ପୁରୀ: ଶ୍ରୀଜିଉମାନେ ଆଜି ରଥାରୁଢ଼ ହୋଇ ଆଜି ଅପରାହ୍ଣରେ ଶରଧାବାଲିରେ ପହଞ୍ଚି ସାରିଛନ୍ତି। ଶ୍ରଦ୍ଧାଳୁମାନେ ରଥାରୁଢ଼ ମହାପ୍ରଭୁମାନଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି। ସନ୍ଧ୍ୟା ସମୟରେ ରଥ ଉପରେ ମହାପ୍ରଭୁ ବିରାଜମାନ କରିଥିବା ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ଆନନ୍ଦ ପ୍ରଦାନ କରୁଛି। ଶରଧାବାଲିରେ ଆଜି ଲୋକାରଣ୍ୟ ହୋଇଛି। ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ବିଳମ୍ବିତ ରାତି ଯାଏ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ଆଶା ରଖିଛନ୍ତି।
ମହାପ୍ରଭୁଙ୍କର ଆସନ୍ତାକାଲି (ରବିବାର) ଆଡ଼ପ ବିଜେ ହେବ। ମହାପ୍ରଭୁଙ୍କୁ ରଥରୁ ଓହ୍ଲାଇ ଗୋଟି ପହଣ୍ଡିରେ ଜନ୍ମବେଦିରେ ବରାଜମାନ କରାଯିବ। ଏହା ପରେ ସୋମବାର ଠାରୁ ଶ୍ରଦ୍ଧାଳୁମାନେ ଆଡ଼ପ ଦର୍ଶନ କରିବେ। ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ସୋମବାର ଠାରୁ ଆରମ୍ଭ ହେବ। ସକାଳ ଆଳତି ପରେ ଏଭଳି ଦର୍ଶନ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।
/filters:format(webp)/sambad/media/media_files/2025/06/28/guhnwizagaafc0n-2025-06-28-21-28-54.jpg)
କଥିତ ଅଛି ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ, ଆଡ଼ପମଣ୍ଡପରେ ଦିନେ ଦର୍ଶନରେ ସେତିକି ଫଳ ମିଳିଥାଏ। ବିଶେଷକରି ଦିନ ଅପେକ୍ଷା ରାତିରେ ଦର୍ଶନ କଲେ ତାର ୧୦ ଗୁଣ ଅଧିକ ପୁଣ୍ୟ ମିଳିଥାଏ। ଆଡ଼ପମଣ୍ଡପରେ ଜଗନ୍ନାଥଙ୍କର ଅବସ୍ଥିତିକୁ ମହାବେଦି ଯୋଗ କୁହାଯାଏ। ଏଥିପାଇଁ ରଥଯାତ୍ରାରେ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟେ।
ରତ୍ନବେଦିରୁ ଜନ୍ମବେଦିକୁ ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଆଜି ଅପରାହ୍ଣରେ ଶରଧାବାଲିରେ ପହଞ୍ଚି ଥିବା ବେଳେ ରଥ ଉପରେ ଥାଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଶ୍ରୀଜିଉମାନେ ରବିବାର ସନ୍ଧ୍ୟାରେ ଆଡ଼ପ ବିଜେ କରିବେ ଏବଂ ସୋମବାର ଦିନ ଠାରୁ ଜନ୍ମବେଦି(ଆଡ଼ପ ମଣ୍ଡପ)ରୁ ନବମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ବର୍ଷତମାମ୍ ରତ୍ନବେଦିରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ଭକ୍ତ ଆଡ଼ପ ମଣ୍ଡପରେ ବିଜେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି କୋଟିପୂଣ୍ୟ ଲଭିବେ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଛି। ଧାଡ଼ିରେ ରହି ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ। ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବାରିକେଡିଂ ବ୍ୟବସ୍ଥା କରାଯାଇଛି।
puri | rath yatra
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/28/new-project-2025-06-28-21-28-21.jpg)