି ଯୋଗ କୁହାଯାଏ। ଏଥିପାଇଁ ରଥଯାତ୍ରାରେ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟେ।
ରତ୍ନବେଦିରୁ ଜନ୍ମବେଦିକୁ ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଆଜି ଅପରାହ୍ଣରେ ଶରଧାବାଲିରେ ପହଞ୍ଚି ଥିବା ବେଳେ ରଥ ଉପରେ ଥାଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଶ୍ରୀଜିଉମାନେ ରବିବାର ସନ୍ଧ୍ୟାରେ ଆଡ଼ପ ବିଜେ କରିବେ ଏବଂ ସୋମବାର ଦିନ ଠାରୁ ଜନ୍ମବେଦି(ଆଡ଼ପ ମଣ୍ଡପ)ରୁ ନବମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ବର୍ଷତମାମ୍ ରତ୍ନବେଦିରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ଭକ୍ତ ଆଡ଼ପ ମଣ୍ଡପରେ ବିଜେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି କୋଟିପୂଣ୍ୟ ଲଭିବେ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଛି। ଧାଡ଼ିରେ ରହି ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ। ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବାରିକେଡିଂ ବ୍ୟବସ୍ଥା କରାଯାଇଛି।
puri | rath yatra Saradhabali
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/29/4845d399-c8ea-48a0-8343-90e31b33acb6-2025-06-29-21-44-19.jpg)